ଅର୍ଗସ ବ୍ୟୁରୋ: ଆସନ୍ତା 29 ଅପରାହ୍ନରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ମୋଦି ଓ ଅମିତ ଶାହାଙ୍କ ଓଡିଶା ଗସ୍ତ ନେଇ ବିଜେପି କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି। SPG ବୈଠକ ନେଉଥିବା ସୂଚନା ମିଳିଛି । ପୋଲିସ, ଅଗ୍ନିଶମ, ଟେଲିକମ ଓ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ରାଜ୍ୟ କାର୍ଯ୍ୟାଳୟରେ ଉପସ୍ଥିତ। ରାଜ୍ୟ ବିଜେପି ସଭାପତିଙ୍କ ସମେତ ବରିଷ୍ଠ ପଦାଧିକାରୀ ମନ୍ତ୍ରୀ ଓ ବିଧାୟକ ମଧ୍ୟ ଉପସ୍ଥିତ ଅଛନ୍ତି । ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ , ଖାଦ୍ୟ ଯୋଗାନମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର , ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସମେତ ଅନେକ ବିଧାୟକ ଉପସ୍ଥିତ। ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ମଧ୍ୟ ଉପସ୍ଥିତ ।
ଅଧିକ ପଢ଼ନ୍ତୁ ଦେଶ ଖବର: