ଓଡିଶାର ଲକ୍ଷ ଲକ୍ଷ କୌଳିକ ବୁଣାକାର ପରିବାରମାନେ ସେମାନଙ୍କର ଜୀବିକା ହରାଇଛନ୍ତି : ଅନିଲ ବିଶ୍ୱାଳ
by Argus News
Tue, Apr 23 | 10:09 p.m.

ଅର୍ଗସ ବ୍ୟୁରୋ : ଯେବେଠାରୁ ଭାରତୀୟ ଜନତା ପାର୍ଟି ଚଳିତ ନିର୍ବାଚନରେ ଓଡ଼ିଆ ଅସ୍ମିତା ଓ ଓଡିଆ ସ୍ୱାଭିମାନକୁ ପ୍ରମୁଖ ପ୍ରସଙ୍ଗ କରିବା ପାଇଁ ନିଷ୍ପତି ନେଲା ସେବେଠାରୁ ବିଜୁ ଜନତା ଦଳ ଏହାର ମୁକାବିଲା କିଭଳି କରିବ ସେଥିପାଇଁ ରାସ୍ତା ପାଉନାହିଁ । ବିଜେଡି ପ୍ରତିଦିନ କିଛି ନା କିଛି ମିଥ୍ୟା ପ୍ରସଙ୍ଗକୁ ଆଣି ଗଣମାଧ୍ୟମର ମୂଲ୍ୟବାନ ସମୟ ନଷ୍ଟ କରୁଛି । ନବୀନ ବାବୁଙ୍କ ସରକାର ସମୟରେ ରାଜ୍ୟରେ ସରକାରୀ ସ୍ତରରେ ଚାଲୁଥିବା ସମସ୍ତ ଟେକ୍ସଟାଇଲ ମିଲ, ସ୍ପିନିଙ୍ଗ ମିଲ, ଗିନିଙ୍ଗ ମିଲ ବନ୍ଦ ହୋଇ ତାଲା ପଡିଛି । ବିଜୁ ବାବୁ ଆରମ୍ଭ କରିଥିବା କଟକର ଓଟିଏମ୍ ନବୀନ ବାବୁଙ୍କ ସରକାର ସମୟରେ ବନ୍ଦ ହୋଇଗଲା । ବିଜୁ ଜନତା ଦଳ ସରକାରର ଚକ୍ରାନ୍ତ କାରଣରୁ ଆଜି ଓଡିଶାର ଲକ୍ଷ ଲକ୍ଷ କୌଳିକ ବୁଣାକାର ପରିବାରମାନେ ସେମାନଙ୍କର ଜୀବିକା ହରାଇଛନ୍ତି । ଓଡିଶାରେ ସ୍ପିନିଙ୍ଗ ମିଲ ବନ୍ଦ ହୋଇଯିବା କାରଣରୁ ଯେଉଁ ପରିବାରମାନେ ଆଜି ବୁଣାକାର କାମ କରୁଛନ୍ତି ସେମାନେ ତାଙ୍କର ଆବଶ୍ୟକ ସୂତା ବାହାର ରାଜ୍ୟରୁ କିଣିବା ପାଇଁ ବାଧ୍ୟ ହେଉଛନ୍ତି । ଏହା ହେଉଛି ଆଜିର ଦିନରେ ଓଡିଶାରେ ବୁଣାକାରମାନଙ୍କ ସ୍ଥିତି । 

ଓଡିଶାର ବୁଣାକାର ପରିବାରମାନେ ନିଷ୍ପତି ନେଇଛନ୍ତି ଚଳିତ ନିର୍ବାଚନରେ ବିଜୁ ଜନତା ଦଳର ସରକାର ତାଙ୍କ ପ୍ରତି କରିଥିବା ଷଡଯନ୍ତ୍ରର ଉଚିତ୍ ଜବାବ ଦେବେ ଓ ଓଡିଶାରେ ବିଜେପି ସରକାର ସ୍ଥାପନା କରିବେ । ଓଡିଶାରେ ଡବଲ ଇଂଜିନ ସରକାର ଆସିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୟନ ଶିଳ୍ପ ଜଗତ ପାଇଁ ଆଣିଥିବା ସମସ୍ତ ଯୁଗାନ୍ତକାରି ଯୋଜନାର ଲାଭ ବୁଣାକାର ପରିବାରମାନେ ପାଇବେ ଓ ବୁଣାକାର ପରିବାରଙ୍କୁ ନବିନ ବାବୁଙ୍କ ୨୪ ବର୍ଷର ସରକାର ଦେଇଥିବା ଦୁଃଖ ଦୂର ହେବ ବୋଲି କହିଛନ୍ତି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ ।

ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଛାଇ ଦେଖିଲେ ବିଜେଡିର ନାହି ଡେଉଁଛି । ବିଜେଡିର ଦୁଇ ମୁଖପାତ୍ର ଲୁଙ୍ଗି ପ୍ରସଙ୍ଗ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଦେଇଥିବା ଯୁକ୍ତି ସମ୍ପୂର୍ଣ୍ଣ ଭାବେ ଅମୂଳକ, ଅପ୍ରାସଙ୍ଗିକ । ପ୍ରକୃତ କଥା ହେଲା, ମୁଖ୍ୟମନ୍ତ୍ରୀଙ୍କୁ ନୁହେଁ ବରଂ ଏବେ ଏବେ ତାଙ୍କର ରିମୋର୍ଟ କଂଟ୍ରୋଲ ସାଜିଥିବା କାର୍ତିକ ପାଣ୍ଡିଆନଙ୍କୁ ଖୁସି କରିବା ପାଇଁ ବିଜେଡି ମୁଖପାତ୍ର ଏଭଳି ଉପାୟ ଆପଣାଇଛନ୍ତି । ନବୀନ ବାବୁ କାହିଁକି ତାମିଲନାଡୁରେ ତିଆରି ହୋଇଥିବା ଲୁଙ୍ଗି ପିନ୍ଧି ଓଡିଶାର ବୁଣାକାର ପରିବାରମାନଙ୍କୁ ଅପମାନିତ କରିଛନ୍ତି ତାହାର ଉତର ବିଜୁ ଜନତା ଦଳ ଆଗ ଦେଉ । ବୁଣାକାରମାନଙ୍କ ପାଇଁ ମୋଦି ସରକାର କରିଥିବା ସମସ୍ତ ଯୋଜନାରୁ ଯେମିତି କେହି ବଂଚିତ ନହୁଅନ୍ତି ଓ ଆଗାମୀ ଦିନରେ ଓଡିଶା କିଭଳି ବୟନ ଶିଳ୍ପ କ୍ଷେତ୍ରରେ ଦେଶରେ ଏକ ନମ୍ବର ହେବ ତାର ଦାୟୀତ୍ୱ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନେବେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ପ୍ରସଙ୍ଗ ବିହୀନ ନିର୍ବାଚନ ଲଢୁଥିବା ବିଜେଡି ସଂସ୍କୃତି ଓ ପରମ୍ପରାର ସୁରକ୍ଷା କଥା କହିବା ସେମାନଙ୍କ ପକ୍ଷେ ଶୋଭା ପାଉନାହିଁ । କେବଳ ରାଜନୈତିକ କାରଣ ପାଇଁ ନବୀନ ବାବୁଙ୍କ ସରକାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ବାରମିଶା ଉଷୁନା ଚାଉଳ ଭୋଗ ଲଗାଇଲେ, ମଠ ମନ୍ଦିର ଉପରେ ବୁଲଡୋଜର ଚଲାଇଲେ, ରତ୍ନ ଭଣ୍ଡାରକୁ ଲୁଟ କରିଲେ । ଯେଉଁ ସରକାର ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଦିଏ ନାହିଁ, କେବଳ ସୌନ୍ଦର୍ଯ୍ୟକରଣ ନାମରେ ହଜାର ହଜାର ବର୍ଷର କଳା, ଐତିହ୍ୟ ଓ କୀର୍ତିରାଜିକୁ ଭାଙ୍ଗିବାକୁ ଚେଷ୍ଟା କରେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ରାଜନୀତିକରଣ କରିବାକୁ ଚେଷ୍ଟା କରେ, ସେହି ସରକାରର ମୁଖପାତ୍ରମାନେ ଆଜି ସଂସ୍କୃତି ଉପରେ ମତାମତ ଦେବା ପରିତାପର ବିଷୟ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

MODI
ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି
ଅର୍ଗସ ବ୍ୟୁରୋ: ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭୁବନେଶ୍ୱର ବିମାନବନ୍ଦରରେ ମୋଦିଙ୍କୁ ସ୍ୱାଗତ କରିଛନ୍ତି ହଜାର ହଜାର ଲୋକ।ରାଜଭବନରେ ରାତ୍ର
LOP JAYNARAYA MISHRA
ପ୍ରଣବଙ୍କୁ ଧୋଇଲେ ଜୟନାରାୟଣ
ଅର୍ଗସ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରୁଥିଲେ ସମ୍ବଲପୁର ବିଜେଡି ପ୍ରାର୍ଥୀ ସାଂସଦ ପ୍ରଣବ ପ୍ରକାଶ ଦାସ, ହେଲେ ନିଜେ ଟାର୍ଗେଟ୍‌ ହୋଇଗଲେ । ସୋସିଆଲ ମିଡ଼ିଆର
SAMBALPUR
ମନ୍ଦିର ସୁନ୍ଦର କରିବ ବୋଲି ଐତିହ୍ୟ ନଷ୍ଟ କରିବ ?
ଅର୍ଗସ ବ୍ୟୁରୋ : ଓଡ଼ିଶା ସରକାର ପ୍ରକୃତରେ ଚାହୁଁଛି କଣ ? କାହିଁକି ବାରମ୍ବାର ଓଡ଼ିଆଙ୍କ ଭାଗାବେଗ ସହ ଖେଳୁଛି ଖେଳ ? ନିଜର ଅପାରଗତା ପାଇଁ ବିପଦରେ ମଠ ଓ ମନ୍ଦିର ରହିଛି । ଯଦି ସ୍ଵାଭିମାନ