ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ପୋଲିସ, ମିଳିଲା ପୁଳାପୁଳା ଗଞ୍ଜେଇ
by Argus News
Fri, Mar 08 | 4:46 p.m.

ଅର୍ଗସ ବ୍ୟୁରୋ : ବୌଦ୍ଧ ଜିଲ୍ଲା ମନମୁଣ୍ଡା ପୋଲିସକୁ ମିଳିଲା ବଡ ସଫଳତା । ପୋଲିସ ହାତରେ ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ । ମନମୁଣ୍ଡା ଥାନା ଯୋଡସିଂ ଗାଁରେ ବିପୁଳ ପରିମାଣର ଗଞ୍ଜେଇ ଚଲାଣ ହେବାକୁ ଥିବାନେଇ ସୂଚନା ପାଇ ବୌଦ୍ଧ ଏସପିଙ୍କ ନିର୍ଦ୍ଦେଶରେ ଏସଡ଼ିପିଓ କୂଳଦୀପ ମୀନାଙ୍କ  ନେତୃତ୍ୱରେ ଏକ ସ୍ୱତନ୍ତ ଟିମ ସେହି ଅଞ୍ଚଳରେ ଚଢ଼ାଉ କରିଥିଲା । ଫଳରେ ସେହି ଅଞ୍ଚଳରୁ ୧ କୁଇଣ୍ଟାଲ ୧୦ କେଜି ଗଞ୍ଜେଇ ଜବତ କରିଛି ।

ଏହି ଘଟଣାରେ ପୋଲିସ କାହାକୁ ଗିରଫ କରିନଥିବାବେଳେ ଜବତ ଗଞ୍ଜେଇର ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବବୋଲି ପୋଲିସ ସୂଚନା ଦେଇଛି । ଗଞ୍ଜେଇ ଚାଷ ହେଉଥିବା ଏସବୁ ଅଞ୍ଚଳରେ ମାଓ ଗତିବିଧି ରହିଥିବାବେଳେ ମାଓବାଦୀଙ୍କ ସହଯୋଗରେ ଗଞ୍ଜେଇ ଚାଷ ହେଉଥିବା ଏସପି ସୂଚନା ଦେବାସହ ମାଓବାଦୀଙ୍କୁ ସହଯୋଗ ନକରିବାକୁ ଏସପି ଅନୁରୋଧ କରିଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ସେହିଭଳି ବୌଦ୍ଧ ପୋଲିସ ପକ୍ଷରୁ ମଧ୍ୟ ଅନୁରୂପ ଭାବେ ୨୦୦ କେଜି ଗଞ୍ଜେଇ ଜବତ କରାଜିବା ସହ ଗୋଟିଏ ବୋଲୋରୋ ଗାଡି ଜବତ ସହ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ଏବଂ ଚଳିତ ବର୍ଷ ମନମୁଣ୍ଡା ଥାନା ପକ୍ଷରୁ ୨୫୦୦ କେଜି, ବୌଦ୍ଧ ଥାନା ପକ୍ଷରୁ ୪୮୦୦ କେଜି ଗଞ୍ଜେଇ ଜବତ କରାଯିବ ସହ ଏନେଇ ଏପର୍ଯ୍ୟନ୍ତ ୧୫ ଜଣଙ୍କୁ ଗିରଫ କରାଯାଇଥିବା ଏସପି କହିଛନ୍ତି । ଆଜି ଏନେଇ ମନମୁଣ୍ଡା ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ବୌଦ୍ଧ ଏସପି ରାଜ ପ୍ରସାଦ ସୂଚନା ଦେଇଛନ୍ତି । 

TEA
10m ago
ଆନ୍ତର୍ଜାତୀୟ ଚା' ଦିବସ
ଅର୍ଗସ ବ୍ୟୁରୋ: ଅଧିକାଂଶ ଲୋକଙ୍କ ସକାଳ ଚା ବିନା ଅଧା ରହିଯାଏ। ସେମାନଙ୍କ ମଧ୍ୟରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଜଳଖିଆ, ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନ ପରେ ମଧ୍ୟ ଚା ଏବଂ କଫ
ନୀଳଗିରିରେ ପହଞ୍ଚି
21m ago
ନୀଳଗିରିରେ ପହଞ୍ଚି ଦୁଇଟି ପଦ୍ମ ଫୁଲରେ ଭୋଟ ଦେବାକୁ ନିବେଦନ କଲେ
ଅର୍ଗସ ବ୍ୟୁରୋ: ବିଜୁ ଜନତା ଦଳକୁ ଏବେ ଜଣେ କଳାପାହାଡ଼ ଚଳାଉଛି। ଏମିତି କହି ବିଜେଡି ଉପରେ ବର୍ଷିଛନ୍ତି ବିଜେପି ନେତା ଅନୁଭବ ମହାନ୍ତି। ସ୍ୱତନ୍ତ୍ର ହେଲିପ୍ୟାଡ ଯୋଗେ ନୀଳଗିରିର
ଆଇସକ୍ରିମ
37m ago
ଅର୍ଡର କରିଥିଲେ ଆଇସକ୍ରିମ, ହେଲେ ଆଇସକ୍ରିମରୁ ବାହାରିଲା ....
ଅର୍ଗସ ବ୍ୟୁରୋ : ଅନଲାଇନ ସପିଂ, ଅନଲାଇନ ଫୁଡ ଡେଲିଭରୀ ଏବେର ବ୍ୟସ୍ତବହୁଳ ଲୋକଙ୍କ ଜୀବନର ପ୍ରମୁଖ ମାଧ୍ୟମ ପାଲଟିଛି । ସମୟ ବଞ୍ଚିବା ସହ ଅଳ୍ପ ସମୟରେ ନିଜ ମନପସନ୍ଦର ଜିନିଷ ପା