ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
by Argus News
Thu, Jun 27 | 7:29 a.m.

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମ ଥର ପାଇଁ ଦିଲ୍ଲୀ ଗସ୍ତ କରିଛନ୍ତି ମୋହନ ଚରଣ ମାଝୀ। ତାଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ମଧ୍ୟ ଦିଲ୍ଲୀରେ ପହଁଚିଛନ୍ତି। ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସହିତ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀମାନଙ୍କୁ ଭେଟି ଓଡ଼ିଶାର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ଏହା ସହିତ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭଗର ମନ୍ତ୍ରୀମାନଙ୍କୁ ମଧ୍ୟ ଭେଟିବେ।

କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଥ ମନ୍ତ୍ରୀ ନିର୍ମଳା ସିଥାରମଣ, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରି ଓ ଅନ୍ୟ ମନ୍ତ୍ରୀମାନଙ୍କ ସହିତ ଭେଟିବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶାର ସ୍ବାର୍ଥ ସମ୍ବଳିତ ବିଷୟ ଗୁଡ଼ିକ ଉପରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ରାଜ୍ୟର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ସହଯୋଗ କାମନା କରିବେ। ଗତକାଲି ରାତିରେ ଓଡ଼ିଶା ଭବନ ପହଁଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

CHIEF MINISTER
7m ago
ଶରଧାବାଲିରେ ସଫେଇ କାର୍ଯ୍ୟକ୍ରମରେ ସାମିଲ୍‌ ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ: ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ରଥଯାତ୍ରା ପୂର୍ବରୁ ପୁରୀ ଶରଧାବାଲିରେ ସଫେଇ କାର୍ଯ୍ୟକ୍ରମରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ । ବିଭିନ୍
RAIN
ଆସନ୍ତାକାଲିଠୁ ପ୍ରବଳ ବର୍ଷା ସମ୍ଭାବନା, ଭିଜିବ ରଥଯାତ୍ରା
ଅର୍ଗସ ବ୍ୟୁରୋ: ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତାକାଲିଠୁ ପ୍ରବଳ ବର୍ଷା ସମ୍ଭାବନା । ଭିଜିବ ରଥଯାତ୍ରା । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ପ୍ରଭାବର
OLYMPICS
ଏହି ଦଳର ନେତୃତ୍ୱ ନେବେ ଅଲିମ୍ପିକ୍ସ ବିଜେତା ନୀରଜ ଚୋପ୍ରା
ଅର୍ଗସ ବ୍ୟୁରୋ: ପ୍ୟାରିସ୍ ଅଲମ୍ପିକ୍ସ ଲାଗି ଭାରତୀୟ ଦୌଡ଼କୁଦ ମହାସଂଘ ୨୮ଜଣିଆ ଦଳ ଘୋଷଣା କରିଛି। ଏଥିରେ ୧୭ଜଣ ପୁରୁଷ ଓ ୧୧ଜଣ ମହିଳା ରହିଛନ୍ତି। ବିଶ୍ବକପ୍ ତଥା ଅଲିମ୍ପିକ୍ସ ବିଜେତ