ଧର୍ମଶାଳାରେ ବେଆଇନ୍ ଭାବେ ଲୁଟ ହେଉଛି କଳାପଥର
by Argus News
Sat, Jul 20 | 7:22 p.m.

ଯାଜପୁର: ଯାଜପୁର  ଧର୍ମଶାଳାରେ ବେଆଇନ୍ ଭାବେ ଲୁଟ୍ ହେଉଛି କଳାପଥର। ଏହି ଲୁଟ୍ ଫଳରେ ମାଲାମାଲ୍ ହେଉଛନ୍ତି ଯାଜପୁରର 3 ପ୍ରଭାବଶାଳୀ ଓ ପ୍ରତିପତ୍ତିଶାଳୀ ରାଜନୈତିକ ପରିବାର। ଅନ୍ୟପଟେ ପଥର ତଳେ ଯାଉଛି ଗରିବ ଶ୍ରମିକଙ୍କ ଜୀବନ। ଖାଦାନରେ କାମ କରୁଥିବା ଶ୍ରମିକଙ୍କ ପାଇଁ କାହାରି ଦୟା ନାହିଁ। ଏ ଯାଏଁ ଡଙ୍କାରୀରେ ମୃତ ଶ୍ରମିକଙ୍କୁ ସହାୟତା ମିଳିନଥିବାବେଳେ କେବେ ବେଆଇନ ଲୁଟ୍ ବନ୍ଦ ହେବ ଏବଂ କେବେ ଲୁଟେରାଙ୍କଠାରୁ ଆଦାୟ ହେବ ଜରିମାନା ତାହା ସବୁଠାରୁ ବଡ଼ ପ୍ରଶ୍ନ। ଯାଜପୁର ଜିଲ୍ଲାର ଧର୍ମଶାଳା ନିର୍ବାଚନମଣ୍ଡଳୀ । ଏଠି ଚାଲିଛି ଲଘୁ ଖଣିଜ ଦ୍ରବ୍ୟର ଖୁଲାମଖୁଲା ଲୁଟ୍ । ଧର୍ମଶାଳାରେ ମାତିଛନ୍ତି କଳାପଥର ମାଫିଆ । ନିର୍ବାଚନ ମଣ୍ଡଳୀରେ ଥିବା ଡଙ୍କାରୀ, ବିଛାଖଣ୍ଡି, ରାହାଡପୁର, ଆରୁହା, ଲୁଣିବର, ବାଜବାଟି ପରି ଅଞ୍ଚଳରୁ କଳାପଥର ଲୁଟି ଲୁଟେରା ହେଉଛନ୍ତି ମାଲେମାଲେ । ଆଉ ଖାଦାନରେ ବେଆଇନ୍ ବିସ୍ପୋରଣ କରାଇ ନେଇ ଚାଲିଛନ୍ତି ଗୋଟିଏ ପରେ ଗୋଟିଏ ମୁଣ୍ଡ ।
 ନଜର ପକାନ୍ତୁ ସୂଚନା ଅଧିକାର ଆଇନ୍ ବଳରେ ମିଳିଥିବା ଏହି ତଥ୍ୟ ଉପରେ । ନିକଟରେ ଡଙ୍କାରୀରେ ହୋଇଥିବା ବିସ୍ପୋରଣରେ ରାଜ୍ୟ ବାହାରର ଜଣଙ୍କର ଆଉ ରାଜ୍ୟ ଭିତରରେ ଦୁଇଜଣଙ୍କ ଜୀବନ ଯାଇଥିବା କଥା ପ୍ରଶାସନ ସ୍ୱୀକାର କରିଛନ୍ତି । ହେଲେ ମୃତ ଶ୍ରମିକଙ୍କ ପରିବାରକୁ କଣ ସହାୟତା ମିଳିଲା ତାହା କିନ୍ତୁ କାହାକୁ ଜଣାନାହିଁ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଓ ତାଙ୍କ ଭାଇ ବ୍ଲକ ଚେୟାରମ୍ୟାନ୍ ପ୍ରଭାତ ବଳବନ୍ତରାୟଙ୍କ ଚାପରେ ସବୁ ମାମଲାକୁ ଚାପି ଦିଆଯାଉଛି । ପ୍ରତିଦିନ କଳାପଥର ତଳେ ବହୁ ଲୋକଙ୍କର ଜୀବନ ଯାଉଥିବା ବେଳେ ଏହା କିନ୍ତୁ ପ୍ରଶାସନର ଆଢୁଆଳରେ ରହିଯାଉଛି ।

ସେପଟେ ଡଙ୍କାରୀ ବିସ୍ଫୋରଣ ଘଟଣାର ତଦନ୍ତ ଦାବି କରିଛନ୍ତି ମୃତକଙ୍କ ପରିବାର । ଖଣି-ଖାଦାନ ଭରା ଯାଜପୁର ଜିଲ୍ଲା । ଏଠି ସବୁବେଳେ 3 ରାଜନୈତିକ ପରିବାରର ରାଜ ଚାଲିବାର ଅଭିଯୋଗ । ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ, ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଓ ସୁକିନ୍ଦାର ପୂର୍ବତନ ବିଧାୟକ ପ୍ରୀତିରଞ୍ଜନ ଘଡେଇ । ଯାଜପୁର ଜିଲ୍ଲାର ଚାଲିଥିବା ବେଆଇନ୍ କଳାପଥର ଓ ଖଣିଲୁଟ୍ ଘଟଣାରେ ଏମାନେ ସବୁବେଳେ ଚର୍ଚ୍ଚାରେ । ରାଜନୈତିକ କ୍ଷେତ୍ରରେ ଏହି ତିନି ରାଜନୈତିକ ପରିବାର କ୍ଷେତ୍ରରେ ପଡୁ କି ନପଡୁ ଯାଜପୁରକୁ ଲୁଟିବା ପାଇଁ କିନ୍ତୁ ଏହି 3 ପରିବାର ଏକାଠି ହୋଇଥିବା ସବୁବେଳେ ସାଧାରଣ ଲୋକଙ୍କ ଭିତରେ ଚର୍ଚ୍ଚା । ଶାସନ କ୍ଷମତାରେ ରହିବା ସମୟରେ କଳାପଥର ଲୁଟ ଓ ଖଣି ଲୁଟକୁ ପ୍ରୋତ୍ସାହନ ଦେଇ ଆସୁଥିବା ଅଭିଯୋଗ ହୋଇ ଆସୁଥିଲା ଏହି 3 ପରିବାର ବିରୋଧରେ । ଆଉ ଏବେ ଧର୍ମଶାଳାର ନବାଗତ ବିଧାୟକ ହିମାଶୁଂ ଶେଖର ସାହୁଙ୍କ ଚିଠି ପରେ ଖଣି ବିଭାଗ ହଠାତ୍ ଆକ୍ଟିଭ ହୋଇଯିବା । ଖଣି ଅଞ୍ଚଳରେ ବିଧାୟକଙ୍କ ସହ ପ୍ରଶାସନିକ ଅଧିକାରୀ ଯାଇ ତଦନ୍ତ କରିବା ପରେ ଏବେ ସାଧାରଣରେ ଅନେକ ପ୍ରଶ୍ନ ଉଠିଛି । ବିଗତ ଦିନରେ ଯେଉଁ ଖଣିମାଫିଆଙ୍କ ଉପରେ ଫାଇନ୍ ଲଗାଯାଇଥିଲା ତାହା ଆଦାୟ ହେବ ତ । ଆଉ ଅଧିକାଂଶ ସରକାରୀ ଜାଗାରେ ବେଆଇନ୍ ଭାବେ ଲଘୁ ଖଣିଜ ସାମଗ୍ରୀ ଗଚ୍ଛିତ କରି ରଖିଥିବା ମାଫିଆଙ୍କ ବିରୋଧରେ ଆକ୍ସନ ହେବ ତ। ଲୁଟ ହେଉଛି ରାଜସ୍ୱ, ଲୁଟ ହେଉଛି ଲୋକଙ୍କ ଭାଗ୍ୟ, ଆଉ ଏପରି ସ୍ଥିତିରେ ନୂଆ ସରକାରଙ୍କ ଆକ୍ସନ ମୁଡରେ ଆସିବା ଏବେ ଲୋକଙ୍କ ମନରେ ନୂଆ ଆଶା ସଞ୍ଚାର କରିଛି । 
ଅଧିକ ପଢନ୍ତୁ ଓଡ଼ିଶା ଖବର 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା