ଡାଳୁଆ ଗାଁରେ ରେଡ୍ ବେଳେ ଅବକାରୀ ଟିମ୍ ଉପରେ ଆକ୍ରମଣ
by Argus News
Sun, Mar 24 | 1:52 p.m.

ଅର୍ଗସ ବ୍ୟୁରୋ: କଟକ ଡାଳୁଆ ଗାଁରେ ରେଡ୍ ବେଳେ ଅବକାରୀ ଟିମ୍ ଉପରେ ଆକ୍ରମଣ ଓ ଗାଡି ଭଙ୍ଗାରୁଜା ଘଟଣା । ମଦ ମାଫିଆ ରବୀନ୍ଦ୍ର ସ୍ୱାଇଁଙ୍କୁ ଗିରଫ ପରେ ଆଠଗଡ଼ ଅବକାରୀ କାର୍ଯ୍ୟାଳୟ ଘେରାଉ କରିଥିଲେ ପରିବାର ଓ ସହଯୋଗୀ । ମଦ ମାଫିଆ ରବୀନ୍ଦ୍ର ସ୍ୱାଇଁ ମନ୍ତ୍ରୀ ରାଜା ସ୍ୱାଇଁଙ୍କ ଖାସ୍ ଲୋକ । ଗତକାଲି ବିଶେଷ ସୂତ୍ରରୂ ଖବର ପାଇ ଡାଳୁଆ ଗାଁରେ ରେଡ୍ କରି ଗୁଡପୋଚ ଜବତ ସହ ଦେଶୀମଦ ମାଫିଆ ରବିନ୍ଦ୍ର ସ୍ୱାଇଁଙ୍କୁ ଗିରଫ କରିଥିଲା ଅବକାରୀ ଟିମ୍ । ଏହି ସମୟରେ ମଦ ମାଫିଆମାନେ ଅବକାରୀ ଟିମ୍ ଉପରେ ଆକ୍ରମଣ କରିଥିଲେ ।

୬ଟି ଗାଡ଼ି ଭଙ୍ଗାରୁଜା କରିବା ସହ ୪ ଜଣ ଅବକାରୀ କର୍ମଚାରୀ ଆହତ ହୋଇଛନ୍ତି । ୨୦୨୩ ଜୁଲାଇ ୨୭ ତାରିଖରେ ଏହି ଗାଁରେ ରେଡ୍ ବେଳେ ଅବକାରୀ ଟିମ୍ ଉପରେ ହୋଇଥିଲା ଆକ୍ରମଣ । ସେତେବେଳେ ଅବକାରୀ ବିଭାଗ ୨୯ ଜଣଙ୍କ ନାଁରେ ଖୁଣ୍ଟୁଣୀ ଥାନାରେ ଏତଲା ଦେଇଥିଲା । ଖୁଣ୍ଟୁଣୀ ପୋଲିସ୍ କେବଳ ୪ ଜଣଙ୍କୁ ଗିରଫ କରି ମୁଖ୍ୟ ଅଭିଯୁକ୍ତ ରବୀନ୍ଦ୍ର ସ୍ୱାଇଁ ଓରଫ ଭୁଟୁରିକୁ ଖୋଲା ଛାଡି ଦେଇଥିଲା । ମାଫିଆ ରବିନ୍ଦ୍ର ଖୁଲମ ଖୁଲା ବୁଲିବା ସହ ଦେଶୀ ମଦ ବେପାରୀ ଚଳାଇଥିଲା । ପ୍ରଶ୍ନ ମନ୍ତ୍ରୀଙ୍କ ଖାସ୍ ବୋଲି କଣ ପୋଲିସ୍ ହାତ ମାରି ପାରୁନଥିଲା କି ? । ରାଜା ସ୍ୱାଇଁଙ୍କ ଛତ୍ରଛାୟା ତଳେ ଚଳାଇଥିଲା କି ମାଫିଆ ରାଜ୍ ? 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

AKSHAYA TRITIYA
26m ago
ପବିତ୍ର ଅକ୍ଷୟ ତୃତୀୟା, ଅଖିମୁଠି ଅନୁକୂଳ କରିବେ ଚାଷୀ
ଅର୍ଗସ ବ୍ୟୁରୋ: ଆଜି ପବିତ୍ର ଅକ୍ଷୟ ତୃତୀୟା। ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟାକୁ ଅକ୍ଷୟ ତୃତୀୟା କୁହାଯାଏ । ଆଜିର ଦିନରେ ଚାଷୀ ଅଖିମୁଠି ଅନୁକୂଳ କରି କୃଷି କାର୍ଯ୍ୟ
BJD
37m ago
ରାଜ୍ୟରେ ବୃଦ୍ଧି ପାଉଛି ନିର୍ଯାତନା, ଅସଦାଚରଣ ଓ ହତ୍ୟା ଘଟଣା
ଅର୍ଗସ ବ୍ୟୁରୋ: ବିଜେଡି ଶାସନରେ ଅସୁରକ୍ଷିତ ମହିଳା । ବୃଦ୍ଧି ପାଉଛି ନିର୍ଯାତନା, ଅସଦାଚରଣ ଓ ହତ୍ୟା ଘଟଣା । ନିର୍ବାଚନ ଆସୁଥିବାରୁ ବ୍ରହ୍ମପୁରରେ ନାବାଳିକା ଗଣଦୁଷ୍କର୍ମ ପର
RAJNATH SINGH
ଆଜି ରଣପୁର ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ
ଅର୍ଗସ ବ୍ୟୁରୋ: ଆଜି ରାଜନାଥ ସିଂହଙ୍କ ନୟାଗଡ଼ ରଣପୁର ଗସ୍ତ । ଆଜି ରଣପୁର ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗଦେବା