ବଙ୍ଗୋପସାଗରରେ ସକ୍ରିୟ ହେଲା ଘୂର୍ଣ୍ଣିବଳୟ: ପ୍ରଭାବରେ ୫ଦିନ ବର୍ଷା
by Argus News
Sat, Jul 06 | 4:54 p.m.

ଅର୍ଗସ ବ୍ୟୁରୋ: ସକ୍ରିୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ଆଜି ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଏଥିପାଇଁ ଏହି ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଆସନ୍ତାକାଲି ମାଲକାନାଗିରି, କୋରାପୁଟରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବା ବେଳେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ,ଗଞ୍ଜାମ,ଗଜପତି, ପୁରୀ, ଖୋର୍ଦ୍ଧା, ରାୟଗଡ଼ା,  ନବରଙ୍ଗପୁର, କନ୍ଧମାଳରେ ପ୍ରବଳ ବର୍ଷାର ଆକଳନ କରିଛି ପାଣିପାଗ ବିଭାଗ। ଯାହାକୁ ନେଇ ୟଲୋ ଓ୍ବାର୍ଣ୍ଣିଙ୍ଗ ଜାରି କରାଯାଇଛି। 

ସେପଟେ ଚଳିତ ମୌସୁମୀ ସିଜିନରେ ଜୁନ ୧ରୁ ଏଯାବତ ସମୁଦାୟ  ୧୯୮.୨ ମିମି ବର୍ଷା ହୋଇଥିବା ବେଳେ ଏବେବି ରାଜ୍ୟରେ ୨୫ ପ୍ରତିଶତ ନିଅଁଟିଆ ବର୍ଷା ରହିଛି। ଏହି ସମୟରେ ସ୍ଵାଭାଵିକ ବର୍ଷା ରହିବା କଥା ୨୬୫.୮ ମିମି  । ସେହିପରି ୧୬  ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ୧୧ ଜିଲ୍ଲାରେ ସ୍ୱାଭାବିକ ବର୍ଷା ଓ କେବଳ ମାଲକାନଗିରିରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ  ହୋଇଛି। 

ଅଧିକ ପଢ଼ନ୍ତୁ ପାଣିପାଗ ଖବର 
 

ରାଜଭବନ ରାଜନୀତି
26m ago
ରାଜଭବନ ରାଜନୀତିକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର  ପ୍ରଧାନଙ୍କ ପ୍ରତିକ୍ରିୟା
ଭୁବନେଶ୍ୱର: ରାଜଭବନ ରାଜନୀତିକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା । ରାଜ୍ୟପାଳଙ୍କ ଅଫିସ ମର୍ଯ୍ୟାଦା ସମ୍ପନ୍ନ କାର୍ଯ୍ୟାଳୟ । ଯେତେବେଳେ କିଛି ଲୋକଙ୍
NIA RAID
ଟେରର୍ ଫଣ୍ଡିଂ ମାମଲାରେ ୫ ରାଜ୍ୟରେ ତଲାସି ଜାରି
ଅର୍ଗସ ବ୍ୟୁରୋ: ଏନ୍ଆଇଏର ବଡ଼ ଆକ୍ସନ୍ । ଟେରର୍ ଫଣ୍ଡିଂ ମାମଲାରେ ଦିଲ୍ଲୀ, ୟୁପି, ମହାରାଷ୍ଟ୍ର, ଜମ୍ମୁ କାଶ୍ମୀର ସମେତ ୫ ରାଜ୍ୟରେ ତଲାସି ଜାରି । ଏହି ସମସ୍ତ ରାଜ୍ୟର ୨୨ଟି ଲୋକେସନରେ ରେଡ
ଲକ୍ଷ୍ମୀ ମାଝୀ ଫାଇଲ୍
ଲକ୍ଷ୍ମୀ ମାଝୀ ଫାଇଲ୍ ଖୋଲିଦେବ ବିଜେଡି ନେତାଙ୍କ ମୁଖା,ଚାପିଥିଲେ ନବୀନ,ଖୋଲିବେ ମୋହନ
ଅର୍ଗସ ବ୍ୟୁରୋ:ଲକ୍ଷ୍ମୀ ମାଝୀ ଫାଇଲ୍ ଖୋଲିଦେବ ଅସଲ ମୁଖା,ଟେନସନରେ ବିଜେଡି ନେତା।ଡିସେମ୍ବର ୨୧, ୨୦୨୩ କେବଳ ରାୟଗଡା ନୁହେଁ, ସାରା ରାଜ୍ୟରେ ଖେଳିଗଲା ଚାଞ୍ଚଲ୍ୟ । ରାୟଗଡା ଚନ୍ଦ୍ରପୁ