FCI ମହାପ୍ରବନ୍ଧକଙ୍କ ସମେତ ୪ ଜଣଙ୍କୁ ବାନ୍ଧିଲା CBI 
by Argus News
Mon, Jul 01 | 1:09 p.m.

ଭୁବନେଶ୍ୱର:  ଚାଉଳ ପରିବହନ ଟେଣ୍ଡର କେଳେଙ୍କାରୀର ଖୋଳତାଡ଼ କରୁ କରୁ ସିବିଆଇକୁ ବହୁ ଗହନ ତଥ୍ୟ ମିଳିଛି । ଖୋଦ୍ ଆକାଉଣ୍ଟସ୍ ମ୍ୟାନେଜର ତାଙ୍କ ପତ୍ନୀଙ୍କ ନାମ ବଦଳାଇ ଏହି ଏକ ଅଦୃଶ୍ୟ ସଂସ୍ଥା ନାଁରେ ଟେଣ୍ଡର ହାତେଇଥିବା ଘଟଣା ସାମ୍ନାକୁ ଆସିଛି । ଏଥିପାଇଁ ୫ ଲକ୍ଷ ଟଙ୍କାର ଲାଞ୍ଚ କାରବାର ହୋଇଥିବାର ପ୍ରମାଣ ମଧ୍ୟ ସିବିଆଇ ହାତରେ ଲାଗିଛି । 

ସିବିଆଇ ଏଫ୍‌ସିଆଇ ଓଡ଼ିଶା ଆଞ୍ଚଳିକ ମହାପ୍ରବନ୍ଧକ ପ୍ରେମ ସିଂ ବାହାନୋଟ୍ ଓ ଆକାଉଣ୍ଟସ୍ ମ୍ୟାନେଜର ସଞ୍ଜୟ ଦେ', ତାଙ୍କ ପତ୍ନୀ ସୌମୀ ଭଟ୍ଟାଚାର୍ଯ୍ୟ ଓ କୋଲକାତାସ୍ଥିତ ଓଭରସିଜ୍ ଟ୍ରେଡିଂ କର୍ପୋରେସନ୍ ଅଧିକାରୀ ସୟଦ୍ ହସନେନ୍ ଅହମ୍ମଦକୁ CBI ଗିରଫ କରିଛି । 

ଅଭିଯୁକ୍ତମାନଙ୍କୁ କୋର୍ଟରେ ହାଜର କରାଯିବା ପରେ ସିବିଆଇ ସେମାନଙ୍କୁ ୨ ଦିନିଆ ରିମାଣ୍ଡରେ ନେଇଛି । ଏବେ ବି ଏହି ମାମଲାରେ ଆହୁରି କିଛି ଦଲାଲ ଫେରାର୍ ଥିବା ଜଣାପଡି ଥିବାବେଳେ ସିବିଆଇ ପକ୍ଷରୁ ବିଭିନ୍ନ ସ୍ଥାନରେ ଏବେ ବି ଚଢ଼ାଉ ଜାରି ରହିଛି ବୋଲି ସୂଚନା ମିଳିଛି ।

ଅଭିଯୁକ୍ତମାନଙ୍କ ବିରୋଧରେ ଆପରାଧିକ ଷଡ଼ଯନ୍ତ୍ର, ଅହେତୁକ ଅନୁକମ୍ପା, ସରକାରୀ ଅଧିକାରୀଙ୍କ ଲାଞ୍ଚ ପ୍ରଦାନ, କମର୍ସିଆଲ୍ ସଂସ୍ଥାର ଲାଞ୍ଚ କାରବାର ମାମଲାରେ ୧୨୦ (ବି), ୭, ୮, ୯, ୧୦, ୧୨ ପ୍ରିଭେନ୍‌ସନ୍‌ ଅଫ୍ କର୍‌ପସନ୍ ଆଇନ ୧୯୮୮ ଲାଗୁ କରାଯାଇଛି ।

ଆହୁରି ପଢନ୍ତୁ ଓଡିଶା ଖବର...

କୁସୁମା ପ୍ରୋଜେକ୍ଟ
ଖୋଲିଲା ଯାଜପୁର ପୋରାଧ୍ୟକ୍ଷଙ୍କ ମିଛର ପୋଲ୍
ଅର୍ଗସ ବ୍ୟୁରୋ: କୁସୁମା ପ୍ରୋଜେକ୍ଟ ନେଇ କ୍ରୀଡ଼ା ବିଭାଗର ସ୍ପଷ୍ଟୀକରଣ । ଖୋଲିଲା ଯାଜପୁର ପୋରାଧ୍ୟକ୍ଷଙ୍କ ମିଛର ପୋଲ୍ । ପୌରପାଳିକାର ମିଛର ପୋଲ୍ ଖୋଲିଲା କ୍ରୀଡ଼ା ବିଭା
ସୁଧା ମୂର୍ତ୍ତି
ରାଜ୍ୟସଭାରେ ଗର୍ଭାଶୟ କର୍କଟ କଥା ଉଠାଇଲେ ସୁଧା ମୂର୍ତ୍ତି
ଅର୍ଗସ ବ୍ୟୁରୋ: ସୁଧା ମୂର୍ତ୍ତି । ନିଜର ସାଧାରଣ ଜୀବନଯାପନ ଲାଗି ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ହେଲେ ଏବେ ରାଜ୍ୟସଭାରେ ସେ ଯେଉଁପରି ଭାବରେ ଓଜ୍ଵସୀ ଭାଷଣ ଦେଇଛନ୍ତି ତାହାକୁ ନେଇ ପୁର
ଡେଙ୍ଗୁ
ଗତବର୍ଷ ଅପେକ୍ଷା ରାଜ୍ୟରେ ଡେଙ୍ଗୁ କେସ ୧୦୦ ରୁ ୧୫୦ ଅଧିକ ରହିଛି
ଭୁବନେଶ୍ୱର: ଚିନ୍ତା ବଢ଼ାଉଛି ଡେଙ୍ଗୁ । ବର୍ତ୍ତମାନ ବଲାଙ୍ଗିର ଜିଲ୍ଲା ସଇଁତଳାର ଏକ ଗାଁ ହଟସ୍ପଟ୍ ହୋଇଛି । ୧୧ ଡେଙ୍ଗୁ କେସ୍ ସେହି ସ୍ଥାନରେ ଚିହ୍ନଟ ହୋଇଛି । ଗତବର୍ଷ ଅପେକ୍ଷା ରାଜ୍ୟର