ମୋଦିଙ୍କ ଭିଜନ ମୋହନଙ୍କ ଆକ୍ସନ ପ୍ଲାନ୍
by Argus News
Thu, Jul 25 | 9:29 p.m.

ଅର୍ଗସ ବ୍ୟୁରୋ: ଓଡ଼ିଶାର ଅର୍ଥନିତୀ ନିର୍ଭର କରୁଛି ଖଣି ରାଜସ୍ବ ଉପରେ। ୨୦୧୬-୧୭ରେ ଖଣିରୁ ଓଡ଼ିଶାର ଆୟ ୪୯୦୦ କୋଟି ଟଙ୍କା ଥିବା ବେଳେ ୨୦୨୧-୨୨ ବେଳକୁ ଏହା ବଢି ପ୍ରାୟ ୫୦ ହଜାର କୋଟି ଟଙ୍କାରେ ପହଞ୍ଚିଛି।  ଅର୍ଥାତ ମୋଦି ସରକାରଙ୍କ ନୂଆ ଖଣି ନୀତି ଯୋଗୁଁ  ଓଡ଼ିଶାର ଖଣି ରାଜସ୍ବ ୧୦ ଗୁଣରୁ ଅଧିକ ବୃଦ୍ଧି ପାଇଛି। ଖଣି ଏକ ଚିରସ୍ଥାୟୀ ରାଜସ୍ବ ଉତ୍ସ ନୁହେଁ । ମୋହନ ସରକାର ଏବେ ଖଣୀ ନୁହେଁ ଚାଷ, ଏମଏସଏମଇ, ହ୍ୟାଣ୍ଡଲୁମ ଓ ପର୍ଯ୍ୟଟନ ଉପରେ କରିଛନ୍ତି ବିଶେଷ ଫୋକସ। ଓଡ଼ିଶାରେ ବିସ୍ତୀର୍ଣ୍ଣ ବେଳାଭୂମି ସାଙ୍ଗକୁ ଉର୍ବର ଜମି, ଜଳର ଅଭାବ ନାହିଁ ।

ଏଥିସହ ପର୍ଯ୍ୟଟନ କ୍ଷେତ୍ରରେ ବିକାଶର ଯଥେଷ୍ଟ ସମ୍ଭାବନା ରହିଛି। କିନ୍ତୁ ଗତ ୨୫ ବର୍ଷର ଶାସନରେ କୃଷି, ସାମୁଦ୍ରିକ ଅର୍ଥନୀତି କିମ୍ବା ପର୍ଯ୍ୟଟନର ବିକାଶ ଦିଗରେ କୌଣସି ଠୋସ୍ ପଦକ୍ଷେପ ନିଆଗଲା ନାହିଁ। ଏଭଳି ସ୍ଥିତିରେ କେତେଦିନ ଖଣି ରାଜସ୍ବ ଭରସାରେ ଚାଲିବ ଓଡ଼ିଶାର ଅର୍ଥନୀତି ।  ମୋଦି କହିସାରିଛନ୍ତି 2036ରେ ଓଡିଶା ହେବ ଦେଶର ଗ୍ରୋଥ ଇଞ୍ଜିନ। 

ଖଣି ସହ ଚାଷ, ଏମଏସଏମଇ, ହ୍ୟାଣ୍ଡଲୁମ ଓ ପର୍ଯ୍ୟଟନ ଉପରେ ଫୋକସ କରିଛନ୍ତି ମୋହନ ସରକାର। କାରଣ ଏମଏସଏମଇ, ହ୍ୟାଣ୍ଡଲୁମ, ହାଣ୍ଡିକ୍ରାଫ୍ଟ ଓ ପର୍ଯ୍ୟଟନର ବିକାଶ ଗୁଜୁରାଟକୁ ମଡେଲ ରାଜ୍ୟ ବନାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଉଛନ୍ତି। ନଜର ପକାଇବା ଓଡ଼ିଶା ଓ ଗୁଜରାଟର ଅର୍ଥନିତୀ ଉପରେ। 2000-2001ରେ ଓଡ଼ିଶାର ଘରୋଇ ଅଭିବୃଦ୍ଧି ହାର 46 ହଜାର 756 କୋଟି ରହିଥିବା ବେଳେ ଗୁଜରାଟର ଥିଲା 107 ହଜାର 605 କୋଟି ଟଙ୍କା । ସେହିପରି ଓଡ଼ିଶାର ଅଭିବୃଦ୍ଧି ହାର 2.0 ପ୍ରତିଶତ ରହିଥିବା ବେଳେ ଗୁଜରାଟର ଅଭିବୃଦ୍ଧି ହାର 5.0 ପ୍ରତିଶତ ରହିଥିଲା ।

ଓଡ଼ିଶାର ମୁଣ୍ଡ ପିଛା ଆୟ 7ହଜାର 700 ଟଙ୍କା ରହିଥିବା ବେଳେ ଗୁଜରାଟର ମୁଣ୍ଡପିଛା ଆୟ 12 ହଜାର 975 ଟଙ୍କା ରହିଥିଲା। ତେବେ 2022-23 ବର୍ଷରେ ଓଡ଼ିଶାର ଘରୋଇ ଅଭିବୃଦ୍ଧି ହାର ୭ ଲକ୍ଷ ୨୦ ହଜାର କୋଟି ରହିଥିବା ବେଳେ ଗୁଜରାଟର ପ୍ରାୟ 3 ଗୁଣା ଅଧିକ ଅର୍ଥାତ  22 ଲକ୍ଷ 3 ହଜାର କୋଟି ଟଙ୍କା ରହିଛି । ସେହିଭଳି ଓଡ଼ିଶାର ଅଭିବୃଦ୍ଧି ହାର 7.8 ପ୍ରତିଶତ ରହିଥିବା ବେଳେ ଗୁଜରାଟର ଅଭିବୃଦ୍ଧି ହାର 13.3 ପ୍ରତିଶତ ରହିଛି । 

ଆହୁରି ପଢନ୍ତୁ ଓଡିଶା ଖବର...

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା