ଉତ୍ତରପ୍ରଦେଶ ସରକାରଙ୍କ କ୍ୟାବିନେଟ୍ ବୈଠକରେ ବଡ ନିଷ୍ପତ୍ତି
by Argus News
Wed, Jun 26 | 10:30 p.m.

ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶ ସରକାରଙ୍କ କ୍ୟାବିନେଟ୍ ବୈଠକରେ ବଡ ନିଷ୍ପତ୍ତି। ମହିଳା ଓ ଛୋଟ ପିଲାଙ୍କ ବିରୋଧରେ ଅପରାଧ ମାମଲାରେ ଅଭିଯୁକ୍ତଙ୍କୁ ଏଣିକି ଆଗୁଆ ଜାମିନ୍ ମିଳିବ ନାହିଁ। ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଯୋଗୀ କ୍ୟାବିନେଟ୍ । କେନ୍ଦ୍ର ସରକାରଙ୍କ ନୂଆ ଅପରାଧିକ ଆଇନରେ ଆଗୁଆ ଜାମିନ ବ୍ୟବସ୍ଥା ଥିବା ବେଳେ ରାଜ୍ୟ ସରକାର ଏଥିରେ ସଂଶୋଧନ ଅଧ୍ୟାଦେଶ ଆଣିଛନ୍ତି। ଏହାକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି। ରାଜ୍ୟପାଳଙ୍କ ସହମତି ପରେ ଗୃହବିଭାଗ ଏନେଇ ଅଧିସୂଚନା ଜାରି କରିବ। ବିଶେଷ ପରିସ୍ଥିତିକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ସରକାର ଏଥିରେ ସଂଶୋଧନ କରିଛନ୍ତି । 

ଆଗୁଆ ଜାମିନ ନ ମିଳିବା ଫଳରେ ଯୌନ ଶୋଷଣ ମାମଲାରେ ଅଭିଯୁକ୍ତମାନଙ୍କ ମେଡିକାର ଯାଞ୍ଚ ଜଲଦି ହୋଇପାରିବ । ଏହାଛଡା ପୀଡିତା ମହିଳା କିମ୍ବା ପିଲାମାନଙ୍କୁ କୌଣସି ପ୍ରକାର ଭୟ କିମ୍ବା ଚାପର ଶିକାର ହେବାକୁ ପଡିବ ନାହିଁ।  ଏହି ନୂଆ ଅଧ୍ୟାଦେଶରେ ଦେଶ କିମ୍ବା ସରକାର ବିରୋଧୀ ଗତିବିଧି, ଅବୈଧ ଧର୍ମାନ୍ତରୀକରଣ, ମାଦକ ଦ୍ରବ୍ୟର ଚୋରା ଚାଲାଣ, ସଂଗଠିତ ଅପରାଧ, ଅଫିସିଆଲ୍ ସିକ୍ରେଟ ଆକ୍ଟକୁ ମଧ୍ୟ ସାମିଲ୍ କରାଯାଇଛି । ଏସବୁ ଅପରାଧରେ ମଧ୍ୟ ଅଭିଯୁକ୍ତଙ୍କୁ ଆଗୁଆ ଜାମିନ୍ ମିଳିବ ନାହିଁ।

ଅଧିକ ପଢ଼ନ୍ତୁ ଭାରତ ଖବର 

RAIL LINE
46m ago
ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ ନିର୍ମାଣ ଆଗେଇବାର ହେଲା ସମୀକ୍ଷା
ଅର୍ଗସ ବ୍ୟୁରୋ: ରାଜ୍ୟରେ ଦ୍ରୁତଗତିରେ ଆଗେଇ ଚାଲିବ ରେଳ ପ୍ରକଳ୍ପ । ରେଳ ସଦନରେ ରେଳ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପରେ ଏନେଇ ସ୍ପଷ୍ଟ ସୂଚନା ମିଳିପାରିଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛ
ଫୌଜଦାରୀ ଆଇନ
56m ago
ବ୍ରିଟିଶ ଆଇନର ହେଲା ଭାରତୀୟକରଣ
ଅର୍ଗସ ବ୍ୟୁରୋ: ଭାରତରେ ଆଉ ଚଳିବନି ୧୬୦ ବର୍ଷ ପୂର୍ବ ବ୍ରିଟିଶ ଅମଳର ଫୌଜଦାରୀ ଆଇନ । ଅପରାଧିକ ନ୍ୟାୟ ପ୍ରଣାଳୀରେ ଆଜିଠୁ ହୋଇଛି ଆମୂଳଚୂଳ ପରିବର୍ତ୍ତନ । ଭାରତୀୟ ଦଣ୍ଡବିଧି ଆଇନରେ ବ୍ୟାପ
ହାତୀ ମଣିଷ ଲଢ଼େଇ
ହାତୀ ମଣିଷ ଲଢ଼େଇ ରୋକିବାକୁ ବନ ବିଭାର ବଡ ପ୍ଲାନ
ଅର୍ଗସ ବ୍ୟୁରୋ : ରାଜ୍ୟରେ ହାତୀ ମଣିଷ ଲଢ଼େଇ ବଢ଼ୁଥିବା ବେଳେ ହାତୀ ଆକ୍ରମଣ ଯୋଗୁଁ ଯାଉଛି ମଣିଷ ଜୀବନ । ଏଥିରେ ରୋକ ଲଗାଇବାକୁ ନୂଆ ପଦକ୍ଷେପ ନେଇଛି ବନ ବିଭାଗ। ଅଧିକ ଧନ ଜୀବନ ନଷ୍