ଅଳିଆ ଆବର୍ଜନା ପାଇଁ ଅସୁନ୍ଦର ବରଗଡ଼ ସହର 
by Argus News
Sat, Jul 13 | 2:13 p.m.

ବରଗଡ: ପୌର ପରିଷଦ କାର୍ଯ୍ୟାଳୟଠାରୁ ମାତ୍ର 100 ମିଟର ଦୂରରେ ପଡ଼ିରହିଛି କୁଢ଼କୁଢ଼ ଅଳିଆ ଆବର୍ଜନା। ଜିରା ନଦୀ ଠାରୁ ଆରମ୍ଭ କରି ସହରର ବିଭିନ୍ନ ସ୍ଥାନରେ ଅଳିଆ ପାହାଡ଼। ଆଶ୍ଚର୍ଯ୍ୟର କଥା ହେଉଛି ପ୍ରତିଦିନ ଏହି ଅଳିଆ ପାହାଡ଼ ଦେଖୁଥିଲେ ମଧ୍ୟ ପୌର ପରିଷଦର ବାବୁମାନଙ୍କ ନାକକୁ ଏହାର ଗନ୍ଧ ଯାଉନି। ଲାଗୁଛି ବରଗଡ଼ ସହରକୁ କଦର୍ଯ୍ୟ କରିବାକୁ ଯେମିତି ପ୍ରତିଜ୍ଞା ନେଇଛି ବରଗଡ଼ ପୌର ପରିଷଦ। ପୌର ପରିଷଦର ସୂଚନା ଅନୁସାରେ ସହରରେ 3ଟି ୱେଷ୍ଟ ପ୍ରୋସେସିଂ ୟୁନିଟ ରହିଛି। ଯାହାର ଦୈନିକ କ୍ଷମତା 45 ଟନ୍। ଏପଟେ ବାବୁଙ୍କ ସୂଚନା ଅନୁସାରେ ସହରରରେ ଦିନକୁ ମାତ୍ର 10 ଟନ ଅଳିଆ ବାହାରୁଛି। ଅର୍ଥାତ 10 ଟନ ପ୍ରୋସେସିଂ ହେବା ପରେ ମଧ୍ୟ 3ଟି ୟୁନିଟ ପାଖରେ ଆହୁରି 35 ଟନ ପ୍ରୋସେସିଂର କ୍ଷମତା ରହିଛି। ତଥାପି ସହରରୁ ହଟିପାରୁନି ଅଳିଆ। ବରଗଡ଼ର ଏମିତି କୌଣସି ସ୍ଥାନ ନାହିଁ ଯେଉଁଠି ଅଳିଆ ପାହାଡ଼ ନଥିବ। ଏପଟେ ନିଜ ଭୁଲ ସ୍ବୀକାର କରିବା ସହ ପରିଚାଳନାଗତ ତ୍ରୁଟି ଥିବା କହିଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ। 

ସବୁ ଠାରୁ ବଡ଼କଥା ହେଲା 18ଟି ୱାର୍ଡ ବିଶିଷ୍ଟ ବରଗଡ଼ ପୌରପରିଷଦ ପାଇଁ 25ଟି ଆବର୍ଜନା ସଂଗ୍ରହ ଗାଡ଼ି ରହିଛି। ଯାହା ସହର ପାଇଁ ଯଥେଷ୍ଟ ହେଉନି। ବିଭିନ୍ନ ୱାର୍ଡକୁ 2ରୁ 3 ଦିନରେ ଥରେ ପହଞ୍ଚୁଛି ଗାଡ଼ି । ଯାହା ଫଳରେ କେନାଲ କିମ୍ବା ଅନ୍ୟାନ୍ୟ ସ୍ଥାନରେ ଅଳିଆ ଆବର୍ଜନା ଫିଙ୍ଗି ଦେଉଛନ୍ତି ସହରବାସୀ। ସେପଟେ ପୌରପରିଷଦକୁ ମିଳୁଥିବା ବାର୍ଷିକ ଆର୍ଥିକ ରାଶି ବ୍ୟବହାର ହୋଇ ନ ପାରି ଫେରି ଯାଉଛି । 2019-20 ଆର୍ଥିକ ବର୍ଷରେ ପୌର ପରିଷଦକୁ ମିଳିଥିବା ଫଣ୍ଡର କେବଳ 26 ପ୍ରତିଶତ ଖର୍ଚ୍ଚ ହୋଇପାରିଥିଲା। 2020-21 ବର୍ଷରେ 27 ପ୍ରତିଶତ ଓ 21-22 ବର୍ଷରେ 35 ପ୍ରତିଶତ ଫଣ୍ଡ ବ୍ୟବହାର କରିପାରିଥିଲା ପୌର ପରିଷଦ। ବିଡ଼ମ୍ବନା ହେଲା ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ବ୍ୟପକ ବ୍ୟବସ୍ଥା ଆବଶ୍ୟକ ଥିବା ବେଳେ ଇଚ୍ଛାଶକ୍ତି ଅଭାବ ଫଳରେ ଧୀରେଧୀରେ ବରଗଡ଼ ଅଳିଆ ଆବର୍ଜନାର ସହର ପାଲଟୁଛି। ଆଉ କିଛି ଦିନ ପରେ ଘରେ ଘରେ ଥିବ ଅଳିଆ ପାହାଡ଼ କାରଣ ପୌର ପରିଷଦର ସୀମାହୀନ ଅପାରଗତାରେ ଏହା ମଧ୍ୟ ଅବମ୍ଭବ ନୁହେଁ।  

ଅଧିକ ପଢନ୍ତୁ ଓଡ଼ିଶା ଖବର 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା