ବିଗ୍ ବସ୍-୧୮: ମହେଶ ବାବୁ ଓ ଭଉଣୀକୁ ନେଇ ଏ କ’ଣ କହିଲେ ଶିଳ୍ପା
by Argus News
Thu, Oct 10 | 5:34 p.m.

ଅର୍ଗସ ବ୍ୟୁରୋ: ଟିଭିର ସବୁଠାରୁ ବିବାଦୀୟ ସୋ’ ବିଗ୍ ବସ୍-୧୮ ଆରମ୍ଭ ହୋଇଯାଇଛି। ଏହି ସୋ’ ଅକ୍ଟୋବର ୬ରୁ ଆରମ୍ଭ ହୋଇଥିବା ବେଳେ ସୋ’ରେ ପ୍ରତିଯୋଗୀ ଭାବେ ଯୋଗ ଦେଇଛନ୍ତି ଅଭିନେତ୍ରୀ ଶିଳ୍ପା ଶିରୋଦକର । ଶିଳ୍ପା ବଲିଉଡର ଜଣେ ଜଣାଶୁଣା ଅଭିନେତ୍ରୀ ହୋଇଥିଲେ ବି ଗତ କିଛି ବର୍ଷ ହେବ ସେ କୌଣସି ଫିଲ୍ମରେ ବା ଧାରାବାହିକରେ ନଜର ଆସୁନଥିଲେ। ବହୁତ ବର୍ଷ ପରେ ସେ ବିବାଦୀୟ ସୋ’ ବିଗ୍ ବସ୍-୧୮ କୁ ଆସି ଚର୍ଚ୍ଚାରେ ଅଛନ୍ତି।

ଶିଳ୍ପାଙ୍କ ଭଉଣୀ ହେଉଛନ୍ତି ଅଭିନେତ୍ରୀ ନମ୍ରତା ଶିରୋଦକର, ଯିଏ ସୁପରଷ୍ଟାର ମହେଶ ବାବୁଙ୍କୁ ବିବାହ କରିଛନ୍ତି। ସମ୍ପର୍କରେ ଶିଳ୍ପା, ମହେଶଙ୍କ ଶାଳୀ ହୋଇଥିବା ବେ‌ଳେ ନମ୍ରତା ଓ ମହେଶଙ୍କ ସହ ତାଙ୍କ ସମ୍ପର୍କ କିଭଳି ତାହା ସେ ସୋ’କୁ ଯିବା ପୂର୍ବରୁ ଜଣାଇଛନ୍ତି। 

ଏକ ସାକ୍ଷାତକାରରେ ସେ କହିଥିଲେ,  ନମ୍ରତା ଓ ମହେଶ ମୋ ପାଇଁ ବହୁତ ଖୁସି। ସେମାନେ ମୋ ପାଇଁ ବହୁତ ଗର୍ବିତ ଏବଂ ସେମାନେ ଜାଣନ୍ତି ଯେ ମୁଁ ଯାହାବି କରିବି, ମୁଁ ନିଜ ଦମରେ କରିବି। କାହାର ସୁପାରିଶରେ ନୁହେଁ। ମୁଁ ଜାଣେ ଏହି ସୋ’ ମାଧ୍ୟମରେ ମୁଁ ସେମାନଙ୍କୁ ବହୁତ ଗର୍ବିତ କରିବାକୁ ଯାଉଛି। ଏକ ପରିବାର ଭାବରେ, ଆମ ସମ୍ପର୍କ ଅତି ଘନିଷ୍ଠ । ସେମାନେ ମୋତେ ବହୁତ ସମର୍ଥନ କରନ୍ତି । 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

ଯୁବଶକ୍ତି
'ସଂଘର୍ଷ ଦ୍ବାରା ନିଜ ପାଇଁ ରାସ୍ତା ନିର୍ମାଣ କରନ୍ତୁ ଯୁବଶକ୍ତି, ସଫଳତା ପାଦ ଛୁଇଁବ '
ଅର୍ଗସ ବ୍ୟୁରୋ: ସଂଘର୍ଷ ଦ୍ବାରା ନିଜ ପାଇଁ ରାସ୍ତା ନିର୍ମାଣ କରନ୍ତୁ ଯୁବଶକ୍ତି, ସଫଳତା ପାଦ ଛୁଇଁବ । ଗୁରୁବାର ଗୋରଖପୁରର ମହାରାଣା ପ୍ରତାପ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳି
ଲାଓସରେ ପ୍ରଧାନମନ୍ତ୍ରୀ
ଦୁଇ ଦିନିଆ ଭିଏତନାମା ଗସ୍ତରେ ଥିବା ପିଏମ୍ ମୋଦି
ଅର୍ଗସ ବ୍ୟୁରୋ: ଲାଓସରେ ପ୍ରଧାନମନ୍ତ୍ରୀ ମୋଦି । ଆଜି ଲାଓସରେ ପହଂଚିବାପରେ ପ୍ରଧାନମନ୍ତ୍ରୀଙ୍କ ଭବ୍ୟ ସ୍ବାଗତ କରାଯାଇଥିଲା । ଦୁଇ ଦିନିଆ ଭିଏତନାମା ଗସ୍ତରେ ଥିବା ପିଏମ୍ ମୋଦି 21ତ
SAPTAMI PUJA
ଘଣ୍ଟ ଘଣ୍ଟା ସାଙ୍ଗକୁ ପାରମ୍ପରିକ ବାଦ୍ୟରେ ପ୍ରକମ୍ପିତ ଶକ୍ତିପୀଠ
ଅର୍ଗସ ବ୍ୟୁରୋ: ଦଶଭୂଜାଙ୍କ ଆଗମନ ପାଇଁ ରାଜ୍ୟସାରା ପାର୍ବଣର ଧୁମ୍ । ଆଜି ମଣ୍ଡପେ ମାଆଙ୍କ ସପ୍ତମୀ ଓ ପୀଠରେ ମହାଅଷ୍ଟମୀ ପୂଜା ଚାଲିଛି । ଘଣ୍ଟ ଘଣ୍ଟା ସାଙ୍ଗକୁ ପାରମ୍ପରିକ ବାଦ୍ୟର