ହରିୟାଣା ଓ ଜାମ୍ମୁ-କାଶ୍ମୀରରେ କାହାକୁ ମିଳିବ ଶାସନ କ୍ଷମତା ?
by Argus News
Tue, Oct 08 | 7:33 a.m.

ଅର୍ଗସ ବ୍ୟୁରୋ:  ଆଗାମୀ 5 ବର୍ଷ ପାଇଁ ହରିୟାଣା ଓ ଜମ୍ମୁ-କାଶ୍ମୀରରେ କାହାକୁ ମିଳିବ ଶାସନ କ୍ଷମତା । ଆଜି ଆସିବ ରେଜଲ୍ଟ । ଆଉ କିଛି ସମୟ ପରେ ଆରମ୍ଭ ହେବାକୁ ଯାଉଛି ଭୋଟ ଗଣତି । ଉଭୟ ହରିୟାଣା ଓ ଜମ୍ମୁ କାଶ୍ମୀରର 90 ଲେଖାଏ ଆସନରେ ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବ । ନିର୍ବାଚନ କମିଶନ ପକ୍ଷରୁ ସକାଳ 8ଟାରୁ ଭୋଟ ଗଣତି ପାଇଁ ପ୍ରସ୍ତୁତି ଚୁଡ଼ାନ୍ତ ହୋଇଛି । କଡ଼ା ସୁରକ୍ଷା ବଳୟରେ ରହିଛି ଗଣତି କେନ୍ଦ୍ର । ହରିୟାଣାରେ 93ଟି ଭୋଟ ଗଣତି କେନ୍ଦ୍ର ହୋଇଥିବାବେଳେ ଜମ୍ମୁ କାଶ୍ମୀରର 28ଟି ଭୋଟ ଗଣତି କେନ୍ଦ୍ରରେ ତ୍ରିସ୍ତରୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଅକ୍ଟୋବର 5 ତାରିଖରେ ହରିୟାଣା ନିର୍ବାଚନ ଶେଷ ହୋଇଥିଲା ।

ଗତ ସେପ୍ଚେମ୍ବର 18, 25 ଏବଂ ଅକ୍ଟୋବର 1 ତାରିଖରେ ହୋଇଥିଲା ଜମ୍ମୁ କାଶ୍ମୀର ନିର୍ବାଚନ  । ଭୋଟ ଗଣନା ପ୍ରକ୍ରିୟାକୁ ସୁରୁଖୁରୁରେ କରିବାକୁ ନିର୍ବାଚନ କମିଶନ ପକ୍ଷରୁ ପ୍ରତି ଗଣତି କେନ୍ଦ୍ରରେ ପର୍ଯ୍ୟବେକ୍ଷକ ନିଯୁକ୍ତି କରାଯାଇଛି । ସର୍ବପ୍ରଥମେ ଡାକ ବାଲାଟ ପେପର ଭୋଟ ଗଣତି ପରେ ଇଭିଏମ ଭୋଟ ଆରମ୍ଭ ହେବ । ଗଣତି କେନ୍ଦ୍ରରେ ପ୍ରାର୍ଥୀ, ପ୍ରାର୍ଥୀଙ୍କ ପ୍ରତିନିଧି, ରିଟର୍ଣ୍ଣିଂ ଅଫିସର, ସହାୟକ ରିଟର୍ଣ୍ଣିଂ ଅଫିସର ଓ ପର୍ଯ୍ୟବେକ୍ଷକ ଉପସ୍ଥିତି ରହିବେ । ମତ ଗଣନା କେନ୍ଦ୍ରରେ ମୋବାଇଲ ଫୋନ ସହ ପ୍ରବେଶ କରିବାକୁ ପ୍ରବେଶ ଅନୁମତି ମିଳିବ ନାହିଁ । ସମ୍ପୂର୍ଣ୍ଣ ପ୍ରକ୍ରିୟାର ଭିଡିଓ ରେକର୍ଡିଂ କରାଯିବ । ହରିୟାଣାର 90 ବିଧାନସଭା ଆସନରେ ମୋଟ 1 ହଜାର 31 ପ୍ରାର୍ଥୀ ଥିବାବେଳେ ଜମ୍ମୁ କାଶ୍ମୀରରେ ଅଛନ୍ତି 873 ପ୍ରାର୍ଥୀ  । ଦୀର୍ଘ 10 ବର୍ଷ ପରେ ଜମ୍ମୁ କାଶ୍ମୀରରେ ନିର୍ବାଚନ ହୋଇଥିବାରୁ ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି ।

ଅଧିକ ପଢ଼ନ୍ତୁ ଦେଶ ଖବର:

TWIN CITY
9m ago
ଦୁର୍ଗାପୂଜା : କେଉଁ ରାସ୍ତା ଦେଇ ବୁଲିବେ ପୂଜା, ଏଇ ରାସ୍ତାରେ ଗଲେ ପୋଲିସ...
ଅର୍ଗସ ବ୍ୟୁରୋ: ରାତି ପାହିଲେ ମଣ୍ଡପରେ ମହାସପ୍ତମୀ ପୂଜା । ଦେବୀ ଦୁର୍ଗାଙ୍କର ହେବ ଚକ୍ଷୁ ଦାନ । ଆଉ ଅପରାହ୍ନରୁ ଟ୍ଵିନସିଟିରେ ହେବ ପ୍ରବଳ ଜାମ । ସହଜରେ ତ ଭୁବନେଶ୍ଵର-କଟକରେ ଏମିତିର
AMIT SAHA
13m ago
ଶାହଙ୍କ ଦମ୍ଭୋକ୍ତି, ୨୬ ସୁଦ୍ଧା ସଫା ହେବେ ନକ୍ସଲ
ଅର୍ଗସ ବ୍ୟୁରୋ: ମାଓବାଦୀକୁ ନେଇ ଶାହଙ୍କ ବଡ଼ ବୟାନ । କହିଲେ, ୨୬ ସୁଦ୍ଧା ନିପାତ ହେବେ ମାଓବାଦୀ । କେମିତି ଦେଶରେ ନକ୍ସଲ ନିପାତ ହେବେ ସେନେଇ ନୂଆ ରଣନୀତି କରାଯାଇଛି । ଖାଲି ଏତିକି ନୁହେ
BJD
16m ago
ଦିଲ୍ଲୀ କଂଗ୍ରେସ ଇସାରାରେ ଚାଲୁଛି ବିଜେଡି !
ଅର୍ଗସ ବ୍ୟୁରୋ: ଦିଲ୍ଲୀ କଂଗ୍ରେସ ଇସାରାରେ ଚାଲୁଛି ବିଜେଡି । ସେମାନେ ଯାହା କହୁଛନ୍ତି ନବୀନ ତାହା କରୁଛନ୍ତି, ଠିକ୍‌ ସେମିତି ରାଜ୍ୟ କଂଗ୍ରେସ ବିଜେଡି କଥାରେ ବସଉଠ୍&zwnj