ହିନ୍ଦୋଳରେ ବଜରଙ୍ଗ ଦଳ ଉପରକୁ ଆଖିବୁଜା ଗୁଳିମାଡ଼
by Argus News
Sun, Jul 21 | 2:39 p.m.

ଅର୍ଗସ ବ୍ୟୁରୋ:  ଗତ 18 ତାରିଖ, ମଧ୍ୟରାତ୍ରି। ଏକ ଗୋରୁ ବୋଝେଇ ଟ୍ରକ ନରସିଂହପୁର ପଟରୁ ଆସୁଥିବାର ଖବର ପାଇ ବଜରଙ୍ଗ ଦଳର ସଦସ୍ୟ ମାନେ ଜଗି ରହିଥିଲେ । ମାଫିଆ ମାନେ ପୂର୍ବରୁ ଖବର ପାଇ ସେମାନଙ୍କୁ ଅଟକାଇବା ସମୟରେ ଅତର୍କିତ ଆକ୍ରମଣ କରିବା ସହ 7 ରାଉଣ୍ଡ ଗୁଳି ଚାଳନା କରିଥିଲେ । ଗୁଳିମାଡ଼ ପରେ ବଜରଙ୍ଗ ଦଳର ସଦସ୍ୟ ଜୀବନ ବଞ୍ଚାଇ ବାଇକ ଛାଡ଼ି ଜଙ୍ଗଲକୁ ପଶି ଯାଇଥିବା ବେଳେ, ଆଉ କିଛି ନିକଟରେ ଥିବା ଥାନା ପାଖରେ ଆଶ୍ରୟ ନେଇଥିଲେ । ମାତ୍ର ପୋଲିସ ତାଙ୍କୁ ସୁରକ୍ଷା ଦେଇନଥିଲା । ଏହାସହ ମାଫିଆମାନେ ୫ଟି ବାଇକ ନେଇ ଯାଇଥିବାର ଅଭିଯୋଗ ହୋଇଛି ।

ଏନେଇ ବଜରଙ୍ଗ ଦଳର ସଦସ୍ୟ ମାନେ ହିନ୍ଦୋଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ମାତ୍ର ଘଟଣାକୁ 24 ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ପୁରି ସାରିଥିବା ସତ୍ତ୍ବେ ପୋଲିସ ହାତ ଖାଲି । ତୁରନ୍ତ ମାଫିଆ ମାନଙ୍କୁ ଗିରଫ କରିବା ପାଇଁ ଥାନା ସମ୍ମୁଖରେ ଦଳର ସଦସ୍ୟ ମାନେ ବିକ୍ଷୋଭ କରିବା ସହ ମାରୁତି ସେନା ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି । କେବେ ଗୋ ମାଫିଆଙ୍କ ପାଖେ ପହଞ୍ଚିବ ପୋଲିସ ? କେବେ ଗୋ ଚାଲାଣରେ ଲାଗିବ ରୋକ, ତାହା ଏବେ ବଡ଼ ପ୍ରଶ୍ନ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା