ଔଷଧ ଅରଣ୍ୟ ନାଁରେ କୋଟି କୋଟି ଟଙ୍କା ଆତ୍ମସାତ ଅଭିଯୋଗ
by Argus News
Tue, Jul 23 | 7:11 p.m.

ଅର୍ଗସ ବ୍ୟୁରୋ:  ବଲେ ବଲେ ଢ଼ାବା, କୁସୁମା ପ୍ରୋଜେକ୍ଟ ପରେ ଏବେ ଚର୍ଚ୍ଚାରେ ଢ଼େଙ୍କାନାଳର ମହାତ୍ମା ଗାନ୍ଧୀ ଔଷଧୀୟ ଅରଣ୍ୟ।ମହାତ୍ମା ଗାନ୍ଧୀ ଔଷଧୀୟ ଅରଣ୍ୟ ନାଁରେ କୋଟି କୋଟି ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଛି। ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ମଲିକଙ୍କ ନାମରେ ଆସିଛି ସାଙ୍ଘାତିକ ଅଭିଯୋଗ। ପାଖାପାଖି ୧୨ଟି କମ୍ପାନୀର କୋଟି କୋଟି ଟଙ୍କା ଏଥିରେ ଲାଗିଥିବା ଅଭିଯୋଗ। ଡିଏଏମଏଫ, ସିଏସଆର ପାଣ୍ଠିରୁ ପାଣି ଭଳିଆ ଟଙ୍କା ଖର୍ଚ ହୋଇଥିବା ଅଭିଯୋଗ। ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ ପରେ ପଶିଛି ଛନକା । ନଜର ପକାନ୍ତୁ ଏ ଦୃଶ୍ୟ ଉପରେ ଏ ହେଉଛି ଢ଼େଙ୍କାନାଳ କାମାକ୍ଷାନଗର ବ୍ଲକ ଶୋଗର ଠାରେ ଔଷଧୀୟ ଅରଣ୍ୟର ଦୃଶ୍ୟ। ପାଖାପାଖି ୭୦୦ ଏକର ପରିମିତ ଅଂଚଳରେ ନିର୍ମିତ ହୋଇଛି ଏହି ଅରଣ୍ୟ। ଔଷଧୀୟ ଗଛ ଲାଗିଛି । ପାର୍କ ତିଆରି ହୋଇଛି । ଗେଷ୍ଟ ହାଉସ ଠାରୁ ଆରମ୍ଭ କରି ଶୁଇମିଂ ପୁଲ ଆଦି ସବୁ ହୋଇଛି । ହେଲେ ଏଠାରେ କେତେ ଟଙ୍କା ଖର୍ଚ ହୋଇଛି ତାର କୌଣସି ହିସାବ କାହା ପାଖରେ ନାହିଁ।

ଖାଲି ଏତିକି ନୁହେଁ, ମାଙ୍କଡ଼ା ପଥର କାଟି ସେଇଠି ନିର୍ମାଣ ହୋଇଛି ବିଲଡିଂ ଓ ପାଚେରୀ। ପଥର ଖଣି ଗୁଡିକୁ ସୁଇମିଙ୍ଗ ପୂଲରେ ପରିବର୍ତ୍ତନ କରାଯାଉଛି । ଯେଉଁଥିରେ କି ଜଳସ୍ରୋତ ତିଆରି ନାମରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ଅଭିଯୋଗ । ଗାଈ ଗୁହାଳ ବାବଦକୁ ଆସିଥିବା ୩ଲକ୍ଷ ୫୦ ହଜାର ଟଙ୍କାରେ କାଫେ ନିର୍ମାଣ କରାଯାଇଥିବା ଅଭିଯୋଗ । ଔଷଧୀୟ ଅରଣ୍ୟ ନିର୍ମିତ ହୋଇଥିବା ଜାଗା କେଉଁ କିସମର ତାକୁ ନେଇ ପ୍ରଶ୍ନ ଉଠିଛି। ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ ପରେ ହିନ୍ଦୋଳ ତହସିଲଦାର ଏହାର ତଦନ୍ତ କରିଛନ୍ତି। ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲିକଙ୍କ ଇଙ୍ଗିତରେ ଏ ସବୁ ଅନିୟମିତତା ହୋଇଥିବା ଅଭିଯୋଗ କରିଛନ୍ତି ଜିଲ୍ଲା ବିଜେପି ସଭାପତି ।

ପାର୍କ ନିକଟରେ ଏକ ଗୁମ୍ଫା ରହିଛି। ଯେଉଁଠାରେ ଆପତି ଜନକ ଜିନିଷ ଦେଖିବାକୁ ମିଳିଛି। ପ୍ରଶ୍ନ ଉଠୁଛି ଏଠି ଚାଲିଥିଲା କଣ। ଡିଏଏମଏଫ ଟଙ୍କା ,ସିଏଏସଆର ଟଙ୍କା ଖଣି ପ୍ରଭାବିତ କିମ୍ବା କମ୍ପାନୀ ପ୍ରଭାବିତ ଅଞ୍ଚଳରେ ବ୍ୟବହାର ହେବା କଥା , ହେଲେ ସାଗର ଏକ ଖଣି ପ୍ରଭାବିତ ଅଞ୍ଚଳ ହୋଇନଥିବା ବେଳେ ସେଠାରେ ଏତେ ଟଙ୍କା ଖର୍ଚ କେମିତି ହେଲା ସେ ନେଇ ପ୍ରଶ୍ନ ଉଠିଛି।

 

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା