ଆସୁଛି ଦାନା; ବଜାରରୁ ଆଳୁ ଉଭାନ୍
by Argus News
Tue, Oct 22 | 4:16 p.m.

କଟକ: ବାତ୍ୟା ପାଇଁ ବଢିଲାଣି ପରିବା ଦର । ପୁଣି କେଉଁଠି ବଜାରରୁ ଆଳୁ ଉଭାନ୍ ହୋଇଗଲାଣି । ବାଙ୍କୀ ବଜାରରେ ଆଳୁ ଉଭାନ ହୋଇଗଲାଣି । ଏନେଇ ଗ୍ରାହକ ଅସନ୍ତୋଷ ପ୍ରକାଶ କରିଛନ୍ତି । ବାତ୍ୟା ଦାନାକୁ ନେଇ ଏବେ ବାଙ୍କୀ ବଜାରରେ ଲୋକଙ୍କ ନାହିଁ ନଥିବା ଭିଡ଼ । ଲୋକେ ପରିବା କିଣିବା ପାଇଁ ପରିବା ଦୋକାନ ସମ୍ମୁଖରେ ଭିଡ଼ ଜମାଇ ଥିବାବେଳେ ବଜାରରେ ମିଳୁ ନାହିଁ ଆଳୁ । 

ଆଳୁ ବଦଳରେ ଅଦା ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଆଳୁ, ବାଇଗଣ, ଟମାଟ, ଭେଣ୍ଡି ମଧ୍ୟ ଚଢା ଦରରେ ବିକ୍ରୀ ହେଉଛି । ଯାହାକୁ ହାତ ମାରିବେ 70 ରୁ 80 ଟଙ୍କାରେ ବିକ୍ରି ହେବା ସହିତ କଳା ବଜାରୀ ହେଉଥିବାର ଖାଉଟି ଆଣିଛନ୍ତି ଅଭିଯୋଗ । 

ସେହିପରି କଟକ ଛତ୍ର ବଜାରରେ ଚଢା ଦରରେ ବିକ୍ରି ହେଉଛି ବିଭିନ୍ନ ପନିପରିବା । ଆଳୁ କିଲୋ ୫୦ ଟଙ୍କା, ପିଆଜ ଦର ୭୦ଟଙ୍କା ପାର୍ । କଳାବଜାରୀକୁ ନେଇ ଖାଉଟି ଅସନ୍ତୋଷ ପ୍ରକାଶ କରିଛନ୍ତି । 

ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ କଲେଜ ଓ ବିଶ୍ୱ ବିଦ୍ୟାଳୟ ବନ୍ଦ ପାଇଁ ଚିଠି ଲେଖିଲେ ସ୍ୱତନ୍ତ୍ର ରିଲିଫ କମିଶନର ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଚିଠି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି  ଆସନ୍ତା ୨୩ ତାରିଖରୁ ୨୫ ତାରିଖ ଯାଏଁ ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ମୟୁରଭଂଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଅନୁଗୁଳ, ଖୋର୍ଧା, ନୟାଗଡ଼ ଏବଂ କଟକ ଜିଲ୍ଲାର ସମସ୍ତ କଲେଜ ଓ ବିଶ୍ୱ ବିଦ୍ୟାଳୟ ଛୁଟି  ରହିବ।

ବର୍ତ୍ତମାନ ଦକ୍ଷିଣପୂର୍ବ ଦିଗରେ ପାରାଦ୍ୱୀପ ଠାରୁ 700 କିମି ଦୂରରେ କେନ୍ଦ୍ରୀଭୂତ ରହିଛି l ଘଣ୍ଟା ପ୍ରତି ୪ କିମି ବେଗରେ ଆଗକୁ ବଢୁଛି । ଆସନ୍ତାକାଲି ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବ ବୋଲି ପୂର୍ବାନୁମାନ କରାଯାଇଛି । ଧିରେ ଧିରେ ଏହା ସ୍ଥଳଭାଗ ମୁହାଁ ହୋଇ ଭୀଷଣ ବାତ୍ୟା ରୂପ ନେଇ ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଲ୍ କରିବ । ୨୪ ତାରିଖ ରାତି କିମ୍ବା ୨୫ ତାରିଖ ସକାଳେ ବାତ୍ୟା ଲାଣ୍ଡଫଲ୍ କରିବ । ପୁରୀ ଓ ସାଗର ଦୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ । 

ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ୧୦୦ ରୁ ୧୧୦ କିଲୋମିଟର ରହିପାରେ । ଅତି ବେଶୀରେ ୧୨୦ କିମି ବେଗରେ ବହିପାରେ ପବନ । ଏହା ପ୍ରଭାବରେ ୧୪ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଆଜି ସନ୍ଧ୍ୟାରେ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତର ରୂପ ନେବ । ଆସନ୍ତା ୨୪ ତାରିଖ ରାତି କିମ୍ବା ୨୫ ତାରିଖ ସକାଳେ ଭୀଷଣ ବାତ୍ୟା ରୂପ ନେଇ ସ୍ଥଳଭାଗ ଅତିକ୍ରମ କରିବ । ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ ରୁ ୧୨୦ କିଲୋମିଟର ରହିବ । 

ବାତ୍ୟା ସମୟରେ ହେବାକୁ ଥିବା ପରୀକ୍ଷା ହୋଇପାରେ ବାତିଲ୍
 

ଗ୍ୟାସ ସିଲିଣ୍ଡର
ଗ୍ୟାସ ସିଲିଣ୍ଡର ବିସ୍ଫୋରଣ: ୬ ମୃତ
ଅର୍ଗସ ବ୍ୟୁରୋ: ଉତ୍ତର ପ୍ରଦେଶ ସିକନ୍ଦରାବାଦର ଆଶାପୁରୀ କଲୋନୀରେ ଏକ ଘରେ ଘଟିଥିବା ସିଲିଣ୍ଡର ବିସ୍ଫୋରଣରେ ଅତି କମରେ ୬ଜଣଙ୍କର ମୃତ୍ୟୁ ଘଟିଛି। ବୁଲନ୍ଦସହର ଜିଲା ମାଜିଷ୍ଟ୍ରେଟ ଏଏନଆ
ବେଙ୍ଗାଲୁରୁରେ ନିର୍ମାଣ
ବେଙ୍ଗାଲୁରୁରେ ନିର୍ମାଣାଧୀନ କୋଠା ଭୁଶୁଡ଼ିଲା: ଜଣେ ମୃତ
ଅର୍ଗସ ବ୍ୟୁରୋ: ବେଙ୍ଗାଲୁରୁରେ ଗତ କିଛି ଦିନ ହେଲା ପ୍ରବଳ ବର୍ଷା ଜାରି ରହିଛି । ଏଥିପାଇଁ ଜନଜୀବନ ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ସହରରେ ଏକ ନିର୍ମାଣାଧୀନ ବହୁତଳ କୋଠା ଭୁଶୁଡ଼
AUSTRALIA
ଅଷ୍ଟ୍ରେଲିଆରେ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ
ଅର୍ଗସ ବ୍ୟୁରୋ: ଅଷ୍ଟ୍ରେଲିଆରେ ପହଞ୍ଚିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଗତ ଦୁଇ ଦିନ ଧରି ସିଙ୍ଗାପୁରରେ ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଆଜି ଅଷ୍ଟ୍ରେଲିଆର ମେଲବର୍ଣ୍ଣର