ମୁଖବନ୍ଧରେ ଅହିଂସା, କିନ୍ତୁ ରାଜରାସ୍ତାରେ ହିଂସା
by Argus News
Mon, May 20 | 3:47 p.m.

ବରଗଡ:  ସମ୍ବେଦନହୀନ ପୋଲିସ । ବରଗଡରେ ବିଜେପି କର୍ମୀଙ୍କୁ ନର୍ମମ ହତ୍ୟା ପରେ ମୃତକଙ୍କ ପରିବାର ଲୋକ ଓ ଉତ୍ୟକ୍ତ ଗ୍ରାମବାସୀଙ୍କୁ ଉଠାଇନେଲା ପୋଲିସ । ବରଗଡ଼ରେ ପଲିଟିକାଲ ମର୍ଡର ପରେ ପରିବାର ଲୋକଙ୍କୁ ଅମାନୁସିକ ଭାବେ ଉଠାଇନେଇଛି ପୋଲିସ । ଯାହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।  

ଆଜି ସରସରା ଗାଁରେ ଦିନ ଦ୍ବିପ୍ରହରରେ ଗଡି ଥିଲା ମୁଣ୍ଡ । ବିଜେପି କର୍ମୀଙ୍କୁ ଭୁଜାଲିରେ ମରଣାନ୍ତକ ଆକ୍ରମଣ କରାଯାଇଥିଲା  । ଯେଉଁଥିରେ ଆଖି ବୁଜିଥିଲେ ସରସରା ହାଇସ୍କୁଲ ପଡ଼ାର ବିଶ୍ଵନାଥ ମିର୍ଦ୍ଧା । ବିଶ୍ଵନାଥ ମିର୍ଦ୍ଧା ଜଣେ ଅଟୋ ଚାଳକ । ଆଜି କିଛି ଭୋଟରଙ୍କୁ ଧରି ସେ ଅଟୋରେ ଯିବାବେଳେ ଭୁଜାଲିରେ ଆକ୍ରମଣ କରି ତାଙ୍କୁ ହତ୍ୟା କରାଯାଇଛି । ଗୁରୁତର ବିଶ୍ବନାଥଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।

ବିଜେପି କର୍ମୀଙ୍କୁ ଦୁର୍ବୃତ୍ତଙ୍କ ଭୁଜାଲିରେ ହତ୍ୟା

ତେବେ ମୃତକଙ୍କ ପତ୍ନୀ କାନ୍ଦି କାନ୍ଦି ବାରମ୍ବାର ଅଚେତ୍ ହେଇ ଯାଉଥିବାବେଳେ ପୋଲିସ ତାଙ୍କୁ ଡାକ୍ତରଖାନା ନେବା ପରିବର୍ତ୍ତେ ଥାନାକୁ ଉଠାଇ ନେଇଛି । ଖାଲି ସେତିକି ନୁହେଁ ତାଙ୍କ ସହ ତାଙ୍କର 2 ମାସର ଛୁଆ ମଧ୍ୟ ଥାନାକୁ ଯାଇଛି । ଯାହାକୁ ନେଇ ପୋଲିସର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।   
 

ଆହୁରି ପଢନ୍ତୁ ଓଡିଶା ଖବର...

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା