ଗ୍ରିଲ ଭାଙ୍ଗି ସୁନା ଚେନ୍‌ ଚୋରି,  ଜଣେ ଅଟକ 
by Argus News
Thu, Jul 04 | 11:29 a.m.

ସମ୍ବଲପୁର: ଘର ଗ୍ରିଲ ଭାଙ୍ଗି ସୁନା ଚେନ ଚୋରି। ରେଢ଼ାଖୋଲ ଥାନା ସହରର ଆଦର୍ଶ ନଗରରେ ରହୁଥିବା କୁମୁଦ ଚନ୍ଦ୍ର ପ୍ରଧାନଙ୍କ ଘରୁ ଗତକାଲି ରାତି 2ଟା ସମୟରେ କିଛି ଦୁର୍ବୃତ୍ତ ଘର ଗ୍ରିଲ ରେ ଥିବା ତାଲା ଭାଙ୍ଗି ଘରକୁ ଯାଇ ଏକ ସୁନା ଚେନ ଓ 6 ହଜାର 5 ସହ ଟଙ୍କା ଲୁଟି ନେଇଥିବା ସୂଚନା। ଏନେଇ  ରେଢ଼ାଖୋଲ ଥାନାରରେ ଅଭିଯୋଗ ହୋଇଛି l

ଅଭିଯୋଗ ପରେ ରେଢ଼ାଖୋଲ ପୋଲିସ ଜଣକୁ ଅଟକ ରଖି ତଦନ୍ତ କରୁଛି l 2016 ମସିହାରେ ମଧ୍ୟ ଏହି ଘରେ ଚୋରି ହୋଇଥିଲା 5 ଲକ୍ଷ ଟଙ୍କା ର ସୁନା ଗହଣା । ଏବଂ ଚୋରି ର କୌଣସି ଟେର ପାଇ ନଥିଲା ପୋଲିସ l ପୁଣି ଏବେ ଦ୍ୱିତୀୟ ଚୋରି ହୋଇଛି କୁମୁଦ ଙ୍କ ଘରେ l ତେଣୁ ରେଢ଼ାଖୋଲ ପୋଲିସ ର ପାରିବ ପଣିଆ ଉପରେ ମଧ୍ୟ ପ୍ରଶ୍ନ ଉଠୁଛି l  
ଅଧିକ ପଢନ୍ତୁ ଓଡ଼ିଶା ଖବର 

CIGARETTE
now
କାହା ପାଇଁ ଛାଡିଥିଲେ ନିଜ ଖରାପ ଅଭ୍ୟାସ ?
ଅର୍ଗସ ବ୍ୟୁରୋ: ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ । ତାଙ୍କୁ ସମସ୍ତେ ନିଜ ଆଇଡଲ ମାନନ୍ତି। କିନ୍ତୁ ଆପଣ ଜାଣନ୍ତି କି ବିଗ ବିଙ୍କର ଥିଲା କିଛି ଏଭଳି ଖରାପ ଅଭ୍ୟାସ ଯାହା ସି
ROAD
26m ago
୭୦ ବର୍ଷ ପରେ ମଧ୍ୟ ଗାଁକୁ ନାହିଁ ରାସ୍ତା
ଅର୍ଗସ ବ୍ୟୁରୋ: କଳାହାଣ୍ଡି ଜୁନାଗଡ଼ ବ୍ଲକର ରାଜପୁର ପଞ୍ଚାୟତ ଅନ୍ତର୍ଗତ ଝାରବନ୍ଧ ଗାଁର ମାଝୀପଡା। ୫୦ରୁ ଉର୍ଦ୍ଧ୍ଭ ଲୋକ ରହୁଥିବା ଏହି ଗାଁକୁ ନାହିଁ ରାସ୍ତା । ପ୍ରାୟ ୭୦ ବର୍
କାର୍ତ୍ତିକ ମାସ
27m ago
ଏଥର ହବିଷ୍ୟାଳିଙ୍କ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି...
ପୁରୀ: ଆସନ୍ତା 18 ତାରିଖରୁ ଆରମ୍ଭ ହେବ ଧର୍ମ ଓ ପୂଣ୍ୟର ମାସ କାର୍ତ୍ତିକ ମାସ । ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳି ଯୋଜନାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍