ପାଣି ଟାଙ୍କି ଅଛି ହେଲେ ଲୋକଙ୍କ ଶୋଷ ମେଣ୍ଟାଉଛି ଚୁଆ
by Argus News
Sun, Jul 21 | 6:27 p.m.

ଅର୍ଗସ ବ୍ୟୁରୋ:  ଦୁର୍ଗମବାସୀଙ୍କୁ ବସୁଧା ଧୋକା। ପାଣି ଟାଙ୍କି ଅଛି ହେଲେ ଲୋକଙ୍କ ଶୋଷ ମେଣ୍ଟାଉଛି ଚୁଆ। ରାସ୍ତା ନଥିବାରୁ ଦହଗଞ୍ଜ ହେଉଛନ୍ତି ତଳ ଗୁରଟିବାସୀ। ରାୟଗଡାରୁ ୮ କିଲୋମିଟର ଅତିକ୍ରମ କରିବା ପରେ ହଲୁଆ ପଞ୍ଚାୟତରେ ପଡେ ତଳ ଗୁରଟି ଗାଁ। ଜଙ୍ଗଲ ପାହାଡର ସ ବୁଜ ବନାନୀ ମଧ୍ୟରେ ରହିଛି ତଳଗୁରଟି । ହେଲେ ସରକାରଙ୍କ ସ ବୁ ଯୋଜନା ଏଠାରେ ଅପହଞ୍ଚ ।  ବର୍ଷବର୍ଷ ଧରି ଗାଁ କୁ ପକା ରାସ୍ତା ସଂଯୋଗ ହୋଇ ନଥିବା କାରଣରୁ ଗ୍ରାମବାସୀ ଗମନାଗମନ ଠାରୁ ଆରମ୍ଭ କରି ଶିକ୍ଷା ଓ ସ୍ବାସ୍ଥ୍ୟ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି।

ଗାଁରେ ପାନୀୟଜଳ ଯୋଗାଣ ଏକ ବଡ଼ ସମସ୍ୟା । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଏକ ସୋଲାର ଟାଙ୍କି ଲଗାଯାଇଥିଲା ଯାହା ଏବେ ଅଚଳ।  ଦୀର୍ଘ ୩ ବର୍ଷ ହେବ ପାଣି ଆସୁନାହିଁ,ଫଳରେ ତାହା ଏବେ ନଷ୍ଟ ହେବାକୁ ବସିଛି। ଗାଁ ଦାଣ୍ଡରେ ଗୋଟିଏ ମାତ୍ର ଟିୱେଲ ରହିଛି କିନ୍ତୁ ସେହି ପାଣି ପୁରା ଗାଁ ପାଇଁ ପର୍ଯ୍ୟାପ୍ତ ନୁହେଁ। ଫଳରେ ଗାଁ ଲୋକେ ପାଖରେ ଥିବା ଝରଣା ଏବଂ ଚୁଆରୁ ପାଣି ସଂଗ୍ରହ କରିବାକୁ ବାଧ୍ୟ ହେଉଛନ୍ତି। ପ୍ରତି ଦିନ ରାତି ପାହିଲେ ଗରା ମଠିଆ ଧରି ଜଙ୍ଗଲର ଅଙ୍କାବଙ୍କା ରାସ୍ତା ଦେଇ ଚୁଆ ପାଖକୁ ଯାଉଛନ୍ତି। ଆଉ କାହା ପାଇଁ ଝରଣାର ଗୋଳିଆ ପାଣି ସାଜିଛି ପାନୀୟ ଜଳ। ତଳ ଗୁରଟି ଗାଁରେ ୭୭ ପରିବାର ବସବାସ କରନ୍ତି। କିନ୍ତୁ ଅଳ୍ପ କେତେ ଘରକୁ ଆବାସ ଯୋଗାଇ ଦିଆଯାଇଛି। ସେଥିରୁ ବି ପ୍ରକୃତ ହିତାଧିକାରୀ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। ଦୀର୍ଘ ୨୪ ବର୍ଷ ବିଜେଡି ଶାସନ କାଳରେ ଗାଁ ଲୋକେ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି। ଏବେ ନୂତନ ସରକାରରେ ସମସ୍ୟାର ସମାଧାନ କରିବେ ବୋଲି  ଦୃଢ଼ ଆଶା ବ୍ୟକ୍ତ କରିଛନ୍ତି ଗ୍ରାମବାସୀ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା