ଏକାଦଶୀ ତିଥୀରେ ଧୁମଧାମରେ ପାଳନ ହେଲା ବାହୁଡ଼ା ଯାତ୍ରା
by Argus News
Wed, Jul 17 | 10:01 p.m.

ଅର୍ଗସ ବ୍ୟୁରୋ: ଗଞ୍ଜାମ ଜିଲ୍ଲାର ଗଡ଼ଜାତ ଅଞ୍ଚଳ ଧରାକୋଟ ଗଡ଼ରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏକାଦଶୀ ତିଥୀରେ ଅନୁଷ୍ଠିତ ହୋଇଯାଇଛି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା। ପୂର୍ବ ପ୍ରଚଳିତ ବ୍ୟତିକ୍ରମ  ପରମ୍ପରା ଅନୁଯାୟୀ ଏକାଦଶୀ ତିଥିରେ ଏଠାରେ ବାହୁଡା଼ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପ୍ରଭାତରୁ ମଙ୍ଗଳ ଆଳତି, ଗରୁଡ ପୂଜା, ମହାସ୍ନାନ ପରେ ଠାକୁର ମାନଙ୍କୁ ଭୋଗ ଅର୍ପଣ କରାଯାଇଥିଲା । ଏହା ପରେ ଆଖ ପାଖ ଅଞ୍ଚଳ ସହ ଦୂରଦୂରାନ୍ତରୁ ଆସିଥିବା ହଜାର ହଜାର ଭକ୍ତ ଚତୁର୍ଦ୍ଧାମୂର୍ତ୍ତିଙ୍କୁ  ଦର୍ଶନ କରି ରଥ ଉପରେ ନଡ଼ିଆ ଭାଙ୍ଗିଥିଲେ। 

ଅପରାହ୍ନ ଚାରିଟା ସମୟରେ ଧରାକୋଟ ରାଜା ସୁଲକ୍ଷଣା ଗୀତାଞ୍ଜଳି ନିଜର ପାତ୍ର, ମନ୍ତ୍ରୀ, କଟୁଆଳ ସେନାପତି ,ସୈନ୍ୟ ଓ ପାରିଷଦ ବର୍ଗଙ୍କ ସହିତ ରାଜ ନଅରରୁ ବିରାଟ ପଟୁଆରରେ ରୂପା ପାଲିଙ୍କିରେ ବସି ରଥ ନିକଟରେ ପହଞ୍ଚିଥିଲେ । ଏହା ପରେ ରଥଟଣା ଆରମ୍ଭ ହୋଇଥିଲା । 

ଆଖ ପାଖ ଅଞ୍ଚଳରୁ ପ୍ରାୟ ତିରିଶି ହଜାରରୁ ଅଧିକ ଲୋକଙ୍କ ଏହି ଅବସରରେ ସମାଗମ ହୋଇଥିବା ବେଳେ ପରମ୍ପରା ଅନୁଯାୟୀ ମାଉସୀ ମା' ମନ୍ଦିର ଠାରୁ ପଚାଶ ମିଟର ଦୂରରେ ରଥ ଅଟକିଥିଲା । ଆସନ୍ତା କାଲି ଅର୍ଥାତ ଗୁରୁବାର ମାଉସୀ ମା'ଙ୍କ ଠାରୁ ପୋଡ଼ ପିଠା ଖାଇବା ପରେ ମା' ଲକ୍ଷ୍ମୀଙ୍କ ସହ ମହାପ୍ରଭୁଙ୍କର ଭେଟ ହେବ। ମା' ସାଆନ୍ତାଣୀଙ୍କ ନିମନ୍ତ୍ରଣ ପରେ ରଥଟଣା ଯାଇ ମହାପ୍ରଭୁ ମନ୍ଦିର ପ୍ରତ୍ୟାବର୍ତ୍ତନ କରିବେ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ହରିୟାଣା ନିର୍ବାଚନ
15m ago
ହରିୟାଣା ନିର୍ବାଚନ ; ସଂଧ୍ୟା ୬ଟା ସୁଦ୍ଧା ହୋଇଛି ୬୫ ପ୍ରତିଶତ ମତଦାନ
ଅର୍ଗସ ବ୍ୟୁରୋ : ଶେଷ ହୋଇଛି ହରିୟାଣା ନିର୍ବାଚନ । ନିର୍ବାଚନ କମିଶନ ତଥ୍ୟ ଅନୁସାରେ ସଂଧ୍ୟା 6ଟା ସୁଦ୍ଧା ହୋଇଛି 65 ପ୍ରତିଶତ ମତଦାନ । ଗତ 1 ତାରିଖରେ ଜମ୍ମୁ କାଶ୍ମୀର ନିର୍ବାଚନ ଶେଷ ହେବ
ଏନ୍‌କାଉଣ୍ଟର
24m ago
ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଟଳିଲେ ୩୬ ହାର୍ଡକୋର ମାଓବାଦୀ
ଅର୍ଗସ ବ୍ୟୁରୋ : ଯେଉଁଠି ଦିନେ ଦବଦବା ଜାହିର କରୁଥିଲେ ଲାଲ୍‌ ବାହିନୀ, ଏବେ ସେଠି ଥରହର ସ୍ଥିତି । ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଘନ ଘନ କମ୍ବିଂ । ଏନକାଉଣ୍ଟର ବେଳେ କେତେବେଳ
ପିଏମ୍‌ କିଷାନ ଯୋଜନା
53m ago
ଚାଷୀଙ୍କୁ ମିଳିଲା ପିଏମ୍‌ କିଷାନ ଯୋଜନାର ୧୮ ତମ କିସ୍ତି
ଅର୍ଗସ ବ୍ୟୁରୋ : ବଦଳିଛି ସରକାର, ବଦଳିଛି ଯୁଗ | ଏବେ ଚାଲିଛି ଡବଲ ଇଞ୍ଜିନ ସରକାରର ଶାସନ, ଅନ୍ତ ହୋଇଛି ଚାଷୀ ଶୋଷଣ | ଆଜି ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରର ୱାସୀମରୁ 9.4 କୋଟ