ଆସନ୍ତାକାଲିଠୁ ୩ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ
by Argus News
Mon, Dec 16 | 5:45 p.m.

ଅର୍ଗସ ବ୍ୟୁରୋ: ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ମୁଖ୍ୟମନ୍ତ୍ରୀଙ୍କର ୩ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ । ୧୮ ତାରିଖ ସନ୍ଧ୍ୟା ୭ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୋନାସିକା କେନ୍ଦୁଝର ମହୋତ୍ସବକୁ ଉଦଘାଟନ କରିବେ । ଏଥିସହିତ, ୧୯ତାରିଖରେ ଚମ୍ପୁଆ ମହତାବ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ସମାରୋହରେ ମୁଖ୍ୟଅତିଥି ରୂପେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ସକାଳ ୯ଟା ୨୫ ମିନିଟ୍ ରେ ଭୁବନେଶ୍ଵର ରୁ ବିମାନ ଯୋଗେ ବାହାରି ୧୦ଟା ବେଳେ କେନ୍ଦୁଝର ନିକଟ ରାଇସୁଆଁAir Strip ରେ ପହଞ୍ଚିବେ । ଏହାପରେ ସେ ରାତି ୮ଟା ଯାଏ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦୁଝର Circuit House ରେ ରାତିରେ ରହିଵେ । ଆସନ୍ତା ୧୮ ତାରିଖ ଦିନ ୧୧ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଆସନ୍ତା ୧୯ ତାରିଖ ଦିନ ୧୧ଟାରେ ସଡ଼କ ପଥରେ ଯାଇ ଚମ୍ପୁଆ ମହତାବ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ସେଠାରୁ ୧ଟା ୫ ମିନିଟ୍ ରେ ସଡ଼କ ପଥରେ ବାହାରି ୨ଟା ୫ ମିନିଟ୍ ରେ କେନ୍ଦୁଝର Circuit House ରେ ପହଞ୍ଚିବେ । ସେଠାରୁ ୩ଟା ୩୦ ମିନିଟରେ ରାଇସୁଆଁ Air Strip ରୁ ବାହାରି ୪ଟା ୫ ମିନିଟ୍ ରେ ଭୁବନେଶ୍ଵର ପହଥିବେ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି।
 

ଶିକ୍ଷା ମନ୍ତ୍ରୀ
NCERT ଅଡ଼ିଟୋରିୟମ ପାଇଁ ଭୂମି ପୂଜନ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ
ଅର୍ଗସ ବ୍ୟୁରୋ: ଦେଇଥିବା କଥା ରଖିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । NCERT କ୍ୟାମ୍ପସରେ ଅଡିଟୋରିୟମ ନଥିଲା । Ncert ପ୍ରତିଷ୍ଠା ଦିବସରେ ଏହା ଜାଣିବା ପରେ ଅଡିଟୋରିୟମ
VIJAY DIWAS
ଆଜି ସାରା ଦେଶ ପାଳନ କରୁଛି ବିଜୟ ଦିବସ
ଅର୍ଗସ ବ୍ୟୁରୋ: ଆଜି ସାରା ଦେଶ ବିଜୟ ଦିବସ ପାଳନ କରୁଛି। ଏହି ଦିନ ୧୯୭୧ ଯୁଦ୍ଧରେ ଭାରତର ନିର୍ଣ୍ଣାୟକ ବିଜୟର ପ୍ରତୀକ। ଏହି ଯୁଦ୍ଧରେ ବୀରତ୍ବ ପ୍ରଦର୍ଶନ କରିଥିବା ତଥା ବଳିଦା
ଅଭିଯୋଗ ପ୍ରକୋଷ୍ଠ
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପ୍ରତାରିତ ଚାଷୀ
ଅର୍ଗସ ବ୍ୟୁରୋ: ଆଜି ଥିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ଷଷ୍ଠ ପାଳି । ପୂର୍ବ ବିଜେଡି ସରକାର ଦ୍ଵାରା ପ୍ରତାରିତ ଚାଷୀଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସମବା
ସୁଭଦ୍ରା ଯୋଜନା
ସୁଭଦ୍ରାରେ ୧ କୋଟିରୁ ଅଧିକ ମହିଳାଙ୍କୁ ଯୋଡ଼ିବା ଲକ୍ଷ୍ୟରେ ବିଜେପି ସରକାର
ଅର୍ଗସ ବ୍ୟୁରୋ: ଅଧାରେ ଅଟକି ଯାଇଛି କି ଆପଣଙ୍କ ସୁଭଦ୍ରା ଆବେଦନ ? ୱେବସାଇଟରେ ଦେଖାଉଛି କି ଅଣ୍ଡର ପ୍ରୋସେସ ? କଣ କରିବେ ? କାହା ପାଖକୁ ଯିବେ ? କେମିତି ପାଇବ
TOURISM CONCLAVE
ଫୋକର୍ସରେ ପର୍ଯ୍ୟଟନ କ୍ଷେତ୍ର, ଅର୍ଗସ ପକ୍ଷରୁ ଆୟୋଜତ ହେଉଛି ଟୁରିଜିମ କନକ୍ଲେଭ..
ଅର୍ଗସ ବ୍ୟୁରୋ: ଭାରତର ଏକ ସଂସ୍କୃତିର ରଙ୍ଗ, ବିଶ୍ୱାସ, ରୋଷେଇ, ପର୍ବପର୍ବାଣୀ ଏବଂ ଭାସ୍କର୍ଯ୍ୟର ଦେଶ । ଭାରତ ଗନ୍ତବ୍ୟସ୍ଥଳଠାରୁ ଖୁବ ଅଧିକ । ଏହାର ଏକ ସ୍ଥାନ ଯେଉଁଠାର