ଫୁଲବାଣୀ ବନ ବିଭାଗକୁ ବଡ ସଫଳତା, ଜଣେ ଗିରଫ
by Argus News
Thu, Apr 04 | 12:16 p.m.

ଅର୍ଗସ ବ୍ୟୁରୋ : ଫୁଲବାଣୀ ବନ ବିଭାଗକୁ ବଡ ସଫଳତା । ସୁଡୃକୁମ୍ପା ରେଞ୍ଜ ଅଧୀନରେ ଥିବା ଡୋଙ୍ଗା ସାଗର ଖେତ ଜଙ୍ଗଲରେ ଶିକାରୀ ମାନେ କ୍ୟାମ୍ପ କରି ବନ୍ୟଜନ୍ତୁଙ୍କୁ ଶିକାର କରୁଥିବା କୌଣସି ସୂତ୍ରରୁ ଖବର ପାଇ ସୁଡୃକୁମ୍ପା ରେଞ୍ଜର ପାଟ୍ରୋଲିଂ ଟିମ ସଙ୍ଗେ ସଙ୍ଗେ ଯାଇ ଶିକାରୀ ମାନଙ୍କ କ୍ୟାମ୍ପ ଉପରେ ଚଢାଉ କରିଥିଲେ । ସେଠାରେ ୭ ଜଣ ଶିକାରୀ ଥିବାବେଳେ ପାଟ୍ରୋଲିଂ ଟିମକୁ ଦେଖି ସମସ୍ତେ ଦୌଡି ପଳାଇଥିଲେ । ଜଣକୁ କାବୁ କରିବାରେ ସଫଳ ହୋଇଥିଲା ବନ ବିଭାଗ ।

ଅଧିକ ପଢ଼ନ୍ତୁ ଓଡିଶା ଖବର

ସେମାନଙ୍କ କ୍ୟାମ୍ପରୁ ମୃତ ଶମ୍ବରର କଟା ମୁଣ୍ଡ, ୪ କେଜି ଶମ୍ବର ମାଂସ ଓ ଏକ ମୃତ ମାଙ୍କଡକୁ  ଜବତ କରିଥିଲେ । ତା ସହ ୫ଟି ଟାଙ୍ଗିଆ, ୪ଟି ଛୁରୀ , ଜାଲ ୪ ଟି ଓ ଅନ୍ୟାନ୍ୟ ଶିକାର ପାଇଁ ବ୍ୟବହୃତ ସାମଗ୍ରୀ ଜବତ କରିଥିଲେ । ବନ ବିଭାଗ କାବୁ କରିଥିବା ଶିକାରୀଙ୍କର ନାମ ରମେଶ ଭେଙ୍ଗରା ହୋଇଥିବା ବେଳେ ସମ୍ବଲପୁର ଅଞ୍ଚଳର ବୋଲି ଜଣାପଡିଛି । 

ପଞ୍ଚାୟତ ସମିତି
ରୋଷଣୀ କରି ଆସିଲେ ତିର୍ତ୍ତୋଲ ବିଜେଡ଼ି ବିଧାୟକ ରମାକାନ୍ତ ଭୋଇ
ଜଗତସିଂହପୁର: ପଞ୍ଚାୟତ ସମିତି ବୈଠକକୁ ରୋଷଣୀ କରି ଆସିଲେ ତିର୍ତ୍ତୋଲ ବିଜେଡ଼ି ବିଧାୟକ ରମାକାନ୍ତ ଭୋଇ । ତିର୍ତ୍ତୋଲ ବ୍ଲକ ସମ୍ମିଳନୀ କକ୍ଷରେ ଚତୁର୍ଥ ପଞ୍ଚାୟତ ସମିତି ସାଧାର
TUMBBAD
Tumbbad: 2018ରେ ଯେତିକି କମେଇ ଥିଲା ତା ଠୁ ଅଧିକ ରି-ରିଲିଜ୍ ରେ କମେଇ ସାରିଲାଣି
ଅର୍ଗସ ବ୍ୟୁରୋ: Tumbbad । ଏହି ଫିଲ୍ମର ନାଁ ଶୁଣିବା ମାତ୍ରେ ସମସ୍ତଙ୍କ ମୁହଁରେ ଗୋଟିଏ କଥା । ମୁଭି ଟା ମାଷ୍ଟରପିସ୍ । ପୁରା ପୈସା ଅସୁଲ୍ । ଯିଏ ଥରେ ଦେଖିଛି ସିଏ ବାରମ୍ବାର ଦେଖିବାକ
ACCIDENT
ସେନା ଗାଡ଼ି ଓଲଟି 3 BSF ଯବାନ ସହିଦ, 32 ଯବାନ ଆହତ
ଅର୍ଗସ ବ୍ୟୁରୋ: ଜମ୍ମୁ କାଶ୍ମୀରରେ ବଡ଼ ଦୁର୍ଘଟଣା । ବଡ଼ଗାମରେ ସେନା ଗାଡ଼ି ଓଲଟି ପଡ଼ିବାରୁ 3 ଜଣ BSF ଯବାନ ସହିଦ ହେବା ସହ 32 ଯବାନ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ତୁରନ୍ତ 6