ଓଡିଶାରେ ବିଜେପିର ହାଇଭୋଲ୍ଟେଜ କ୍ୟାମ୍ପେନିଂ , କାଲି ଆସୁଛନ୍ତି ପ୍ରଧାନମନ୍ତ୍ରୀ
by Argus News
Thu, May 09 | 7:38 p.m.

ଅର୍ଗସ ବ୍ୟୁରୋ : ମିଶନ ଓଡ଼ିଶା ପାଇଁ ବିଜେପିର ହାଇଭୋଲଟେଜ କ୍ୟାମ୍ପେନିଂ । ଆସନ୍ତାକାଲି ଭୁବନେଶ୍ବରରେ ରୋଡ୍‌ ସୋ କରିବେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତକୁ ନେଇ ହଲଚଲ ହୋଇଥିଲା ରାଜ୍ୟ ରାଜନୀତି। ଓଡ଼ିଶା ଧନୀ, ଓଡ଼ିଶାବାସୀ ଗରିବ କାହିଁକି ବୋଲି ପ୍ରଶ୍ନ କରିଥିଲେ ମୋଦି । ନବୀନ ସରକାରଙ୍କୁ ପାପୀ ବୋଲି କହି କରିଥିଲେ ଟାର୍ଗେଟ୍। ବିକାଶ ଓ ସଂସ୍କୃତି ଏ ୨ଟି ପ୍ରସଙ୍ଗରେ ବିଜେଡିକୁ ଜୋରଦାର ହମଲା କରିଥିଲେ ମୋଦି। ଦିଲ୍ଲୀରେ ଓଡ଼ିଶା ପାଇଁ ନିରନ୍ତର କାମ କରୁଛି ମୁଁ ଜଗନ୍ନାଥଙ୍କ ପୁତ୍ର ବୋଲି କହିଥିଲେ ପିଏମ୍ । ରାଜ୍ୟରେ ବିଜେପି ଶାସନ କରିବା ନେଇ ମୁଖ୍ୟମନ୍ତ୍ରୀ କହିଥିଲେ, ବିଜେପି ଦିବାସ୍ବପ୍ନ ଦେଖୁଛି । ନବୀନଙ୍କ ଏ ପ୍ରସଙ୍ଗରେ କଣ ରହିବ ପିଏମ୍‌ଙ୍କ ଆଭିମୁଖ୍ୟ ତାକୁ ରହିଛି ନଜର ।  
ମୋଦି, ଶାହ, ନଡ୍ଡା, ରାଜନାଥ, ଜୟଶଙ୍କର ପରେ ଆଜି ଓଡ଼ିଶାରେ ପ୍ରଚାର ମଙ୍ଗ ଧରିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରି । ପ୍ରଥମେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ପରେ କୃଷ୍ଣପ୍ରସାଦରେ ନିର୍ବାଚନ ସଭାରେ ଯୋଗ ଦେଇ ବିଜେଡି ସରକାରକୁ ଘେରିଛନ୍ତି ଗଡକରୀ। 

ସେପଟେ ମାଲକାନଗିରିରେ କ୍ୟାମ୍ପେନ କରିଛନ୍ତି ବିଜେପିର ଫାୟାର ବ୍ରାଣ୍ଡ ନେତା ତଥା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ପାଣ୍ଡିଆନଙ୍କୁ ଟାର୍ଗେଟ କରି ହିମନ୍ତ କହିଛନ୍ତି, ନବୀନ ବାବୁ ସାଢେ ୪ କୋଟି ଓଡ଼ିଆଙ୍କୁ ନୁହଁ ବରଂ ଜଣଙ୍କୁ ଭଲ ପାଉଛନ୍ତି । ସେ ହେଉଛନ୍ତି ପାଣ୍ଡିଆନ । ମୋଦି ଗ୍ୟାରେଣ୍ଟିରେ ଗ୍ୟାରେଣ୍ଟି ଅଛି ବୋଲି କହିଛନ୍ତି ହିମନ୍ତ । ମାଲକାନଗିରି ପରେ ଗଞ୍ଜାମ ଖଲ୍ଲିକୋଟରେ ପ୍ରଚାର କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ।

ଅଧିକ ପଢନ୍ତୁ : ବିଜେପି ଫୋକସରେ ଓଡ଼ିଶା

ସେହିପରି ଆଜି ଦ୍ବିତୀୟ ଦିନରେ କୋରାପୁଟ ଲକ୍ଷ୍ମୀପୁରରେ ପ୍ରଚାର କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ । ୧୨ ତାରିଖରେ ପୁଣି ଥରେ ଅମିତ ଶାହଙ୍କ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି ।  ଆଗକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ, କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନିଙ୍କଠୁ ନେଇ ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ ହେମାମାଳିନୀଙ୍କ ଭଳି ଆଗ ଧାଡ଼ିର ନେତା ଓଡିଶା ଆସି ପ୍ରଚାର କରିବାର ରହିଛି କାର୍ଯ୍ୟକ୍ରମ ।

ପଞ୍ଚମ ପର୍ଯ୍ୟାୟ
7m ago
ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ମତଦାନ କଲେ ବଲିଉଡ ସେଲିବ୍ରିଟି
ଅର୍ଗସ ବ୍ୟୁରୋ: ଆଜି ସକାଳୁ ପଞ୍ଚମ ପର୍ଯ୍ୟାନ ନିର୍ବାଚନ ଆରମ୍ଭ ହୋଇ ଯାଇଥିବା ବେଳେ ଭୋଟ୍‌ ଦେଉଛି ଦେଶ। ସାଧାରଣ ଜନତାଙ୍କଠାରୁ ନେଇ ବିଭିନ୍ନ ସେଲିବ୍ରିଟି ନିଜର ମତଦାନ କରିବାକ
କାର
18m ago
ଖରାରେ ଛିଡା ହୋଇଥିବା କାରରେ ଭୁଲରେ ବି ରଖନ୍ତୁ ନାହିଁ ଏହି ୫ଟି ଜିନିଷ
ନୂଆଦିଲ୍ଲୀ: ହୋଇପାରେ ବିସ୍ଫୋରଣ। ଖରାରେ ଛିଡା ହୋଇଥିବା କାରରେ ଯଦି ଏହି ୫ ଟି ଜିନିଷ ରଖୁଛନ୍ତି ତେବେ ଆପଣଙ୍କ କାରରେ ବିସ୍ଫୋରଣ ଘଟିପାରେ। ଏହି ୫ଟି ଜିନିଷକୁ କେବେବ
ଏମ୍ସରୁ ସୁସ୍ଥ ହୋଇ
33m ago
ଏମ୍ସରୁ ସୁସ୍ଥ ହୋଇ ଘରକୁ ଫେରିଲେ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ
ଅର୍ଗସ ବ୍ୟୁରୋ: ଏମ୍ସରୁ ସୁସ୍ଥ ହୋଇ ଘରକୁ ଫେରିବା ପରେ ବିଜେପି ନେତା ତଥା ବ୍ରହ୍ଣପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ବିସ୍ଫୋରକ ବୟାନ। ମୋତେ ଆକ୍ରମଣ ବିଜେଡିର ଏ