ଲୋକଙ୍କ ଟଙ୍କାରେ ଲୋକଙ୍କୁ ଠକି ମାଲେମାଲ ବିଜେଡି ସରକାର
by Argus News
Sat, Jul 06 | 10:27 a.m.

ଅର୍ଗସ ବ୍ୟୁରୋ:  କୁସୁମା ଖୋଲୁଛି  ବିଜେଡିର ଜନବିରୋଧି ଦୁର୍ନୀତି ଓ କେଳେଙ୍କାରୀର ଚରିତ୍ର । କୁସୁମା କାହାର ଆରୋପ ଭିତରେ ବାଦବିବାଦ ଖୋଲୁଛି । ଲୋକଙ୍କ ଟଙ୍କାରେ ଲୋକଙ୍କୁ ଠକି ମାଲେମାଲ ଓ ଅନୈତିକ କାମର ଗୁମର । ବବିଙ୍କ ସମର୍ଥକ ପୌର ଉପାଧ୍ୟକ୍ଷ କହିଲେ କୁସୁମାର ବଙ୍ଗାଲୋ ନିର୍ମାଣ ମାଲିକାନା କ୍ରିଡା ବିଭାଗର । ବବି ସମର୍ଥକଙ୍କ ବକ୍ତବ୍ୟର କିଛି ସମୟ ପରେ ରାଜ୍ୟ କ୍ରିଡା ବିଭାଗ ସ୍ପଷ୍ଟ କରିଛି କ୍ରିଡା ବିଭାଗର ଏହା ସହ କୌଣସି ସମ୍ପର୍କ ନାହିଁ ।  କେଉଁ ଅର୍ଥରେ ହୋଇଛି ନିର୍ମାଣ ଡିଏମଏଫ ଓ କେଉଁ କମ୍ପାନୀର ସିଏସଆର । ଅର୍ଗସ ଖୋଲିଛି କୁସୁମାରେ ବବିଙ୍କ ଦରବାରର ରାଜକୀୟ ବ୍ୟବସ୍ଥା ।

ଲୋକଙ୍କ ଅଭିଯୋଗ କୁସୁମାର ମୁଖ୍ୟଦ୍ବାର ବନ୍ଦ ପରେ ରାତିରେ ଲାଗୁଥିଲା ବଡ଼ ବଡ଼ ଗାଡି । ନେତା, ଅଫିସର, ଖଣି ଦଲାଲ ଓ କର୍ପୋରେଟଙ୍କ ମନୋରଂଜନର କ୍ରୀଡାଭୂମି ବନିଥିବା ସାଧାରଣ ଲୋକଙ୍କ ଅଭିଯୋଗ ।  ଇଡକୋ  କୁସୁମା ପ୍ରକଳ୍ପ ପାଇଁ ଟେଣ୍ଡର ଆହ୍ବାନ କରିଥିଲା । ଇକକୋ ଚେୟାରମ୍ୟାନ ହେଉଛନ୍ତି ହେମନ୍ତ ଶର୍ମା ।  । ଭିନିଲକ୍ରିଷ୍ଣା ଥିଲେ କ୍ରିଡା ବିଭାଗର ସର୍ବେସର୍ବା । ମାଥିଭାଥନ ଥିଲେ ପୌର ବିଭାଗର ଦୀର୍ଘକାଳିନ ମୁଖିଆ । ଏବେ ସବୁ ବିଭାଗ ଝାଡୁଛି ପଲ୍ଲା । କୁସୁମାର 9ଟି ବଙ୍ଗଲୋ ଓ ବିଶ୍ବସ୍ତରୀୟ ଇଣ୍ଟେରିୟର ଓ ଆସବାବ ପତ୍ର କିଏ କାହା ଟଙ୍କାରେ କେମିତି ଓ କାହିଁକି ନିର୍ମାଣ କରିଥିଲା । କେବେ ହେବ ତଦନ୍ତ କେବେ ସାମନାକୁ ଆସିବ ସତ । ଗୋଟିଏ କଥା ଜଳ ଜଳ ହୋଇ ଦେଖାଯାଉଛି କୁସୁମା ଓଡିଆ ଅସ୍ମିତାକୁ ହତ୍ୟା କରିଥିବା ବଡ ଅଫିସରଙ୍କ ଚକ୍ରବ୍ୟୁହରେ ଥିଲା ବନ୍ଦୀ । ନିଜକୁ କ୍ରୀତଦାସ ମାନସିକତା ରଖୁଥିବା ଯାଜପୁରିଆ ନେତାମାନେ କରୁଥିଲେ ଆତ୍ମ ସମର୍ପଣ । ନବୀନ ବାବୁ ଦୁର୍ନୀତି ଓ ଅନୈତିକ କାମକୁ ସମର୍ଥନ କରନ୍ତି ନାହିଁ ଏହା ସତ୍ୟ ନୁହେଁ ମିଥ୍ୟା ତଥ୍ୟ ଆଧାରିତ କୁସୁମା ତାର ମୁକ ସାକ୍ଷୀ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ମାଓବାଦୀ
1m ago
ଏନ୍‌କାଉଣ୍ଟରରେ ଟଳିଲେ 36 ହାର୍ଡକୋର ମାଓବାଦୀ
ନାରାୟଣପୁର: ଏନ୍‌କାଉଣ୍ଟରରେ ଟଳିଲେ 36 ହାର୍ଡକୋର ମାଓବାଦୀ। ସୀମାନ୍ତ ଛତିଶଗଡ଼ରେ ବଡ଼ ଏନ୍‌କାଉଣ୍ଟର। ନାରାୟଣପୁର ଓ ଦନ୍ତେୱାଡ଼ା ପୋଲିସର ଏନ୍‌କାଉଣ୍ଟରରେ 36
ନିଯୁକ୍ତି
6m ago
ରାଜ୍ୟରେ ନିଯୁକ୍ତି ପାଇବେ ୧୬,୦୦୯  କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ
ଭୁବନେଶ୍ୱର: ବିଜେପି ସରକାରଙ୍କର ବଡ଼ ପଦକ୍ଷେପ। ରାଜ୍ୟରେ ନିଯୁକ୍ତି ପାଇବେ ୧୬,୦୦୯ ଜଣ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ । ରାଜ୍ୟର ବିଭିନ୍ନ ପ୍ରାଥମିକ ତଥା ଉଚ୍ଚ ପ୍ରାଥମିକ ସ୍କୁଲର
ମେଳି କର୍ପୋରେଟର
ନବୀନଙ୍କୁ ଭେଟିଲେ ମେଳି କରିଥିବା କର୍ପୋରେଟର
ଭୁବନେଶ୍ୱର: ନବୀନଙ୍କୁ ଭେଟିଲେ ମେଳି କରିଥିବା କର୍ପୋରେଟର । ନବୀନ ନିବାସ ଯାଇ ଭେଟିଲେ । ଏହି କର୍ପୋରେଟର ଗୋଷ୍ଠୀ କିଛି ଦିନ ତଳେ ଶଙ୍ଖ ଭବନରେ ଦୁଇ ବିଦ୍ରୋହୀ କର୍ପୋରେଟର ଅମରେଶ ଜେନା