NCERT ଅଡ଼ିଟୋରିୟମ ପାଇଁ ଭୂମି ପୂଜନ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ
by Argus News
Mon, Dec 16 | 7:25 p.m.

ଅର୍ଗସ ବ୍ୟୁରୋ: ଦେଇଥିବା କଥା ରଖିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । NCERT କ୍ୟାମ୍ପସରେ ଅଡିଟୋରିୟମ ନଥିଲା । Ncert ପ୍ରତିଷ୍ଠା ଦିବସରେ ଏହା ଜାଣିବା ପରେ ଅଡିଟୋରିୟମ୍ ପାଇଁ ପ୍ରସ୍ତାବ ଦେଇଥିଲେ । ଯାହା ଆଜି କାର୍ଯ୍ୟକାରୀ ହୋଇଛି ।

ନୂଆଦିଲ୍ଲୀ NCERT ଅଡିଟୋରିୟମର ଭୂମି ପୂଜନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୯୦୨ ଜଣ କ୍ଷମତା ବିଶିଷ୍ଟ ଏହି ଅଡିଟୋରିୟମ୍ ପାଇଁ ଖର୍ଚ୍ଚ ହେବ ୫୭.୭୪ କୋଟି ଟଙ୍କା । ଏହି ଅଡିଟୋରିୟମରେ କଳା ଉତ୍ସବ, ଯୋଗ, ନ୍ୟାସନାଲ୍ ୱାର୍କସପ୍, ସେମିନାର୍ ଅନୁଷ୍ଠିତ ହେବ । ଚଳିତବର୍ଷ ଏହି ଅଡିଟୋରିୟମ୍ ପାଇଁ ଅନୁମତି ମିଳିନଥିଲା । ୨୦୨୬ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ ହେବ । ସେହିପରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ  ଫ୍ଲିପକାର୍ଡ ଏବଂ NCERT ମଧ୍ୟରେ MOu ହୋଇଛି । Ncert କ୍ୟାମ୍ପସରେ ଏକ Google learning centre ପ୍ରତିଷ୍ଠା କରାଯିବ । ଏହା ସହ Nishtha tracher training module କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ମନ୍ତ୍ରୀ । ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହଛନ୍ତି- NCERT ଏକ ଗବେଷଣା ବିଶ୍ବ ବିଦ୍ୟାଳୟର ରୂପ ନେବାକୁ ଯାଉଛି । ଭାରତର ଭବିଷ୍ୟତ ୨୫ କୋଟି ବିଦ୍ୟାର୍ଥୀଙ୍କ ପାଇଁ ଯେଉଁ content ବନୁଛି ସେମାନେ କଣ ପଢ଼ିବେ କେଉଁ ବିଷୟରେ ପଢ଼ିବେ ଏହାର ପ୍ରମୁଖ think tank ହେଉଛି NCERT ।
 

SUPREME COURT
ଦିଲ୍ଲୀରେ ପ୍ରଦୂଷଣ ଜନିତ ସମସ୍ୟା, ଚିନ୍ତାବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ
ଅର୍ଗସ ବ୍ୟୁରୋ: ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି । ଦିଲ୍ଲୀ ସହ ଦେଶର ଅନ୍ୟ ସହର ଗୁଡ଼ିକରେ ପ୍ରଦୂଷଣ ଜନିତ ସମସ୍ୟା ବୃଦ୍ଧିକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ
SAMBAL TRUTH
ସାମ୍ନାକୁ ଆସୁଛି ସମ୍ଭଲ ସତ
ଅର୍ଗସ ବ୍ୟୁରୋ: ସାମ୍ନାକୁ ଆସୁଛି ସମ୍ଭଲ ସତ । ଶାହି ଜାମା ମସଜିଦ ସର୍ଭେକୁ ନେଇ ଏବେବି ବିବାଦ ଲାଗି ରହିଥିବାବେଳେ ସମ୍ଭଲ ମନ୍ଦିର ନିକଟ କୂଅରୁ ମୂର୍ତ୍ତି ମିଳିବାକୁ ନେଇ ଆରମ୍
PARLIAMENT
ସଂସଦ ଉଚ୍ଚ ସଦନରେ `ସମ୍ବିଧାନ' ବିତର୍କ
ଅର୍ଗସ ବ୍ୟୁରୋ: ସଂସଦରେ ସମ୍ବିଧାନ ବିତର୍କ । ଲୋକସଭା ପରେ ରାଜ୍ୟସଭାରେ ବି ସମ୍ବିଧାନ ସୁରକ୍ଷା ପ୍ରସଙ୍ଗରେ ବ୍ୟାକଫୁଟରେ କଂଗ୍ରେସ । ଦିନକ ତଳେ ନିମ୍ନ ସଦନରେ ପ୍ରଧାନମନ୍ତ୍ରୀ
ଶିକ୍ଷା ମନ୍ତ୍ରୀ
NCERT ଅଡ଼ିଟୋରିୟମ ପାଇଁ ଭୂମି ପୂଜନ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ
ଅର୍ଗସ ବ୍ୟୁରୋ: ଦେଇଥିବା କଥା ରଖିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । NCERT କ୍ୟାମ୍ପସରେ ଅଡିଟୋରିୟମ ନଥିଲା । Ncert ପ୍ରତିଷ୍ଠା ଦିବସରେ ଏହା ଜାଣିବା ପରେ ଅଡିଟୋରିୟମ
VIJAY DIWAS
ଆଜି ସାରା ଦେଶ ପାଳନ କରୁଛି ବିଜୟ ଦିବସ
ଅର୍ଗସ ବ୍ୟୁରୋ: ଆଜି ସାରା ଦେଶ ବିଜୟ ଦିବସ ପାଳନ କରୁଛି। ଏହି ଦିନ ୧୯୭୧ ଯୁଦ୍ଧରେ ଭାରତର ନିର୍ଣ୍ଣାୟକ ବିଜୟର ପ୍ରତୀକ। ଏହି ଯୁଦ୍ଧରେ ବୀରତ୍ବ ପ୍ରଦର୍ଶନ କରିଥିବା ତଥା ବଳିଦା