ଅନ୍ୟ ରାଜ୍ୟରୁ ମିଲେଟ୍ ଆଣି ଓଡ଼ିଶାରେ ପ୍ୟାକେଜିଂ କରି ବିକ୍ରି କରୁଥିଲା ବିଜେଡି
by Argus News
Fri, Jun 28 | 1:02 p.m.

ଅର୍ଗସ ବ୍ୟୁରୋ:  ମିଲେଟ୍ ମିଶନ ନାଁରେ ବିଜେଡି ସରକାରଙ୍କ ମିଛ ପ୍ରଚାରର ପର୍ଦ୍ଦାଫାସ କରିଥିଲା ଅର୍ଗସ । ଅନ୍ୟ ରାଜ୍ୟରୁ ମିଲେଟ୍ ଆଣି ଓଡ଼ିଶାରେ କେମିତି ପ୍ୟାକେଜିଂ କରି ବିକ୍ରି  କରଯାଉଥିଲା ତାର ପ୍ରମାଣ ବି ଅର୍ଗସ କ୍ୟାମେରାରେ କଏଦ ହୋଇଥିଲା । ଏବେ ଏହି ମାମଲାର ତଦନ୍ତ କରିବ ବିଜେପି ସରକାର । ଏ ହେଉଛି ଗତ ଏପ୍ରିଲ ମାସର ଦୃଶ୍ୟ । ରାୟଗଡ଼ା ଚନ୍ଦ୍ରପୁର ବ୍ଲକ୍ ଡାଙ୍ଗସରଡ଼ାର। ଟ୍ରକ୍ ନଂ KA34C4995 । ଏହି ନଂରୁ ହିଁ ଜଣାପଡ଼ିଥିଲା କର୍ଣ୍ଣାଟକରୁ ଆସିଥିଲା ଗାଡ଼ି। ଡ୍ରାଇଭର ପାଖରେ ଥିବା ଏ ବିଲରୁ ବି ସ୍ପଷ୍ଟ ହୋଇଥିଲା ଯେ 12 ଲକ୍ଷ 26 ହଜାର ଟଙ୍କା ମୂଲ୍ୟର ମାଣ୍ଡିଆ ଅଣାଯାଇଥିଲା।

ଖୋଦ୍ ଡ୍ରାଇଭର ବି ଏହା କହିଥିଲେ । ବିଜେଡି ସରକାରରେ ମିଛ କହି ବେଷ୍ଟ ମିଲେଟ୍ ପ୍ରୋମୋଟିଂ ଷ୍ଟେଟର ଆୱାର୍ଡ ସିନା ଓଡ଼ିଶା ପାଉଥିଲା । ହେଲେ ଏବେ ଏହି ମାମଲାର ତଦନ୍ତ ହେବା ପାଇଁ ଖୁବଶୀଘ୍ର କମିଟି ଗଠନ ହେବ । ଖୋଦ୍ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗତକାଲି ରାୟଗଡ଼ା ଗସ୍ତରେ ଥିବା ବେଳେ ଏହି ସୂଚନା ଦେଇଛନ୍ତି । ତଦନ୍ତ ପାଇଁ କମିଟି ଗଢ଼ାଯିବ ଓ କମିଟି ରିପୋର୍ଟ ଆଧାରରେ ହିଁ ଆକ୍ସନ ହେବ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

HEALTHY
21m ago
କିଭଳି ନେବେ ସ୍ୱାସ୍ଥ୍ୟର ଯତ୍ନ ? ଜାଣନ୍ତୁ...
ଅର୍ଗସ ବ୍ୟୁରୋ: ନିଜ ସ୍ୱାସ୍ଥ୍ୟର ଯତ୍ନ ନେଇପାରୁନାହାନ୍ତି କି ? ଦିନକୁ ଦିନ ମୋଟା ହେଇଯାଉଛନ୍ତି କି ? ଅସୁନ୍ଦର ଦେଖାଯାଉଛନ୍ତି। ଜାଣନ୍ତୁ କିପରି ନେବେ ନିଜ ସ୍ୱାସ୍ଥ୍ୟର ଯତ୍ନ
ନିର୍ଦ୍ଦୟ ହୋଇଥିଲେ
ନିର୍ଦ୍ଦୟ ହୋଇଥିଲେ ନବୀନ, ମୋହନ ଦେଖାଇଲେ ମହନତା
ଅର୍ଗସ ବ୍ୟୁରୋ: ବିଜେଡି ସରକାର ବନ୍ଦ କରି ଦେଇଥିବା ସ୍କୁଲ ଗୁଡିକ ପୁଣିଥରେ ଖୋଲିବାକୁ ବିଜେପି ସରକାର ଆରମ୍ଭ କରିଛନ୍ତି ଯୋଜନା । ଯେଉଁଠି ପିଲା ମାନଙ୍କୁ ଦୂର ସ୍ଥାନ କୁ ଯିବା କ
ପାକିସ୍ତାନରେ
ପାକିସ୍ତାନରେ ଏକ୍ସପ୍ରେସ ଓ୍ବେ କେତେ ରହିଛି ଆପଣ ଜାଣିଛନ୍ତି କି?
ଅର୍ଗସ ବ୍ୟୁରୋ: ପାକିସ୍ତାନରେ ଏକ୍ସପ୍ରେସ ଓ୍ବେ କେତେ ରହିଛି ଆପଣ ଜାଣିଛନ୍ତି କି? ସବୁଠାରୁ ଲମ୍ବା ଏକ୍ସପ୍ରେସ ଓ୍ବେ ହେଉଛି ୨୦୦ କିଲୋମିଟର। ତେବେ ପଡ଼ୋଶୀ ଦେଶରେ ମୋଟ ୧୨ଟି ଏକ୍ସପ୍ରେସ ଓ୍ବ