ଅର୍ଗସ ବ୍ୟୁରୋ: ସରକାରୀ ଜମି ଜବରଦଖଲ କରିଥିବା ବିଜେଡି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି। ଚୌଦ୍ବାର ବ୍ଲକ୍ ବରହମପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ରଞ୍ଜିତ ରାଉତ ଏକର ଏକର ସରକାରୀ ଜମି ଜବରଦଖଲ କରି ସେଥିରେ କୁକୁଡ଼ା ଫାର୍ମ, ପୋଖରୀ ଓ ବିଜେଡି ଅଫିସ କରିଥିବା ଅଭିଯୋଗ ହୋଇଛି। ବିଜେଡି ନେତା ରଞ୍ଜିତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ତହସିଲଦାରଙ୍କୁ ଭେଟି ଦାବି କରିଛନ୍ତି ବିଜେପି ନେତା ଅଭୟ ବାରିକ।
ରଞ୍ଜିତ ଆଠଗଡ଼ ବିଧାୟକ ରାଜା ସ୍ୱାଇଁଙ୍କର ଖାସ୍, ଦୀର୍ଘ ଦିନ ଧରି ସେ ପଞ୍ଚାୟତରେ ଥିବା ସରକାରୀ ଜମିକୁ ଜବରଦଖଲ କରି ବ୍ୟବସାୟ ଚଳାଇଛନ୍ତି। ଆଠଗଡ଼ ବିଧାୟକଙ୍କ ଛତ୍ରଛାୟାରେ ରହି ରଞ୍ଜିତ ଏମିତି କାରନାମା କରିଥିବା ଅଭିଯୋଗ ହୋଇଛି। ସେହିପରି ମଇଁସିଆ ଲଣ୍ଡା ପଞ୍ଚାୟତର ବର୍ତମାନ ସରପଞ୍ଚ ବି ସରକାରୀ ଜମି ମାଡ଼ି ବସିଛନ୍ତି । ୪ଦିନ ଭିତରେ ତହସିଲ ପକ୍ଷରୁ କୌଣସି ପଦକ୍ଷେପ ନିଆ ନଗଲେ ଆନ୍ଦୋଳନ କରାଯିବ ବୋଲି କୁହାଯାଇଛି।