କାଣୀ ନଦୀ ଆଁରେ ପଦନିପାଳ ପଞ୍ଚାୟତବାସୀ
by Argus News
Mon, Oct 28 | 5:43 p.m.

ଅର୍ଗସ ବ୍ୟୁରୋ:  ନଦୀ ଗର୍ଭରେ ଲିନ ହେବାକୁ ଯାଉଛି ଆଳି ବ୍ଲକ୍‌ ପଦନିପାଳ ପଞ୍ଚାୟତର ଏକଧିକ ଗାଁ।  ଗାଁ ଆଡ଼କୁ ପ୍ରତିଦିନ ମାଡ଼ି ଆସୁଛି କାଣୀନଦୀ। ପଞ୍ଚାୟତର ଗୋଟେପଟେ କାଣୀନଦୀ ରହିଥିବା ବେଳେ ଅପର ପଟେ ରହିଛି ଖରସ୍ରୋତା ନଦୀ। ଚିନ୍ତାର ବିଷୟ ହେଲା ଦିନକୁ ଦିନ କାଣୀନଦୀର ପ୍ରାୟ ୫୦ ଫୁଟ୍‌ ଅତଡ଼ା ଖସୁଛି। ଆଉ ଚଳିତ ବାତ୍ୟାରେ ପାଖି ପାଖି ୧୨୦ ଫୁଟ ଖସିଛି ଅତଡ଼ା। ଫଳରେ ଆତଙ୍କିତ ଗ୍ରାମ ବାସୀ। 20  ବର୍ଷ ପୂର୍ବେ ଗାଁ ଠାରୁ 500 ମିଟର ଦୂରରେ ଥିବା କାଣୀ ନଦୀ ,ଧିରେ ଧିରେ କୁଳ ଖାଉଥିବା ବେଳେ। ଏ ନେଇ ଗ୍ରାମବାସୀ ସେବେଠାରୁ ପ୍ରଶାସନ ନିକଟରେ ନିଜ ପଞ୍ଚାୟତର ସୁରକ୍ଷା ପାଇଁ ଦାବି କରି ଆସୁଛନ୍ତି ତଥାପି କର୍ଣ୍ଣପାତ କରିନି ପ୍ରଶାସନ l ଫଳରେ 500 ଏକରରୁ ଉର୍ଦ୍ଧ ଚାଷଜମି ନଦୀ ଗର୍ଭରେ ଲୀନ ହେବାରୁ l ଜୀବିକା ହରାଇଛନ୍ତି ପଞ୍ଚାୟତ ବାସୀ  ଜମି ଯାଇଛି, ଏବେ ଗାଁ ଚାଲିଯିବା ଭୟରେ ଦିନ କାଟୁଛନ୍ତି ଲେକେ l ଯଦି ପଥର ପ୍ୟାକିଙ୍ଗ କରାନଯାଏ ତେବେ, କୁଳ ଲଙ୍ଘି ଗାଁରେ ପଶିବ ନଦୀ। ତୁରନ୍ତ ପ୍ରଶାସନ ପଦକ୍ଷେପ ନନେଲେ ଆନ୍ଦୋଳନକୁ ଓଲ୍ହାଇବାକୁ  ଚେତାବନି ଦେଇଛନ୍ତି ଗ୍ରାମବାସୀ l 

କିଭଳି ନଦୀ ଅତଡ଼ା ଖସି ବିଶାଳ ଗର୍ତ୍ତ ଶୃଷ୍ଟି ହୋଇଛି, ରାସ୍ତାରୁ ନଦୀ ମାତ୍ର 10 ମିଟର ଦୂରରେ। ଜଦି ଶିଘ୍ର ପଥର ପ୍ୟାକିଂ କରାନଯାଏ ତେବେ ପାଖ ଗାଁର ଚିହ୍ନ ବର୍ଣ୍ଣ ଲିଭିବାର ସମ୍ଭାବନାକୁ ଏଡ଼ାଇଦିଆଯାଇ ନପାରେ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

GOVERNMENT
7m ago
ଆସନ୍ତା କାଲି ଆୟୁଷ୍ମାନ ଯୋଜନା ଦ୍ୱୀତିୟ ଭାଗକୁ ଗ୍ରହଣ କରିବେ ରାଜ୍ୟ ସରକାର
ଅର୍ଗସ ବ୍ୟୁରୋ: ଓଡିଶାକୁ ମିଳିବ ମୋଦିଙ୍କ ସ୍ବାସ୍ଥ୍ୟ ଗ୍ୟାରେଣ୍ଟି । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଓଡିଶାରେ ଲାଗୁ ହେବ ଆୟୁଷ୍ମାନ ଯୋଜନା । ଆସନ୍ତା କାଲି ଏହି ଯୋଜନା
VIGILANCE
38m ago
୪ ମାସରେ ୧୨୩ ଜଣଙ୍କ ବିରୋଧରେ ଭିଜିଲାନ୍ସର ମାମଲା ଦାୟର
ଅର୍ଗସ ବ୍ୟୁରୋ: ପ୍ରଦୀପ କୁମାର ରଥ, ଓଡ଼ିଶା ବ୍ରିଜ୍ ଆଣ୍ଡ କନଷ୍ଟ୍ରକସନ୍ କର୍ପୋରେସନରେ ଏ ବାବୁ ଥିଲେ ଆଡିସନାଲ ଚିଫ୍ ଇଞ୍ଜିନିୟର। ତାଙ୍କ ଘରେ ଭିଜିଲାନ୍ସ ଚଢାଉରୁ ମିଳିଥିଲା ୧୦କୋଟ
ଧର୍ମେନ୍ଦ୍ର ପ୍ରଧାନ
ଚତୁର୍ଥ ଶିଳ୍ପ ବିପ୍ଳବରେ ବିଶ୍ୱ କଲ୍ୟାଣର ନେତୃତ୍ୱ ନେବ ଭାରତ - ଧର୍ମେନ୍ଦ୍ର ପ୍ରଧାନ
ବାରଣାସୀ: ଏକବିଂଶ ଶତାବ୍ଦୀ ଭାରତର ଶତାବ୍ଦୀ । ଚତୁର୍ଥ ଶିଳ୍ପ ବିପ୍ଳବ ସମୟରେ ଭାରତ ପାଖରେ ଦୁନିଆର ଲୋକକଲ୍ୟାଣର ନେତୃତ୍ୱ ନେବା ପାଇଁ ଏକ ଅଭୁତପୂର୍ବ ସୁଯୋଗ ରହିଛି । ଏ ଦିଗରେ ଆଇଆଇଟି