ଅର୍ଗସ ବ୍ୟୁରୋ: ଘନଉଛି ଋଷ-ୟୁକ୍ରେନ୍ ବିବାଦ । ମସ୍କୋରେ ୟୁକ୍ରେନର ବଡ଼ ଧରଣର ବିସ୍ଫୋରଣ । ରୁଷିଆ ଆଣବିକ ସୁରକ୍ଷା ବାହିନୀ ମୁଖ୍ୟ ଜେନେରାଲ ଇଗୋର କିରିଲଭ୍ ନିହତ । ଯୋଜନାବଦ୍ଧ ହତ୍ୟା କରାଯାଇଥିବା ଆସିଛି ଅଭିଯୋଗ । ଏନେଇ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ମସ୍କୋରେ ରାଷ୍ଟ୍ରପତି ଭବନଠୁ ମାତ୍ର କେଇ କିମି ଭିତରେ 300 ଗ୍ରାମ ଟିଏନଟି ଖଞ୍ଜି ୟୁକ୍ରେନ କରିଥିଲା ବଡ଼ ବିସ୍ଫୋରଣ ।
କିରିଲୋକ ମସ୍କୋ ରାଷ୍ଟ୍ରପତି ଭବନଠୁ 7 କିମି ଦୂର ଏକ ଆପାର୍ଟମେଣ୍ଟରେ ରହୁଥିଲେ । ଯେଉଁଠି ପୂର୍ବରୁ ହିଁ ଏକ ଇଲେକ୍ଟ୍ରିକ୍ ସ୍କୁଟରରେ ଟିଏନଟି ଖଞ୍ଜିଥିଲା ୟୁକ୍ରେନ୍ । କିରିଲୋବ ପୁଟିନଙ୍କ ଖାସ୍ ସହଯୋଗୀ ଥିଲେ । ରୁଷିଆର ପ୍ରତିଟି ଅପରେସନରେ ପୁଟିନଙ୍କ ସାଥ୍ ଦେଉଥିଲେ କିରିଲୋବ । ଏବେ ତାଙ୍କ ମୃତ୍ୟୁର ପରେ ରୁଷିଆ ୟୁକ୍ରେନ୍ ଭିତରେ ଟେନସନକୁ ଆହୁରି ଗମ୍ଭୀର ରୂପ ନେଇଛି । ରୁଷିଆ ୟୁକ୍ରେନ ଯୁଦ୍ଧରେ ପରମାଣୁ ଆଟାକର ଆଶଙ୍କା ବୃଦ୍ଧି ପାଇଥିବାବେଳେ ପୁଟିନଙ୍କ ଆଗାମୀ ପଦକ୍ଷେପ ଉପରେ ରହିଛି ପୁରା ବିଶ୍ବର ନଜର ।