ସଂସଦ ଉଚ୍ଚ ସଦନରେ `ସମ୍ବିଧାନ' ବିତର୍କ
by Argus News
Mon, Dec 16 | 8:59 p.m.

ଅର୍ଗସ ବ୍ୟୁରୋ:  ସଂସଦରେ ସମ୍ବିଧାନ ବିତର୍କ । ଲୋକସଭା ପରେ ରାଜ୍ୟସଭାରେ ବି ସମ୍ବିଧାନ ସୁରକ୍ଷା ପ୍ରସଙ୍ଗରେ ବ୍ୟାକଫୁଟରେ କଂଗ୍ରେସ । ଦିନକ ତଳେ ନିମ୍ନ ସଦନରେ ପ୍ରଧାନମନ୍ତ୍ରୀ, ଆଉ ଆଜି ଉଚ୍ଚ ସଦନରେ ଜୋରଦାର ଆକ୍ରମଣ କରିଛନ୍ତି ଅର୍ଥମନ୍ତ୍ରୀ। ରାଜ୍ୟସଭାରେ ନିର୍ମଳା ସୀତାରମଣ ବି ଉଠାଇଛନ୍ତି ଜରୁରୀ ସ୍ଥିତି ପ୍ରସଙ୍ଗ। ପ୍ରଶ୍ନ କରିଛନ୍ତି, ବିରୋଧୀଙ୍କ ମୁହଁ ବନ୍ଦ କରିବାକୁ କିଏ ସାରା ଦେଶକୁ କରିଥିଲା ଜେଲ୍ ଖାନା ? ସମ୍ବିଧାନ ସୁରକ୍ଷା ପ୍ରସଙ୍ଗରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ତର୍କର ଜବାବ ଦେଇଛନ୍ତି ଅର୍ଥମନ୍ତ୍ରୀ । କହିଛନ୍ତି ବିନା ବିରୋଧୀଙ୍କ ଉପସ୍ଥିତିରେ ସଂସଦରେ ସମ୍ବିଧାନ ସଂଶୋଧନ କରିଥିବା ଦଳର ନାଁ କଣ ?

ଅର୍ଥମନ୍ତ୍ରୀ ସୀତାରମଣ ଆହୁରି କହିଛନ୍ତି ସମ୍ବିଧାନ ସୁରକ୍ଷା ନାଁରେ କ୍ଷମତା ଦଖଲ ଓ କ୍ଷମତାଶାଳୀଙ୍କୁ ସୁରକ୍ଷା ପାଇଁ କଂଗ୍ରେସର କଳାକାରନାମା ଉପରୁ ହଟୁଛି ପରଦା । ବାରମ୍ବାର ସମ୍ବିଧାନ ସଂଶୋଧନ ପଛର ରହସ୍ୟ ଆଉ ଦେଶବାସୀଙ୍କୁ ଅଛପା ନାହିଁ। କେଉଁ ଜାତୀୟ ସ୍ବାର୍ଥରେ ନେହରୁଙ୍କ ଶାସନରେ ୧୭ ଥର, ଇନ୍ଦିରାଙ୍କ ଅମଳରେ ୨୮ ଥର ଓ ରାଜୀବ ଗାନ୍ଧିଙ୍କ ସରକାରରେ ୧୦ ଥର ସମ୍ବିଧାନ ସଂଶୋଧନ କରାଯାଇଥିଲା ? ସମ୍ବିଧାନକୁ ଦୁର୍ବଳ କରିବାକୁ ବାରମ୍ବାର ପ୍ରୟାସ କରି କଂଗ୍ରେସ ଏବେ ସମୟର ପରୀକ୍ଷାରେ ଫେଲ୍ ମାରିଛି।

ଲୋକସଭା ବିତର୍କରେ କଂଗ୍ରେସକୁ ଦୃଢ଼ ଜବାବ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀଙ୍କ ଜିସକୋ କୋଇ ନେହିଁ ପୁଛତା, ଉସୈ ମୋଦି ପୁଜତା' ବିବୃତ୍ତିକୁ ନେଇ ବିରୋଧୀ ଶିବିରରେ ଚର୍ଚ୍ଚା ଲାଗି ରହିଥିବାବେଳେ ରାଜ୍ୟସଭାରେ ବି ମୋଦି ବିତର୍କରେ ଭାଗ ନେବେ କି ନାହିଁ ତାକୁ ନେଇ ରହିଛି ଉତ୍କଣ୍ଠା।

ଅଧିକ ପଢ଼ନ୍ତୁ ଦେଶ ଖବର: 
 

SUPREME COURT
ଦିଲ୍ଲୀରେ ପ୍ରଦୂଷଣ ଜନିତ ସମସ୍ୟା, ଚିନ୍ତାବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ
ଅର୍ଗସ ବ୍ୟୁରୋ: ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି । ଦିଲ୍ଲୀ ସହ ଦେଶର ଅନ୍ୟ ସହର ଗୁଡ଼ିକରେ ପ୍ରଦୂଷଣ ଜନିତ ସମସ୍ୟା ବୃଦ୍ଧିକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ
SAMBAL TRUTH
ସାମ୍ନାକୁ ଆସୁଛି ସମ୍ଭଲ ସତ
ଅର୍ଗସ ବ୍ୟୁରୋ: ସାମ୍ନାକୁ ଆସୁଛି ସମ୍ଭଲ ସତ । ଶାହି ଜାମା ମସଜିଦ ସର୍ଭେକୁ ନେଇ ଏବେବି ବିବାଦ ଲାଗି ରହିଥିବାବେଳେ ସମ୍ଭଲ ମନ୍ଦିର ନିକଟ କୂଅରୁ ମୂର୍ତ୍ତି ମିଳିବାକୁ ନେଇ ଆରମ୍
PARLIAMENT
ସଂସଦ ଉଚ୍ଚ ସଦନରେ `ସମ୍ବିଧାନ' ବିତର୍କ
ଅର୍ଗସ ବ୍ୟୁରୋ: ସଂସଦରେ ସମ୍ବିଧାନ ବିତର୍କ । ଲୋକସଭା ପରେ ରାଜ୍ୟସଭାରେ ବି ସମ୍ବିଧାନ ସୁରକ୍ଷା ପ୍ରସଙ୍ଗରେ ବ୍ୟାକଫୁଟରେ କଂଗ୍ରେସ । ଦିନକ ତଳେ ନିମ୍ନ ସଦନରେ ପ୍ରଧାନମନ୍ତ୍ରୀ
ଶିକ୍ଷା ମନ୍ତ୍ରୀ
NCERT ଅଡ଼ିଟୋରିୟମ ପାଇଁ ଭୂମି ପୂଜନ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ
ଅର୍ଗସ ବ୍ୟୁରୋ: ଦେଇଥିବା କଥା ରଖିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । NCERT କ୍ୟାମ୍ପସରେ ଅଡିଟୋରିୟମ ନଥିଲା । Ncert ପ୍ରତିଷ୍ଠା ଦିବସରେ ଏହା ଜାଣିବା ପରେ ଅଡିଟୋରିୟମ
VIJAY DIWAS
ଆଜି ସାରା ଦେଶ ପାଳନ କରୁଛି ବିଜୟ ଦିବସ
ଅର୍ଗସ ବ୍ୟୁରୋ: ଆଜି ସାରା ଦେଶ ବିଜୟ ଦିବସ ପାଳନ କରୁଛି। ଏହି ଦିନ ୧୯୭୧ ଯୁଦ୍ଧରେ ଭାରତର ନିର୍ଣ୍ଣାୟକ ବିଜୟର ପ୍ରତୀକ। ଏହି ଯୁଦ୍ଧରେ ବୀରତ୍ବ ପ୍ରଦର୍ଶନ କରିଥିବା ତଥା ବଳିଦା