କାହା ପାଇଁ ଛାଡିଥିଲେ ନିଜ ଖରାପ ଅଭ୍ୟାସ ?
by Argus News
Sat, Oct 05 | 7:10 p.m.

ଅର୍ଗସ ବ୍ୟୁରୋ:  ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ । ତାଙ୍କୁ ସମସ୍ତେ ନିଜ ଆଇଡଲ ମାନନ୍ତି। କିନ୍ତୁ ଆପଣ ଜାଣନ୍ତି କି ବିଗ ବିଙ୍କର ଥିଲା କିଛି ଏଭଳି ଖରାପ ଅଭ୍ୟାସ ଯାହା ସିଏ ଛାଡିଦେଇଛନ୍ତି। ଏକ ପୁରୁଣା ସାକ୍ଷାତକାରରେ ଅମିତାଭ ଏ ବିଷୟରେ କହିଥିଲେ। ବିଗ ବି କହିଥିଲେ ଯେ, କୋଲକାତାରେ ମୁଁ ଦିନକୁ ୨୦୦ ସିଗାରେଟ ଟାଣୁଥିଲି। କିନ୍ତୁ ମୁମ୍ବାଇ ଆସିବା ପରେ ମୁଁ ଛାଡିଦେଇଥିଲେ। କିଛି ବର୍ଷ ପୂର୍ବେ ମୁଁ ସ୍ଥିର କଲି ଯେ, ମୋର ଏହା ଦରକାର ନାହିଁ। ଏହି ଅଭ୍ୟାସଗୁଡ଼ିକ ମୋତେ କୌଣସି ଅସୁବିଧା ସୃଷ୍ଟି କରେ ନାହିଁ। ଯେତେବେଳେ ମୁଁ ବିଦେଶରେ ଶୁଟିଂ କରେ, ଶାକାହାରୀ ଖାଦ୍ୟ ସମ୍ବନ୍ଧରେ ଏକ ସମସ୍ୟା ଅଛି। କିନ୍ତୁ ମୁଁ ଖାପଖୁଆଇ ଦେଉଛି। ଯେତେବେଳେ ସେ ଦିନକୁ ୨୦୦ ସିଗାରେଟ ଟାଣୁଥିଲେ। ଯାହା ସିଏ ବର୍ତ୍ତମାନ ଛାଡିଦେଇଛନ୍ତି। ଏପରିକି ସେ ଆମିଷ ଖାଉ ନାହାଁନ୍ତି। 
ଅମିତାଭ କୁହନ୍ତି, ମୁଁ ଏବେ ଧୂମପାନ କି ମଦ୍ୟପାନ କରେ ନାହିଁ। ଏପରିକି ମାଛମାଂସ ଖାଏ ନାହିଁ। ମୋ ପରିବାରରେ ମୋ ବାପା ଶାକାହାରୀ ଥିଲେ ଏବଂ ମୋ ମା’ ନ ଥିଲେ। ସେହିଭଳି, ଜୟା ମାଂସ ଖାନ୍ତି ଏବଂ ମୁଁ ଖାଏ ନାହିଁ। ମୁଁ ପୂର୍ବରୁ ମାଂସ ଖାଉଥିଲି । ମୁଁ ପୂର୍ବରୁ ମଦ୍ୟପାନ ଏବଂ ଧୂମପାନ କରୁଥିଲି, କିନ୍ତୁ ବର୍ତ୍ତମାନ ମୁଁ ସବୁକିଛି ଛାଡି ଦେଇଛି।

ଅମିତାଭ ବଚ୍ଚନ ଯେତେବେଳେ ଜାଣିଲେ ଯେ ଏସବୁ ଅଭ୍ୟାସ ସ୍ୱାସ୍ଥ୍ୟ ପକ୍ଷେ ହାନିକାରଣ, ସେ ଯଥାଶୀଘ୍ର ଏହାଠାରୁ ଦୂରେଇ ରହିଲେ। ବର୍ତ୍ତମାନ ସେ ଧୂମପାନ କିମ୍ବା ମଦ୍ୟପାନ କରନ୍ତି ନାହିଁ । କିଛି ଖରାପ ଅଭ୍ୟାସ ଛାଡିବା ଦ୍ୱାରା ଯଦି ନିଜର ଏବଂ ଅନ୍ୟମାନଙ୍କର ଭଲ ହେଉଛି ତେବେ ଏହାଠାରୁ ଦୂରେଇ ରହିବା ଭଲ। ଏବେବି ଅମିତାଭ ବଚ୍ଚନଙ୍କ ଫ୍ୟାନ୍ସ ସଂଖ୍ୟା ଖୁବ ଅଧିକ। ସିଏ ଯାହାବି କରନ୍ତି, ତାଙ୍କ ଫ୍ୟାନ୍ସ ,ସବୁକୁ ଆପଣାଇନିଅନ୍ତି ।

 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

ହରିୟାଣା ନିର୍ବାଚନ
17m ago
ହରିୟାଣା ନିର୍ବାଚନ ; ସଂଧ୍ୟା ୬ଟା ସୁଦ୍ଧା ହୋଇଛି ୬୫ ପ୍ରତିଶତ ମତଦାନ
ଅର୍ଗସ ବ୍ୟୁରୋ : ଶେଷ ହୋଇଛି ହରିୟାଣା ନିର୍ବାଚନ । ନିର୍ବାଚନ କମିଶନ ତଥ୍ୟ ଅନୁସାରେ ସଂଧ୍ୟା 6ଟା ସୁଦ୍ଧା ହୋଇଛି 65 ପ୍ରତିଶତ ମତଦାନ । ଗତ 1 ତାରିଖରେ ଜମ୍ମୁ କାଶ୍ମୀର ନିର୍ବାଚନ ଶେଷ ହେବ
ଏନ୍‌କାଉଣ୍ଟର
26m ago
ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଟଳିଲେ ୩୬ ହାର୍ଡକୋର ମାଓବାଦୀ
ଅର୍ଗସ ବ୍ୟୁରୋ : ଯେଉଁଠି ଦିନେ ଦବଦବା ଜାହିର କରୁଥିଲେ ଲାଲ୍‌ ବାହିନୀ, ଏବେ ସେଠି ଥରହର ସ୍ଥିତି । ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଘନ ଘନ କମ୍ବିଂ । ଏନକାଉଣ୍ଟର ବେଳେ କେତେବେଳ
ପିଏମ୍‌ କିଷାନ ଯୋଜନା
55m ago
ଚାଷୀଙ୍କୁ ମିଳିଲା ପିଏମ୍‌ କିଷାନ ଯୋଜନାର ୧୮ ତମ କିସ୍ତି
ଅର୍ଗସ ବ୍ୟୁରୋ : ବଦଳିଛି ସରକାର, ବଦଳିଛି ଯୁଗ | ଏବେ ଚାଲିଛି ଡବଲ ଇଞ୍ଜିନ ସରକାରର ଶାସନ, ଅନ୍ତ ହୋଇଛି ଚାଷୀ ଶୋଷଣ | ଆଜି ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରର ୱାସୀମରୁ 9.4 କୋଟ