ପାଣିରେ ବୁଡିଯାଇ କଲେଜ ଛାତ୍ରଙ୍କ ମୃତ୍ୟୁ
by Argus News
Thu, Mar 28 | 9:59 a.m.

 ଜଗତସିଂହପୁର : ପାଣିରେ ବୁଡିଯାଇ କଲେଜ ଛାତ୍ରଙ୍କ ମୃତ୍ୟୁ।  ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ମହାନଦୀ ପଠାକୁ ଗାଧେଇବାକୁ ଯାଇ ନିଖୋଜ ହୋଇଯାଇଥିଲେ ବାଲିପାଟଣା ଗ୍ରାମର ସାମ୍ବାଦିକ ସୁଧାଂଶୁ ପୃଷ୍ଟି ଙ୍କ ବଡ଼ପୁଅ ଶ୍ରେୟାଂଶୁ । ବୟସ ୧୬ ବର୍ଷ । ଶ୍ରେୟାଂଶୁ ଶାରଳା ମହାବିଦ୍ୟାଳୟ ରାହାମା,କଲେଜରେ +୨ ବିଜ୍ଞାନ ଦ୍ଵିତୀୟ ବର୍ଷ ଛାତ୍ର ଥିଲା। ସାଙ୍ଗ ମାନଙ୍କ ସହିତ କୋଟକଣା ମହାନଦୀ ପଠାକୁ ଯାଇ ଶୌଚ ହେଉଥିବା ବେଳେ ଗୋଡ଼ ଖସିଯାଇଥିଲା।

 ଏହାପରେ ସ୍ଥାନୀୟ ଲୋକମାନେ ଅଗ୍ନିଶମ ବାହିନୀ ଙ୍କୁ ଖବର ଦିଆଯାଇଥିଲ। ଖବର ପାଇ ତିର୍ତ୍ତୋଲ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ତାହା ମିଳିପାରିନଥିଲା।ପରେ ଜଗତସିଂହପୁର ଓଡ୍ରାଫ ଟିମ୍ ସହାୟତାରେ ଆଜି ସକାଳ ୭ ଟା ସମୟରେ ମହାନଦୀରୁ ମୃତଦେହ ଉଦ୍ଧାର ହୋଇଥିଲା। ଘଟଣା ସ୍ଥଳରେ ତିର୍ତ୍ତୋଲ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ପୋଲିସ ପକ୍ଷରୁ ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠେଇ ଦିଆଯାଇଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

TEMPLE
8m ago
ଜାଣିଛନ୍ତି କି ଦୁନିଆର ସବୁଠୁ ପୂରୁଣା ହିନ୍ଦୁ ମନ୍ଦିର କଉଁଠି ଅଛି
ଅର୍ଗସ ବ୍ୟୁରୋ: ହିନ୍ଦୁ ଧର୍ମ ଅନୁଯାୟୀ ବାର ମାସରେ ତେର ପର୍ବ ଆସିଥାଏ । କିଛି ପର୍ବ ପର୍ବଣୀ ଆସିଲେ ଆମେ ମାନେ ମନ୍ଦିର ଯାଇଥଉ। ବର୍ତ୍ତମାନ ସବୁ ଜାଗାରେ ଅନେକ ପ୍ରକାରର ମନ୍ଦିର ଅଛ
ନକ୍ସଲ ନିହତ
14m ago
ନବରଙ୍ଗପୁରରେ ଏନକାଉଣ୍ଟର, ଜଣେ ନକ୍ସଲ ନିହତ
ନବରଙ୍ଗପୁର: ନବରଙ୍ଗପୁର ପୋଲିସ ଏବଂ ଓଡ଼ିଶା ଏସଓଜି ଯବାନଙ୍କ ମିଳିତ ଅପରେସନ୍ ସମୟରେ ବଡ଼ ସଫଳତା ମିଳିଛି । ରାଇଘର ବ୍ଲକ ସୀମାନ୍ତଠାରୁ ମାତ୍ର ୨୫ କିଲୋମିଟର ଦୂରରେ ରହିଥିବା ଛତିଶଗଡ଼ର ଗରେବ
ରୋଗୀସେବା
18m ago
ଇଏ ଓଡିଶାର ରୂପାନ୍ତରୀକରଣ , ଟର୍ଚ୍ଚ ଲାଇଟରେ ଚାଲିଛି ରୋଗୀସେବା
କଟକ : ନବୀନଙ୍କ ୨୪ ବର୍ଷର ଶାସନ । ଓଡିଶା ରୂପାନ୍ତରୀକରଣର ବଡ ବଡ ପ୍ରତିଶୃତି । ହେଲେ ଓଡିଶାର ସ୍ବାସ୍ଥ୍ୟବସ୍ଥାର ଚିତ୍ର ଦେଖିଲେ ଆପଣ ଓଡିଶାର ପ୍ରକୃତ ବିକାଶ କଥା ଜାଣିପାରିବେ