କେନ୍ଦୁଝରର ଏହି ଗାଁରେ ସୁନାଖଣି !
by Argus News
Mon, Dec 16 | 5:53 p.m.

କେନ୍ଦୁଝର:  କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ତରମାକାନ୍ତ ପଞ୍ଚାୟତର ଗୋପପୁର । ଦୁର୍ଗମର ଏହି ଗାଁ ନିକଟରେ ରହିଛି  ଜଙ୍ଗଲ । ଏଥିପାଇଁ ଏଠାରେ ଭାରତୀୟ ଭୂ-ବୈଗାଁନିକ ସଂସ୍ଥା ତଥା ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ତରଫରୁ ମାଟି ତଳୁ ସୁନାର ନମୂନା ସଂଗ୍ରହ କରାଯାଉଛି । ବର୍ତ୍ତମାନ ଏଠାରେ ୨ଟି ସ୍ଥାନରେ ସୁନାର ନମୂନା ସଂଗ୍ରହ କାର୍ଯ୍ୟ ଜାରି ରହିଥିବାବେଳେ, ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ଜଙ୍ଗଲର ୨୫ଟି ସ୍ଥାନ ଖୋଳି ସୁନାର ନମୂନା ସଂଗ୍ରହ କରାଯିବ ବୋଲି ସୂଚନା ମିଳିଛି । 

ଏଠାରୁ ସଂଗୃହିତ ସୁନାର ନମୂନା ଭଲ ବୋଲି ଜଣାପଡିଛି । ଯାହାକୁ ନେଇ ଗୋପପୁର ଗାଁରେ ସୁନାଖଣି ହେବା ନେଇ ଆଶା ପ୍ରକାଶ ପାଇଛି ।

ଆଦିବାସୀ ବହୁଳ ବାଂଶପାଳ ବ୍ଲକର ଲୋକେ ରୋଜଗାର ପାଇଁ ମୁଖ୍ୟତଃ ବଣ ଜଙ୍ଗଲ ଉପରେ ନିର୍ଭର କରିଥାନ୍ତି । ବହୁବର୍ଷ ପୂର୍ବରୁ ଲୋକେ ଏହି ଜଙ୍ଗଲର ମାଟିତଳୁ ସୁନା ସଂଗ୍ରହ କରୁଥିବା ଯୋଗୁଁ ଏହି ଜଙ୍ଗଲର ନାଁ ସୁନାଖଣି ଜଙ୍ଗଲ ରହିଛି । ୮୦ ଦଶକରୁ ସରକାରଙ୍କ ଦ୍ବାରା ଏହି ଜଙ୍ଗଲରେ ସୁନାର ନମୂନା ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇ କିଛି ବର୍ଷ ଧରି ବନ୍ଦ ରହିଥିଲା । 

ହେଲେ, ଗତ ୨ବର୍ଷ ଧରି ଏଠାରେ ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ତରଫରୁ ସୁନାର ନମୂନା ସଂଗ୍ରହ କାର୍ଯ୍ୟ ତ୍ବରାନ୍ବିତ କରାଯାଇଛି । ଏଠାକାର ସୁନାର ମାନ ଉନ୍ନତ ଧରଣର ଜଣାପଡିବା ପରେ ଲୋକଙ୍କ ମନରେ ଏଠାରେ ସୁନାଖଣି ହେବା ନେଇ ଆଶା ସଞ୍ଚାର ହୋଇଛି । ଗୋପପୁର ଗାଁରେ ସୁନାଖଣି ହେଲେ, କେନ୍ଦୁଝର ଜିଲ୍ଲା ତଥା ରାଜ୍ୟର ବିକାଶରେ ନୂଆ ଅଧ୍ୟାୟ ଯୋଡି ହେବ ବୋଲି ମତ ପ୍ରକାଶ ପାଇଛି ।
 

ଶିକ୍ଷା ମନ୍ତ୍ରୀ
NCERT ଅଡ଼ିଟୋରିୟମ ପାଇଁ ଭୂମି ପୂଜନ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ
ଅର୍ଗସ ବ୍ୟୁରୋ: ଦେଇଥିବା କଥା ରଖିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । NCERT କ୍ୟାମ୍ପସରେ ଅଡିଟୋରିୟମ ନଥିଲା । Ncert ପ୍ରତିଷ୍ଠା ଦିବସରେ ଏହା ଜାଣିବା ପରେ ଅଡିଟୋରିୟମ
VIJAY DIWAS
ଆଜି ସାରା ଦେଶ ପାଳନ କରୁଛି ବିଜୟ ଦିବସ
ଅର୍ଗସ ବ୍ୟୁରୋ: ଆଜି ସାରା ଦେଶ ବିଜୟ ଦିବସ ପାଳନ କରୁଛି। ଏହି ଦିନ ୧୯୭୧ ଯୁଦ୍ଧରେ ଭାରତର ନିର୍ଣ୍ଣାୟକ ବିଜୟର ପ୍ରତୀକ। ଏହି ଯୁଦ୍ଧରେ ବୀରତ୍ବ ପ୍ରଦର୍ଶନ କରିଥିବା ତଥା ବଳିଦା
ଅଭିଯୋଗ ପ୍ରକୋଷ୍ଠ
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପ୍ରତାରିତ ଚାଷୀ
ଅର୍ଗସ ବ୍ୟୁରୋ: ଆଜି ଥିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ଷଷ୍ଠ ପାଳି । ପୂର୍ବ ବିଜେଡି ସରକାର ଦ୍ଵାରା ପ୍ରତାରିତ ଚାଷୀଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସମବା
ସୁଭଦ୍ରା ଯୋଜନା
ସୁଭଦ୍ରାରେ ୧ କୋଟିରୁ ଅଧିକ ମହିଳାଙ୍କୁ ଯୋଡ଼ିବା ଲକ୍ଷ୍ୟରେ ବିଜେପି ସରକାର
ଅର୍ଗସ ବ୍ୟୁରୋ: ଅଧାରେ ଅଟକି ଯାଇଛି କି ଆପଣଙ୍କ ସୁଭଦ୍ରା ଆବେଦନ ? ୱେବସାଇଟରେ ଦେଖାଉଛି କି ଅଣ୍ଡର ପ୍ରୋସେସ ? କଣ କରିବେ ? କାହା ପାଖକୁ ଯିବେ ? କେମିତି ପାଇବ
TOURISM CONCLAVE
ଫୋକର୍ସରେ ପର୍ଯ୍ୟଟନ କ୍ଷେତ୍ର, ଅର୍ଗସ ପକ୍ଷରୁ ଆୟୋଜତ ହେଉଛି ଟୁରିଜିମ କନକ୍ଲେଭ..
ଅର୍ଗସ ବ୍ୟୁରୋ: ଭାରତର ଏକ ସଂସ୍କୃତିର ରଙ୍ଗ, ବିଶ୍ୱାସ, ରୋଷେଇ, ପର୍ବପର୍ବାଣୀ ଏବଂ ଭାସ୍କର୍ଯ୍ୟର ଦେଶ । ଭାରତ ଗନ୍ତବ୍ୟସ୍ଥଳଠାରୁ ଖୁବ ଅଧିକ । ଏହାର ଏକ ସ୍ଥାନ ଯେଉଁଠାର