କଂଗ୍ରେସ ସରକାର ଉପରେ ବର୍ଷିଛନ୍ତି ଯୋଗୀ ଆଦିତ୍ୟନାଥ
by Argus News
Tue, Nov 26 | 9:17 p.m.

ଅର୍ଗସ ବ୍ୟୁରୋ:  ସମ୍ବିଧାନ ଦିବସରେ ସମାଜବାଦ ଏବଂ ଧର୍ମନିରପେକ୍ଷ ଶବ୍ଦକୁ ନେଇ ପୂର୍ବ କଂଗ୍ରେସ ସରକାର ଉପରେ ବର୍ଷିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେ କହିଛନ୍ତି, ଜରୁରୀକାଳୀନ ପରିସ୍ଥିତିରେ କଂଗ୍ରେସ ଲୁଚିଛପି ସମାଜବାଦ ଏବଂ ଧର୍ମନିରପେକ୍ଷ ଭଳି ଶବ୍ଦ ସମ୍ବିଧାନରେ ଯୋଡ଼ିଥିଲା। ମୂଳ ସମ୍ବିଧାନରେ ଏହି ଶବ୍ଦ ନଥିଲା । ଯେଉଁ ଲୋକମାନେ ସମ୍ବିଧାନ ସହ ଏମିତି ଖେଳିଛନ୍ତି ଜନତା ସେମାନଙ୍କୁ କେବେ ବି କ୍ଷମା କରିବେ ନାହିଁ ବୋଲି କହିଛନ୍ତି ଯୋଗୀ ।  ବାବା ସାହେବଙ୍କ ସମ୍ବିଧାନ ଭାରତର ସମସ୍ତ ନାଗରିକଙ୍କୁ ମତାଧିକାରୀ ସାବ୍ୟସ୍ତ କରିବାର ଅଧିକାର ପ୍ରଦାନ କରିଥାଏ। ସମ୍ବିଧାନସଭାରେ ଯେଉଁ ବିଷୟରେ ତର୍କ ହୋଇଥିଲା ତାକୁ ମଧ୍ୟ ଶିକ୍ଷାନୁଷ୍ଠାନର ପଢାଯିବା ଉଚିତ୍ ବୋଲି କହିଛନ୍ତି ଯୋଗୀ ।

ୟସୋମବାର ସୁପ୍ରିମକୋର୍ଟରେ ଏକ ଆବେଦନକୁ ଖାରିଜ୍ କରିଛନ୍ତି। ଯେଉଁ ଆବେଦନରେ ସମାଜବାଦୀ ଏବଂ ଧର୍ମନିରେପକ୍ଷ ଏବଂ ଅଖଣ୍ଡତା ଭଳି ଶବ୍ଦକୁ ହଟାଇବାକୁ ଦାବି ହୋଇଥିଲା । ୧୯୭୬ ମସିହାରେ ଇନ୍ଦିରା ଗାନ୍ଧିଙ୍କ ନେତୃତାଧୀନ ସରକାର ୪୨ତମ ସଂଶୋଧନ ଜରିଆରେ ଏହି ସବୁ ଶବ୍ଦକୁ ସମ୍ବିଧାନରେ  ଯୋଡ଼ିଥିବା ଅଭିଯୋଗ କରିଛନ୍ତି ଯୋଗୀ ।

MODI
ଆସନ୍ତା 29 ଅପରାହ୍ନରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି
ଅର୍ଗସ ବ୍ୟୁରୋ: ଆସନ୍ତା 29 ଅପରାହ୍ନରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ମୋଦି ଓ ଅମିତ ଶାହାଙ୍କ ଓଡିଶା ଗସ୍ତ ନେଇ ବିଜେପି କାର୍ଯ୍ୟାଳୟର
YOGI
କଂଗ୍ରେସ ସରକାର ଉପରେ ବର୍ଷିଛନ୍ତି ଯୋଗୀ ଆଦିତ୍ୟନାଥ
ଅର୍ଗସ ବ୍ୟୁରୋ: ସମ୍ବିଧାନ ଦିବସରେ ସମାଜବାଦ ଏବଂ ଧର୍ମନିରପେକ୍ଷ ଶବ୍ଦକୁ ନେଇ ପୂର୍ବ କଂଗ୍ରେସ ସରକାର ଉପରେ ବର୍ଷିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସ
PM MODI
୨୯ ତାରିଖ ଅପରାହ୍ନରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ମୋଦି
ଅର୍ଗସ ବ୍ୟୁରୋ: ୨୯ ତାରିଖ ମଧ୍ୟାହ୍ନରେ ପହଞ୍ଚିବେ ଗୃହମନ୍ତ୍ରୀ । ଅପରାହ୍ନ ୪.୧୫ ରେ ପ୍ରଧାନମନ୍ତ୍ରୀ ଭୁବନେଶ୍ବରରେ ପହଞ୍ଚିବେ । ଏୟାରପୋର୍ଟରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯିବ
ଆମ ସମ୍ବିଧାନ
75 ଟଙ୍କିଆ ମୁଦ୍ରା ସହ ସଂସ୍କୃତ ଓ ମୈଥିଲୀ ଭାଷାରେ ସମ୍ବିଧାନ ପୁସ୍ତକ ଉନ୍ମୋଚିତ
ଅର୍ଗସ ବ୍ୟୁରୋ: ଭାରତ ଶାସନ ସଂହିତା ଭାବେ ସର୍ବମାନ୍ୟ ସମ୍ବିଧାନକୁ ସମ୍ମାନ । ୧୯୪୯ ମସିହା ନଭେମ୍ବର ୨୬ରେ ଭାରତ ସମ୍ବିଧାନକୁ ଗ୍ରହଣର 75 ତମ ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ପାଳି
SUBHADRA
ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା, ମାର୍ଚ୍ଚ 8ରୁ ଦ୍ୱିତୀୟ କିସ୍ତି ଟଙ୍କା ମିଳିବ
ଅର୍ଗସ ବ୍ୟୁରୋ: ସୁଭଦ୍ରା ଯୋଜନାକୁ ନେଇ ଏମିତି କିଛି ଖବର ଆସିଛି ଯାହା ଆପଣଙ୍କୁ ଖୁସି କରିଦେବ । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ମାର୍ଚ୍ଚ 7ରେ ମିଳିବ ପ୍ରଥ