କାର ଡିଲରସିପ କରାଇଦେବାକୁ କହି ୪୦ ଲକ୍ଷ ଟଙ୍କା ଠକିନେଲେ ସାଇବର ଠକ
by Argus News
Wed, Dec 18 | 1:08 p.m.

ଅର୍ଗସ ବ୍ୟୁରୋ: କାର ଡିଲରସିପ କରାଇଦେବାକୁ କହି ୪୦ ଲକ୍ଷ ଟଙ୍କା ଠକିନେଲେ ସାଇବର ଠକ । କଟକର ଜଣେ ବ୍ୟବସାୟୀଙ୍କଠାରୁ  ୪୦ ଲକ୍ଷ ଟଙ୍କା ଠକି ନେଇଛନ୍ତି ସାଇବର ଠକ।  କଟକ ସାଇବର୍ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ସିଡିଏ ସେକ୍ଟର ୯ ଅଞ୍ଚଳର ଜଣେ ବ୍ୟବସାୟୀ `କିଆ' କମ୍ପାନୀର କାର୍ ଡିଲରସିପ୍ ସମ୍ବଲପୁର କରିବାକୁ ଚାହୁଁଥିଲେ । 

ଏଥିପାଇଁ ସେ ‘କିଆ’ର ଯୋଗାଯୋଗ ନମ୍ବର ଗୁଗୁଲରେ ଖୋଜିଥିଲେ, ଗୁଗୁଲରେ ନମ୍ବର ମିଳିବା ପରେ କମ୍ପାନୀ ସହିତ ଯୋଗାଯୋଗ କରିଥିଲେ ଫୋନ୍ ଉଠାଇଥିବା ବ୍ୟକ୍ତି ନିଜକୁ ‘କିଆ’ର ଅଧିକାରୀ ପରିଚୟ ଦେଇଥିଲେ । ଡିଲରସିପ୍ ଖୋଲିବା ପାଇଁ ସିକ୍ୟୁରିଟି ଟଙ୍କା ବାବଦରେ ଦୁଇଟି ପର୍ଯ୍ୟାୟରେ ୪୦ ଲକ୍ଷ ଟଙ୍କା ଜମା କରିବାକୁ କହିଥିଲା। 

ଫଳରେ ବ୍ୟବସାୟୀ ଜଣକ ନଭେମ୍ବର ୨୯ ରେ ୨୫ ଲକ୍ଷ ଓ ଡିସେମ୍ବର ୧୦ ତାରିଖରେ ୧୫ ଲକ୍ଷ ଟଙ୍କା  ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଓ ଇଣ୍ଡିଆନ୍ ଓଭରସିଜ୍‌ ବ୍ୟାଙ୍କରେ ଥିବା ଦୁଇଟି ଆକାଉଣ୍ଟରେ ଏହି ଟଙ୍କା ଜମା କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଗଲା ୧୬ ତାରିଖରେ ଠକମାନେ ଆହୁରି ୧୭ ଲକ୍ଷ ଟଙ୍କା ମାଗିବା ଅନ୍ୟ ଏକ ବ୍ୟାଙ୍କ ଆକାଉଣ୍ଟ ନମ୍ବରରେ ଜମା କରିବାକୁ କହିଥିଲେ । ଏଥିରେ ବ୍ୟବସାୟୀଙ୍କର ସନ୍ଦେହ ହେବାରୁ ସେ ସାଇବର ଥାନାରେ ଏତଲା ଦେଇଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ  ମୋବାଇଲ ନମ୍ବରଟି ଗୁଜୁରାଟର ବୋଲି ଜଣାପଡିଛି ।
 

ବୈଷ୍ଣବ ଚରଣ ସାମଲ
ବୈଷ୍ଣବ ଚରଣ ସାମଲ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ଅର୍ଗସ ବ୍ୟୁରୋ : କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା ହୋଇଛି । ଖ୍ୟାତନାମା ସାହିତ୍ୟିକ ପ୍ରଫେସର୍ ବୈଷ୍ଣବ ଚରଣ ସାମଲ ଚଳିତ ବର୍ଷର ମର୍ଯ୍ୟାଦାଜନକ କେନ୍ଦ୍ର ସାହିତ୍ୟ ଏକାଡେମ
ପ୍ରଧାନମନ୍ତ୍ରୀ ମୋଦି
ଆମ୍ବେଦକରଙ୍କୁ କଂଗ୍ରେସ ଦଳ ଅପମାନ କରିବା ପ୍ରସଙ୍ଗରେ ବର୍ଷିଲେ ମୋଦି
ଅର୍ଗସ ବ୍ୟୁରୋ : କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି। ବାବା ସାହେବ ଆମ୍ବେଦକରଙ୍କୁ କଂଗ୍ରେସ ଦଳ ଅପମାନ କରିବା ପ୍ରସଙ୍ଗରେ `X'ରେ ପୋଷ୍ଟ କରି ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ
FIRE MISHAP
ପୁରୀ ମଙ୍ଗଳା ଘାଟସ୍ଥିତ ସାବୁନ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ
ପୁରୀ: ପୁରୀ ମଙ୍ଗଳା ଘାଟସ୍ଥିତ ସାବୁନ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ । ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ସୂଚନା। ନିଆଁ ଲିଭାଇବା ପାଇଁ ନିୟୋଜିତ ହୋଇଛନ୍ତି ତିନିଟି ଅଗ୍ନିଶମ ଗାଡ଼ି
ସାଇବର ଠକ
କାର ଡିଲରସିପ କରାଇଦେବାକୁ କହି ୪୦ ଲକ୍ଷ ଟଙ୍କା ଠକିନେଲେ ସାଇବର ଠକ
ଅର୍ଗସ ବ୍ୟୁରୋ: କାର ଡିଲରସିପ କରାଇଦେବାକୁ କହି ୪୦ ଲକ୍ଷ ଟଙ୍କା ଠକିନେଲେ ସାଇବର ଠକ । କଟକର ଜଣେ ବ୍ୟବସାୟୀଙ୍କଠାରୁ ୪୦ ଲକ୍ଷ ଟଙ୍କା ଠକି ନେଇଛନ୍ତି ସାଇବର ଠକ। କଟକ ସାଇବର
ଋଷ-ୟୁକ୍ରେନ୍ ବିବାଦ
ରୁଷିଆ ଆଣବିକ ସୁରକ୍ଷା ବାହିନୀ ମୁଖ୍ୟ ଜେନେରାଲ ଇଗୋର କିରିଲଭ୍ ନିହତ
ଅର୍ଗସ ବ୍ୟୁରୋ: ଘନଉଛି ଋଷ-ୟୁକ୍ରେନ୍ ବିବାଦ । ମସ୍କୋରେ ୟୁକ୍ରେନର ବଡ଼ ଧରଣର ବିସ୍ଫୋରଣ । ରୁଷିଆ ଆଣବିକ ସୁରକ୍ଷା ବାହିନୀ ମୁଖ୍ୟ ଜେନେରାଲ ଇଗୋର କିରିଲଭ୍ ନିହତ । ଯୋଜନାବଦ୍ଧ ହତ୍ୟ