75 ଟଙ୍କିଆ ମୁଦ୍ରା ସହ ସଂସ୍କୃତ ଓ ମୈଥିଲୀ ଭାଷାରେ ସମ୍ବିଧାନ ପୁସ୍ତକ ଉନ୍ମୋଚିତ 
by Argus News
Tue, Nov 26 | 8:10 p.m.

ଅର୍ଗସ ବ୍ୟୁରୋ: ଭାରତ ଶାସନ ସଂହିତା ଭାବେ ସର୍ବମାନ୍ୟ ସମ୍ବିଧାନକୁ ସମ୍ମାନ । ୧୯୪୯ ମସିହା ନଭେମ୍ବର ୨୬ରେ ଭାରତ ସମ୍ବିଧାନକୁ ଗ୍ରହଣର 75 ତମ ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ପାଳିତ ହେଉଛି ସମ୍ବିଧାନ ଦିବସ । ପୁରୁଣା ସଂସଦ ଭବନର ସେଣ୍ଟ୍ରାଲ ହଲ୍‌ରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମକୁ ମହାମହିମ ରାଷ୍ଟ୍ରପତି ଉଦଘାଟନ କରିଛନ୍ତି । `ଆମ ସମ୍ବିଧାନ, ଆମ ସ୍ବାଭିମାନ' କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବାଚସ୍ପତି, କେନ୍ଦ୍ରମନ୍ତ୍ରୀ, ସଂସଦ ସଦସ୍ୟ ସାମିଲ ହୋଇ ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ସମେତ ସହଯୋଗୀ ସମ୍ବିଧାନ ନିର୍ମାତାଙ୍କ ଅତୁଳନୀୟ ଯୋଗଦାନକୁ ନମନ କରିଛନ୍ତି । ସମ୍ବିଧାନ ପ୍ରସ୍ତାବନା ପାଳନ ପାଇଁ ହୋଇଛନ୍ତି ସଂକଳ୍ପବଦ୍ଧ । ଉଦ୍‌ବୋଧନରେ ରାଷ୍ଟ୍ରପତି ଦେଶବାସୀଙ୍କୁ କର୍ତ୍ତବ୍ୟ ପାଳନ ସହ 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ପାଇଁ ଯୋଗଦାନ ଦେବାକୁ ଆହ୍ବାନ ଦେଇଛନ୍ତି । କାର୍ଯ୍ୟକ୍ରମରେ ୭୫ ଟଙ୍କିଆ ମୁଦ୍ରା ସହ ସଂସ୍କୃତ ଓ ମୈଥିଲୀ ଭାଷାରେ ସମ୍ବିଧାନ ପୁସ୍ତକ ଉନ୍ମୋଚିତ କରିଛନ୍ତି ରାଷ୍ଟ୍ରପତି ।

ଲୋକତନ୍ତ୍ରର ଜନନୀ, ପବିତ୍ର ସମ୍ବିଧାନ ପ୍ରତି ଶ୍ରଦ୍ଧା ଭାବନା ସହ ଦେଶବ୍ୟାପୀ ଆୟୋଜିତ  ହେଉଛି ସ୍ବାଭିମାନ ପଦଯାତ୍ରା । ଏହି ଅବସରରେ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଭୁବନେଶ୍ବରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏଜି ଛକ ସ୍ଥିତ ସମ୍ବିଧାନ ପ୍ରଣେତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ଏଜି ଛକରୁ କ୍ୟାପିଟାଲ ହସ୍ପିଟାଲ ଯାଏ ଶୋଭାଯାତ୍ରା ହୋଇଛି । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ, କ୍ରୀଡ଼ାମନ୍ତ୍ରୀ, ପଞ୍ଚାୟତିରାଜ ମନ୍ତ୍ରୀ, ରାଜ୍ୟ ବିଜେପି ସଭାପତି ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ପଦଯାତ୍ରା ପରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ହୋଇଛି ସ୍ବଚ୍ଛତା ଅଭିଯାନ । 

୧୨୫ତମ ଜୟନ୍ତୀ ଅବସରରେ ସମ୍ବିଧାନ ନିର୍ମାତା ବାବାସାହେବଙ୍କୁ ଦେଶବାସୀ ଦେଉଛନ୍ତି ଶ୍ରଦ୍ଧାସୂମନ । ସମ୍ବିଧାନ ପ୍ରତି ଦେଶବାସୀଙ୍କୁ ଜାଗୃତ କରିବାକୁ ‘ଆମ ସମ୍ବିଧାନ, ଆମ ସମ୍ମାନ’ ଅଭିଯାନକୁ ବର୍ଷବ୍ୟାପୀ ଜାରି ରଖିବାକୁ ଲକ୍ଷ୍ୟ ରଖିଛନ୍ତି ମୋଦି ସରକାର । ମୌଳିକ ଅଧିକାର, ବୈଧାନିକ ଉତ୍ତରଦାୟିତ୍ୱ ପ୍ରତି ସଭିଙ୍କୁ ସଚେତନ କରିବା ସହ ସମ୍ବିଧାନର ବାର୍ତ୍ତା ପହଞ୍ଚାଇବାକୁ ରଖାଯାଇଛି ଲକ୍ଷ୍ୟ ।

MODI
ଆସନ୍ତା 29 ଅପରାହ୍ନରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି
ଅର୍ଗସ ବ୍ୟୁରୋ: ଆସନ୍ତା 29 ଅପରାହ୍ନରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ମୋଦି ଓ ଅମିତ ଶାହାଙ୍କ ଓଡିଶା ଗସ୍ତ ନେଇ ବିଜେପି କାର୍ଯ୍ୟାଳୟର
YOGI
କଂଗ୍ରେସ ସରକାର ଉପରେ ବର୍ଷିଛନ୍ତି ଯୋଗୀ ଆଦିତ୍ୟନାଥ
ଅର୍ଗସ ବ୍ୟୁରୋ: ସମ୍ବିଧାନ ଦିବସରେ ସମାଜବାଦ ଏବଂ ଧର୍ମନିରପେକ୍ଷ ଶବ୍ଦକୁ ନେଇ ପୂର୍ବ କଂଗ୍ରେସ ସରକାର ଉପରେ ବର୍ଷିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସ
PM MODI
୨୯ ତାରିଖ ଅପରାହ୍ନରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ମୋଦି
ଅର୍ଗସ ବ୍ୟୁରୋ: ୨୯ ତାରିଖ ମଧ୍ୟାହ୍ନରେ ପହଞ୍ଚିବେ ଗୃହମନ୍ତ୍ରୀ । ଅପରାହ୍ନ ୪.୧୫ ରେ ପ୍ରଧାନମନ୍ତ୍ରୀ ଭୁବନେଶ୍ବରରେ ପହଞ୍ଚିବେ । ଏୟାରପୋର୍ଟରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯିବ
ଆମ ସମ୍ବିଧାନ
75 ଟଙ୍କିଆ ମୁଦ୍ରା ସହ ସଂସ୍କୃତ ଓ ମୈଥିଲୀ ଭାଷାରେ ସମ୍ବିଧାନ ପୁସ୍ତକ ଉନ୍ମୋଚିତ
ଅର୍ଗସ ବ୍ୟୁରୋ: ଭାରତ ଶାସନ ସଂହିତା ଭାବେ ସର୍ବମାନ୍ୟ ସମ୍ବିଧାନକୁ ସମ୍ମାନ । ୧୯୪୯ ମସିହା ନଭେମ୍ବର ୨୬ରେ ଭାରତ ସମ୍ବିଧାନକୁ ଗ୍ରହଣର 75 ତମ ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ପାଳି
SUBHADRA
ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା, ମାର୍ଚ୍ଚ 8ରୁ ଦ୍ୱିତୀୟ କିସ୍ତି ଟଙ୍କା ମିଳିବ
ଅର୍ଗସ ବ୍ୟୁରୋ: ସୁଭଦ୍ରା ଯୋଜନାକୁ ନେଇ ଏମିତି କିଛି ଖବର ଆସିଛି ଯାହା ଆପଣଙ୍କୁ ଖୁସି କରିଦେବ । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ମାର୍ଚ୍ଚ 7ରେ ମିଳିବ ପ୍ରଥ