୭୦ ବର୍ଷରୁ ଉର୍ଦ୍ଧ୍ବ ନାଗରିକ ବି ପାଇବେ ମାଗଣା ସ୍ବାସ୍ଥ୍ୟବୀମା ସୁବିଧା
by Argus News
Tue, Oct 01 | 7:26 p.m.

ଭୁବନେଶ୍ୱର:  ସ୍ବାସ୍ଥ୍ୟବୀମା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ୧ କୋଟି ପରିବାରକୁ କ୍ୟାସଲେସ୍ ଚିକିତ୍ସାର ସୁବିଧା ମିଳିବ । ଦେଶର ୨୭ ହଜାର ହସପିଟାଲରେ ହିତାଧୀକାରୀଙ୍କୁ ମିଳିପାରିବ ଚିକିତ୍ସା । ୭୦ ବର୍ଷରୁ ଉର୍ଦ୍ଧ୍ବ ନାଗରିକ ବି ପାଇବେ ମାଗଣା ସ୍ବାସ୍ଥ୍ୟବୀମା ସୁବିଧା । ଆୟୁଷ୍ମାନ ଭାରତ ସହ ମିଶିବ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା । ପୁରୁଷଙ୍କୁ ୫ ଲକ୍ଷ ଓ ମହିଳାଙ୍କୁ ୧୦ ଲକ୍ଷ ଟଙ୍କାର ମିଳିବ ମାଗଣା ବୀମା ।  ଖୁବଶୀଘ୍ର ରାଜ୍ୟର ସାଢେ ୩ କୋଟି ଲୋକଙ୍କୁ ମିଳିବାକୁ ଯାଉଛି ମାଗଣା ସ୍ବାସ୍ଥ୍ୟବୀମା ସୁବିଧା। ଯେଉଁଥିରେ ପ୍ରାୟ ୧ କୋଟି ପରିବାର ହେବେ ଅନ୍ତର୍ଭୁକ୍ତ। ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ଏକାଠି କରି ହିତାଧିକାରୀଙ୍କୁ ଦିଆଯିବ ନୂଆ ସ୍ବାସ୍ଥ୍ୟବୀମା କାର୍ଡ। ଦେଶର ପ୍ରାୟ ୨୭ ହଜାର ହସପିଟାଲରେ ଏହି କାର୍ଡ ଜରିଆରେ କ୍ୟାସଲେସ୍ ଚିକିତ୍ସା ସୁବିଧା ପାଇପାରିବେ ହିତାଧିକାରୀ। ଏଥିରେ ପୁରୁଷଙ୍କୁ ୫ ଲକ୍ଷ ଓ ମହିଳାଙ୍କୁ ୧୦ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟବୀମା ଯୋଗାଇବେ ରାଜ୍ୟ ସରକାର। ଏହି ନୂଆ ସ୍ବାସ୍ଥ୍ୟ କାର୍ଡ ଯୋଗୁଁ ବାହାର ରାଜ୍ୟରେ କାମ କରୁଥିବା ଓଡ଼ିଆ ବିଶେଷ ଫାଇଦାରେ ରହିବେ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ।

  ଗତ ମାସରେ ୭୦ ବର୍ଷରୁ ଅଧିକ ସବୁ ବରିଷ୍ଠ ନାଗରିକଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରିବା ନେଇ ନିଷ୍ପତ୍ତି ନେଇସାରିଛି କେନ୍ଦ୍ର କ୍ୟାବିନେଟ୍। ଓଡ଼ିଶାରେ ମଧ୍ୟ ବରିଷ୍ଠ ନାଗରିକମାନେ ପାଇବେ ଏହି ବୀମା ସୁବିଧା। ଯେଉଁଥିରେ ବରିଷ୍ଠ ନାଗରିକ ଓ ସେମାନଙ୍କ ପରିବାର ପାଇବେ ୫ ଲକ୍ଷ ଟଙ୍କା ଯାଏ ସ୍ବାସ୍ଥ୍ୟବୀମା ସୁବିଧା।  ସେହିପରି ଖୁବଶୀଘ୍ର ନ୍ୟାସନାଲ ଡିଜିଟାଲ ହେଲଥ ମିଶନରେ ସାମିଲ ହେବ ଓଡ଼ିଶା । ଏହା ଜରିଆରେ ରାଜ୍ୟରେ ସବୁ ସ୍ଵାସ୍ଥ୍ୟ ଅନୁଷ୍ଠାନ ଓ ରୋଗୀଙ୍କ ତଥ୍ୟର ଡିଜିଟାଲ ମ୍ୟାପିଙ୍ଗ ହେବ। ପ୍ରତି ରୋଗୀଙ୍କୁ ମିଳିବ ଏକକ ପରିଚୟ ପତ୍ର । ଏଥିରେ ସେମାନଙ୍କର ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ତଥ୍ୟ ରହିବ। ଏପରିକି ଏହି କାର୍ଡ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସହ ଯୋଡ଼ି ହେବ। ଫଳରେ ହିତାଧିକାରୀଙ୍କର ସମସ୍ତ ସ୍ଵାସ୍ଥ୍ୟଗତ ତଥ୍ୟ ଡାକ୍ତର ଜାଣିପାରିବେ ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ।   2018ରେ ଆୟୁଷ୍ମାନ ଭାରତ ଯୋଜନା ଏବଂ ୨୦୨୦ରେ ନ୍ୟାସନାଲ ଡିଜିଟାଲ ହେଲଥ ମିଶନ ସାରା ଦେଶରେ ଶୁଭାରମ୍ଭ ହୋଇଥିଲା। କିନ୍ତୁ କାଳେ ମୋଦି ସରକାରଙ୍କୁ ଶ୍ରେୟ ଚାଲିଯିବ ସେଥିପାଇଁ ଓଡ଼ିଶାରେ ଏହି ଯୋଜନା ଲାଗୁକରିନଥିଲେ ନବୀନ ସରକାର। ଏବେ ରାଜ୍ୟରେ ସରକାର ବଦଳିବା ସହ ଉଭୟ ଯୋଜନାର ଫାଇଦା ଉଠାଇ ପାରିବେ ରାଜ୍ୟବାସୀ। 
ଅଧିକ ପଢନ୍ତୁ ଓଡ଼ିଶା ଖବର

ସ୍ବଚ୍ଛ ଭାରତ ମିଶନ
34m ago
"ସୁସ୍ଥ ଜୀବନ , ସମୃଦ୍ଧ ଭାରତ ପାଇଁ ସ୍ବଚ୍ଛ ଭାରତ ମିଶନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ"- ଆଶିଷ କୁମାର ଚୌହାନ
ଅର୍ଗସ ବ୍ୟୁରୋ : 'ସ୍ବଚ୍ଛ ଭାରତ ମିଶନ' ଭାରତର ଏକ ଦଶନ୍ଧି ଆନ୍ଦୋଳନ । ସ୍ବଚ୍ଛତା, ପରିମଳ ଏବଂ ନିରନ୍ତର ଜୀବନଯାପନ ପାଇଁ ଏହି ସ୍ବଚ୍ଛତା ଆନ୍ଦୋଳନ ଅନେକ ଦିନ ଧରି ଚାଲିଛି । ଦେଶକ
ହେଲିକପ୍ଟର କ୍ରାସ
ପୁଣେରେ ହେଲିକାପ୍ଟର କ୍ରାସ୍, ୩ ଜଣଙ୍କ ମୃତ୍ୟୁ
ଅର୍ଗସ ବ୍ୟୁରୋ : ପୁଣେରେ ହେଲିକପ୍ଟର କ୍ରାସ । ଦୁର୍ଘଟଣାରେ ୨ ପାଇଲଟଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି । ଉଡାଣ ଭରିବା ସମୟରେ ଘଟିଥିଲା ଦୁର୍ଘଟଣା । ଅକ୍ସଫୋର୍ଡ ଗଲ୍ଫ କୋର୍
ଭଦ୍ରକ
ଭଦ୍ରକରେ ୪ ଦିନ ପରେ ସ୍ବାଭାବିକ ହେଲା ଇଣ୍ଟରନେଟ ସେବା
ଭଦ୍ରକ : ଭଦ୍ରକ ଜିଲ୍ଲାରେ ୪ ଦିନ ପରେ ସ୍ବାଭାବିକ ହେଲା ଇଣ୍ଟରନେଟ ସେବା । ହଟିଲା 96 ଘଣ୍ଟାର କଟକଣା । ଗତକାଲି ମଧ୍ୟ ରାତ୍ରିରୁ ସ୍ବାଭାବିକ ହୋଇଛି ଇଣ୍ଟରନେଟ ସେବା । ଗତ ଶୁକ୍ରବା