ଦୁର୍ଗନ୍ଧରୁ ମିଳିବ ମୁକ୍ତି, ରାଜଧାନୀରେ ପ୍ରତିଷ୍ଠା ହେବ ବାୟୋଗ୍ୟାସ୍ ପ୍ଲାଣ୍ଟ୍
by Argus News
Mon, Dec 16 | 4:50 p.m.

ଅର୍ଗସ ବ୍ୟୁରୋ :  ସ୍ମାର୍ଟ୍ ସିଟି ଭୁବନେଶ୍ଵର ଦୁର୍ଗନ୍ଧ ମୁକ୍ତ । ଆଉ ଅଳିଆ ଆବର୍ଜନା ଗନ୍ଧରେ ଫାଟି ପଡିବନି ଭୁବନେଶ୍ବରିଆଙ୍କ ନାକ । କାରଣ ଖୁବଶୀଘ୍ର ନିର୍ମାଣ ହେବାକୁ ଯାଉଛି ବାୟୋଗ୍ୟାସ୍ ପ୍ଲାଣ୍ଟ୍ । ଏଣିକି ବର୍ଜ୍ୟବସ୍ତୁରୁ ନିର୍ଗତ ଗ୍ୟାସରେ ଗାଡି ଚାଲିବା ସହିତ ବିଭିନ୍ନ କ୍ଷେତ୍ରରେ ଏହାକୁ ବ୍ୟବହାର କରାଯିବ। ଏହା ସହିତ ଡମ୍ପିୟାର୍ଡରେ ମାସ ମାସ ଧରି ପଡି ରହୁଥିବା ଅଳିଆ ଆବର୍ଜ୍ଜନାର ଦୁର୍ଗନ୍ଧରୁ ମୁକ୍ତି ପାଇବେ ରାଜଧାନୀବାସୀ। ଏନେଇ ଭୁବନେଶ୍ଵର ମହାନଗର ନିଗମ ଓ ଅଏଲ ଇଣ୍ଡିଆ ଲିମିଟେଡ ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ଆଗାମୀ ଦୁଇ ବର୍ଷ ମଧ୍ୟରେ ୧୭୫ କୋଟି ଟଙ୍କା ବ୍ୟୟରେ ୨୦୦ଟି ପିଡି ବିଶିଷ୍ଟ କମ୍ପ୍ରେସଡ୍ ବାୟୋଗ୍ୟାସ୍ ପ୍ଲାଣ୍ଟ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ଏଥିପାଇଁ ରାଜ୍ୟ ସରକାର ୮ଏକର ଜମି ଯୋଗାଇଦେବେ। ପ୍ଲାଣ୍ଟ ପାଇଁ ଅଏଲ ଇଣ୍ଡିଆ ଲିମିଟେଡ ଆର୍ଥିକ ସହାୟତା ଯୋଗାଇବା ସାଙ୍ଗକୁ ବୈଷୟିକ ଜ୍ଞାନକୌଶଳ, ଉତ୍ପାଦିତ ସାମଗ୍ରୀର ବିକ୍ରି ଓ ରିକ୍ସ ମ୍ୟାନେଜମେଣ୍ଟ ପାଇଁ ମଧ୍ୟ ସହାୟତା ଯୋଗାଇଦେବ। 

ସୂଚନା ଅନୁଯାଇ, ବର୍ତ୍ତମାନ ଭୁବନେଶ୍ବରରୁ ଦୈନିକ ୩୮୦ ଟନ୍ ଓଦା ବର୍ଜ୍ୟବସ୍ତୁ ବାହାରୁଥିବା ବେଳେ ଏଥିରୁ ୧୨୦ ଟନ୍ ବର୍ଜ୍ୟବସ୍ତୁ ବୈଜ୍ଞାନିକ ପଦ୍ଧତିରେ ୩୭ଟି ମାଇକ୍ରୋ କମ୍ପୋଟିଂ ସେଣ୍ଟର୍‌ରେ ପ୍ରକ୍ରିୟାକରଣ କରାଯାଉଛି । ଅବଶିଷ୍ଟ ୨୬୦ ଟନ୍‌ ପାରମ୍ପାରିକ ଭାବରେ ୱିଣ୍ଡୋ କମ୍ପୋଷ୍ଟି ସେଣ୍ଟରରେ ପ୍ରକ୍ରିୟାକରଣ କରାଯାଉଛି, ଏହି ବର୍ଜ୍ୟକୁ ପ୍ରକ୍ରିୟାକରଣ କରି ସେଥୁରୁ ବାୟୋ ଗ୍ୟାସ୍‌ ଉତ୍ପାଦନ କରିବା ପାଇଁ ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରୟୋଗ ହେଉଥିବାରୁ ଏହି ପ୍ରକଳ୍ପ ପରିବେଶ ଅନୁକୂଳ। ଏହା ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ସ୍ବଚ୍ଛ ଶକ୍ତିକୁ ପ୍ରୋତ୍ସାହିତ କରିବ ଏବଂ ଭୁବନେଶ୍ବର ମହାନଗର ନିଗମ ଅଂଚଳ ନାଗରିକଙ୍କ ଜୀବନ ଧାରଣ ମାନ ବୃଦ୍ଧି କରିବା ଦିଗରେ ଏହା ଗୁରୁତ୍ବପୂର୍ଣ୍ଣ ସଫଳତା ହାସଲ କରିବ ବୋଲି ଲକ୍ଷ୍ୟ ରଖାଯାଇଛି। 
ପ୍ରଥମ ପର୍ଯ୍ୟାୟରେ ବର୍ଜ୍ୟବସ୍ତୁରୁ ବାୟୋଗ୍ୟାସ୍ ଉତ୍ପାଦନ ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଆଗକୁ ରାଜ୍ୟର 7ଟି ସହରରେ ଏଭଳି ବାୟୋଗ୍ୟାସ ପ୍ଲାଣ୍ଟ ସ୍ଥାପନ କରାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ସହରାଞ୍ଚଳରୁ ବାହାରୁଥିବା ବର୍ଜ୍ୟବସ୍ତୁରୁ ଶକ୍ତି ଉତ୍ପାଦନ ପାଇଁ ମଧ୍ୟ କାର୍ଯ୍ୟକ୍ରମ ହାତକୁ ନେବେ ରାଜ୍ୟ ସରକାର।

TOURISM CONCLAVE
12m ago
ଫୋକର୍ସରେ ପର୍ଯ୍ୟଟନ କ୍ଷେତ୍ର, ଅର୍ଗସ ପକ୍ଷରୁ ଆୟୋଜତ ହେଉଛି ଟୁରିଜିମ କନକ୍ଲେଭ..
ଅର୍ଗସ ବ୍ୟୁରୋ: ଭାରତର ଏକ ସଂସ୍କୃତିର ରଙ୍ଗ, ବିଶ୍ୱାସ, ରୋଷେଇ, ପର୍ବପର୍ବାଣୀ ଏବଂ ଭାସ୍କର୍ଯ୍ୟର ଦେଶ । ଭାରତ ଗନ୍ତବ୍ୟସ୍ଥଳଠାରୁ ଖୁବ ଅଧିକ । ଏହାର ଏକ ସ୍ଥାନ ଯେଉଁଠାର
ଜିଓଲୋଜିକାଲ୍ ସର୍ଭେ
କେନ୍ଦୁଝରର ଏହି ଗାଁରେ ସୁନାଖଣି !
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ତରମାକାନ୍ତ ପଞ୍ଚାୟତର ଗୋପପୁର । ଦୁର୍ଗମର ଏହି ଗାଁ ନିକଟରେ ରହିଛି ଜଙ୍ଗଲ । ଏଥିପାଇଁ ଏଠାରେ ଭାରତୀୟ ଭୂ-ବୈଗାଁନିକ ସଂସ୍ଥା ତଥ
ମୁଖ୍ୟମନ୍ତ୍ରୀ
ଆସନ୍ତାକାଲିଠୁ ୩ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ: ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ମୁଖ୍ୟମନ୍ତ୍ରୀଙ୍କର ୩ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ । ୧୮ ତାରିଖ ସନ୍ଧ୍ୟା ୭ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୋନାସିକ
PURI TEMPLE
ଶ୍ରୀମନ୍ଦିର ଭିତରେ ସେବକ ସେବକ ମଧ୍ୟରେ ମାଡପିଟ୍
ପୁରୀ: ପୁଣି ପୁରୀ ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା। ଦୁଇ ସେବାୟତଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ । ଜଣେ ସେବାୟତଙ୍କ ଆକ୍ରମଣରେ ଆଉ ଜଣେ ସେବାୟତ ଗୁରୁତର ଆହତ । ଗୁରୁତର ଆହତ ସେବାୟତ ଜଣକ ହେଲ
ବାୟୋଗ୍ୟାସ୍ ପ୍ଲାଣ୍ଟ୍
ଦୁର୍ଗନ୍ଧରୁ ମିଳିବ ମୁକ୍ତି, ରାଜଧାନୀରେ ପ୍ରତିଷ୍ଠା ହେବ ବାୟୋଗ୍ୟାସ୍ ପ୍ଲାଣ୍ଟ୍
ଅର୍ଗସ ବ୍ୟୁରୋ : ସ୍ମାର୍ଟ୍ ସିଟି ଭୁବନେଶ୍ଵର ଦୁର୍ଗନ୍ଧ ମୁକ୍ତ । ଆଉ ଅଳିଆ ଆବର୍ଜନା ଗନ୍ଧରେ ଫାଟି ପଡିବନି ଭୁବନେଶ୍ବରିଆଙ୍କ ନାକ । କାରଣ ଖୁବଶୀଘ୍ର ନିର୍ମାଣ ହେବାକୁ ଯାଉଛ