ଜିଲ୍ଲାପାଳ ସମ୍ମିଳନୀରେ ପ୍ରଶାସକଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡା ବାର୍ତ୍ତା
by Argus News
Fri, Sep 27 | 7:12 p.m.

ଅର୍ଗସ ବ୍ୟୁରୋ:  ଜିଲ୍ଲାପାଳ ସମ୍ମିଳନୀରେ ପ୍ରଶାସନିକ ଅଧିକାରୀ ମାନଙ୍କୁ ଆଚରଣ, ଜନସେବା ଓ ଦୁର୍ନୀତିମୁକ୍ତ ଶାସନର ପାଠ ପଢାଇଲେ ମୁଖ୍ୟମନ୍ତ୍ରୀ । ସେକାଳ ପଖାଳ ଆଉ ନାହିଁ । ବୁକ୍ ସର୍କୁଲାର 47 ପାଳନ ଉପରେ ଗୁରୁତ୍ଵ ଦେବାକୁ ଦେଲେ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ୱାର୍ଡ ମେମ୍ବର ହୁଅନ୍ତୁ କି ମନ୍ତ୍ରୀ...ଜନ ପ୍ରତିନିଧିଙ୍କୁ ସମ୍ମାନ ଦେବା ପାଇଁ ତାଗିଦ, ଆଉ ଚାଲିବ ନାହିଁ ବାବୁ ରାଜ । ପୂର୍ବ ସରକାର ସମୟରେ ଜନପ୍ରତିନିଧିଙ୍କୁ ସମ୍ମାନ ଦେଉନଥିଲେ ଅଫିସର । ବସିବାକୁ ଚୌକି ବି ଦେଉନଥିଲେ । ଯାହାର ସେ ନିଜେ ପ୍ରତକ୍ଷ୍ୟ ସାକ୍ଷୀ ବୋଲି କହିଲେ ମୁଖ୍ୟମନ୍ତ୍ରୀ । ବିଧାୟକ ଥିବା ବେଳେ କେନ୍ଦୁଝରରେ ଥାନା ଅଧିକାରୀ ତାଙ୍କୁ କିଭଳି ବ୍ୟବହାର କରିଥିଲେ । ଜଣେ ବିଧାୟକଙ୍କୁ ଗେଟ ଆଉଟ କହିଥିଲେ ଥାନା ଇନସପେକ୍ଟର । ଥାନାଙ୍କୁ ଆସିବାର ଅଧିକାର ନାହିଁ ବୋଲି କହିଥିଲେ ସଂପୃକ୍ତ ପୋଲିସ ଅଧିକାରୀ । ଏହାସହ ପୂର୍ବରୁ ରାଜ୍ୟର ଜଣେ ମନ୍ତ୍ରୀଙ୍କୁ କିଭଳି ତତ୍କାଳୀନ କେନ୍ଦୁଝର ଜିଲ୍ଲାପାଳ ଅସମ୍ମାନିତ କରିଥିଲେ, ତାହା ମନେ ପକାଇଲେ ।

ଚୋରା ମଦ କାରବାର ରୋକିବାକୁ ନିୟମିତ ଭାବେ ଚଢାଉ କରିବାକୁ ନିର୍ଦ୍ଦେଶ । ବେଆଇନ ମଦ କାରବାର ନହେବା ପାଇଁ ଜିଲ୍ଲାପାଳ ଓ ଏସପି ମାନେ ନିଅନ୍ତୁ ଦାୟୀତ୍ଵ । ଚୋରା ମଦ ପିଇ ଲୋକଙ୍କ ଜୀବନହାନୀ ହେଲେ ଜିଲ୍ଲାପାଳ ଓ ଏସପି ଦାୟୀ ରହିବେ ବୋଲି କହିଲେ ମୁଖ୍ୟମନ୍ତ୍ରୀ । ଜିଲ୍ଲାପାଳ ମାନେ ସରକାରଙ୍କ ପାଇଁ ଲାଷ୍ଟ ମାଇଲ କନେକ୍ଟିଭିଟି ।  ସରକାରୀ ଯୋଜନା ସଫଳ କରିବା ଜିଲ୍ଲାପାଳ ମାନଙ୍କ ହାତରେ । ସମାଜର ଶେଷ ପାହାଚରେ ଛିଡା ହୋଇଥିବା ଲୋକ ପାଖରେ ପହଞ୍ଚିବା ପାଇଁ ଜିଲ୍ଲାପାଳ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଯୋଜନା ସଫଳ ରୂପାୟନ ହେଲେ ରାଜ୍ୟରୁ ହଟିବ ଦାରିଦ୍ର୍ୟ । ଲୋକଙ୍କ ଆଶା ଆକାଂକ୍ଷା ପୂରଣ କରିବାର ଦାୟିତ୍ବ ଜିଲ୍ଲାପାଳ ମାନଙ୍କର । ପ୍ରତି ମାସରେ କିଛି ଦିନ ବାହାର କରି ଫିଲ୍ଡ ଭିଜିଟ କରିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ସେକାଳ ପଖାଳ ଆଉ ନାହିଁ । ଗତ ଜୁନ 12ରେ ନୂତନ ସୂର୍ଯ୍ୟଦ୍ୟୋୟ ହୋଇସାରିଛି ।

ନୂଆ ସରକାରରେ ଲୋକଙ୍କର ଅନେକ ନୂଆ ଆଶା ଅଛି । ଯୋଜନା ଠିକ୍ ସମୟରେ ଆରମ୍ଭ ହୋଇ ଠିକ୍ ସମୟରେ ସଂପୂର୍ଣ୍ଣ ହେବା ସରକାରଙ୍କ ପାଇଁ ଚିନ୍ତାଜନକ ବିଷୟ । ତେଣୁ ଅର୍ଥର ଅଭାବ ଯୋଗୁଁ ପ୍ରକଳ୍ପ ବିଳମ୍ବ ହେବାର ବାହାନା ଚାଳିବ ନାହିଁ । ଯଦି କୌଣସି ସମସ୍ୟା ହେଉଛି, ତେବେ ସଂପୃକ୍ତ ବିଭାଗକୁ ଜଣାନ୍ତୁ, ଯଦି ସମାଧାନ ନହେଉଛି ଅର୍ଥ ବିଭାଗ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଜଣାନ୍ତୁ ବୋଲି ଜିଲ୍ଲାପାଳଙ୍କୁ ପରାମର୍ଶ ଦେଲେ ମୋହନ । 5T ରୂପାନ୍ତରଣ ନାଁରେ କେବଳ ସ୍କୁଲ କାନ୍ଥରେ ରଙ୍ଗ ମରା ଯାଉଥିଲା । ସ୍କୁଲରେ ଶିକ୍ଷକ ନଥିଲେ, ଭିତ୍ତିଭୂମି ସୁଦୃଢ କରାଯାଉନଥିଲା । ଶିକ୍ଷାର ଆଧୁନିକତାର ସ୍ଵପ୍ନ ଦେଖାଯାଉଥିଲା । ପିଲା ହରଣ, ଗୁଣନ ଜାଣିନଥିଲେ, ଶୃତଲିଖନ ଲେଖିପାରୁନଥିଲେ ପିଲା ।

ପୂର୍ବ ସରକାର ବେଳେ ଜଣେ ଜଣେ ଅଫିସର ୧୦-୧୫ ବର୍ଷ ଧରି ଗାଦି ମାଡି ବସୁଥିଲେ । ଯାହାକି ଶାସନରେ ବ୍ୟାଘାତ ସୃଷ୍ଟି କରୁଥିଲା । ବିଜେପି ସରକାରରେ ଏସବୁ କୁ ପ୍ରସୟ ଦିଆଯିବ ନାହିଁ । ନିୟମ ଅନୁସାରେ ଗୋଟିଏ ସ୍ଥାନରେ ନିର୍ଦ୍ଧାରତ ସମୟ ଯାଏଁ ନିଯୁକ୍ତ ହେବେ ଅଫିସର ।ସାଧାରଣ ଲୋକର ପ୍ରଶାସନ ଠାରୁ ଆଶା କରୁଥିବା ଦୃଷ୍ଟିଭଙ୍ଗୀ ବିଷୟରେ ଅନୁଭୂତି ବାଣ୍ଟିଲେ ମୁଖ୍ୟମନ୍ତ୍ରୀ । ଶନିବାର ଜିଲ୍ଲାପାଳମାନଙ୍କ ସହ ଏସପିମାନଙ୍କ ମଧ୍ୟ ବୈଠକ ନେବେ ମୁଖ୍ୟମନ୍ତ୍ରୀ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

ELECTIONS
5m ago
ପାଖେଇ ଆସୁଛି ହରିୟାଣା ନିର୍ବାଚନ, ସରଗରମ ହେଉଛି ନିର୍ବାଚନ ପ୍ରଚାର
ଅର୍ଗସ ବ୍ୟୁରୋ: ପାଖେଇ ଆସୁଛି ହରିୟାଣା ନିର୍ବାଚନ । ସରଗରମ ହେଉଛି ନିର୍ବାଚନ ପ୍ରଚାର । ଆଜି ହିସାରେ ବିଜେପି ଜନ ସମର୍ଥନ ରାଲିରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ମୋଦି । ଗତ 25
ODISHA CONCLAVE
10m ago
ମେକ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫ର ଲୋଗୋ ଉନ୍ମୋଚିତ
ଅର୍ଗସ ବ୍ୟୁରୋ: ମେକ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫ର ଲୋଗୋ ଉନ୍ମୋଚିତ। ଲୋଗୋର ନାମ ହେଉଛି ଉତ୍କର୍ଷ ଓଡିଶା। ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ
GOVERNMENT
14m ago
ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ପୂରଣ ହେବ ଖାଲି ପଡ଼ିଥିବା 1500ରୁ ଅଧିକ ଅଧ୍ୟାପକ ପଦବୀ
ଅର୍ଗସ ବ୍ୟୁରୋ: ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି...ଖୁବ୍ ଶୀଘ୍ର ପୂରଣ ହେବ ରାଜ୍ୟର ବିଶ୍ବବିଦ୍ୟାଳୟ ଗୁଡ଼ିକରେ ଖାଲି ପଡ଼ିଥିବା 1500ରୁ ଅଧିକ ଅଧ୍ୟାପକ ପଦବୀ...ବିଭିନ୍