କୁସୁମା କଟେଜକୁ ନେଇ ବିବାଦ ଘେରରେ ବବି ଦାସ
by Argus News
Fri, Jul 12 | 12:02 p.m.

ଅର୍ଗସ ବ୍ୟୁରୋ: ଯାଜପୁର କୁସୁମା କଟେଜକୁ ନେଇ ବିବାଦ ଘେରରେ ବିଜେଡି ସାଂଗଠନିକ ସମ୍ପାଦକ ବବି ଦାସ । କୁସୁମା କଟେଜକୁ ନେଇ ସାଂଘାତିକ ଅଭିଯୋଗ ଆଣିଥିଲେ ଯାଜପୁରବାସୀ। ଯାହା ଅନୁସାରେ ରାତିରେ ଭିଭିଆଇପି, ପଦାଧିକାରୀମାନେ ଆମୋଦପ୍ରମୋଦ ପାଇଁ ପଛ ରାସ୍ତା ଦେଇ କୁସୁମା ଆସୁଥିଲେ । ଆହୁରି ମଧ୍ୟ କୁସୁମାକୁ ବବି ନିଜ କବଜାକୁ ନେଇ ଯାଇଥିଲେ, ତାଙ୍କ ଦରବାରକୁ ବିଜେଡି ନେତା, ସାଂସଦ ବିଧାୟକ ବି ଆସୁଥିଲେ ବୋଲି ଅଭିଯୋଗ ହୋଇଥିଲା। କୁସୁମା କଟେଜରେ ଅନୈନିତ କାମ ଚାଲିଥିବାର ସାଂଘାତିକ ଅଭିଯୋଗ ଆଣିଥିଲେ ସ୍ଥାନୀୟ ଲୋକେ ଯାହାକୁ ଭିତ୍ତି କରି ଖବର ପ୍ରସାରଣ କରିଥିଲା ଅର୍ଗସ୍। ବବିଙ୍କ ପାଇଁ ଯାଜପୁର ବଦନାମ୍ ହେଉଛି ବୋଲି ଲୋକେ କହିଥିଲେ। ଅଡୁଆରେ ପଡ଼ିବା ପରେ ଏବେ ବବିଙ୍କ ସପକ୍ଷରେ ଯାଜପୁରରେ କରାଯାଇଛି ପ୍ରାୟୋଜିତ ବିକ୍ଷୋଭ। ଯେଉଁଥିରେ ଅର୍ଗସର ଖବରକୁ ବିରୋଧ କରାଯାଇଛି ।

ତେବେ ପ୍ରଶ୍ନ ହେଲା ଏ ବିକ୍ଷୋଭ ଯାଜପୁରର ସ୍ବାର୍ଥ ପାଇଁ ଲଢ଼େଇ ନା ନା ଯାଜପୁରକୁ 25 ବର୍ଷ ଧରି ଲୁଟ୍ କରିଥିବା ଲୋକଙ୍କୁ ଘଣ୍ଟ ଘୋଡ଼ାଇବା ପାଇଁ ? ପ୍ରକୃତରେ ଯାଜପୁରର ସମ୍ମାନକୁ ଭୁଲୁଣ୍ଠିତ କରିଛି କିଏ ? କୁସୁମାକୁ ଯାଉଥିଲା କିଏ ? ଏହାର ତଦନ୍ତ ହେବ ନା ନାହିଁ ? କୁସୁମା ପ୍ରସଙ୍ଗରେ କୌଣସି ମନଗଢ଼ା କଥା କହିନଥିଲା ଅର୍ଗସ୍। ଆସନ୍ତୁ ଶୁଣିବା କୁସୁମା ପ୍ରସଙ୍ଗରେ କଣ କଣ ସାଂଘାତିକ ଅଭିଯୋଗ କରିଛନ୍ତି ଯାଜପୁରବାସୀ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା