ପୁରୀ ବେଳାଭୂମିରେ ଅସୁରକ୍ଷିତ ବିରଳ ଅଲିଭ୍ ରିଡଲେ କଇଁଛ
by Argus News
Mon, Dec 16 | 3:54 p.m.

ଅର୍ଗସ ବ୍ୟୁରୋ: ପ୍ରହସନ ପାଲଟିଛି ବିରଳ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା । ନୋ ଫିସିଂ ଜୋନ୍ କଟକଣାକୁ ଉଲଙ୍ଘନ କରି ଦୈନିକ ମାଛ ମାରୁଛନ୍ତି ଶହ ଶହ ଟ୍ରଲର୍ । ପୁରୀ ଜିଲ୍ଲା ଦେବୀ ମୁହାଣଠୁ ପ୍ରାୟ ୨୦ କିମି ବ୍ୟାପ୍ତ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଓ ସମୁଦ୍ର ଭିତରକୁ ୫ କିମି ଅଞ୍ଚଳକୁ ନୋ ଫିସିଂ ଜୋନ୍ ଘୋଷଣା କରାଯାଇଛି । ହେଲେ ନିୟମ ନମାନି ବେଆଇନ୍ ଭାବେ ମାଛ ମାରୁଛନ୍ତି ଟ୍ରଲର୍ ।

ଟ୍ରଲର୍, ଡଙ୍ଗା ସମୁଦ୍ରର ନିଷିଦ୍ଧାଞ୍ଚଳରେ ଅବାଧ ଚଳପ୍ରଚଳ କରୁଥିବାରୁ କଇଁଛ ମାନେ କୂଳରେ ପହଞ୍ଚିବା ଆଗରୁ ଆଘାତ ପାଇ ମୃତ୍ୟୁମୁଖରେ ପଡ଼ୁଛନ୍ତି । ପୁରୀ ଜିଲ୍ଲାର ଅରଖକୁଦା, ଦେବୀ ନଦୀ ମୁହାଣ ସହ ପୁରୀ ଉପକୂଳକୁ ଅସୁରକ୍ଷିତ ହୋଇପଡିଛି କଇଁଛଙ୍କ ଜୀବନ । ଏପରି ହେବା ଦ୍ବାରା ଅଣ୍ଡା ଦେବା ପାଇଁ ଅଲିଭ ରିଡଲେ କଇଁଛ ଆଉ ଆସିବେ ନାହିଁ । ଯାହା ଫଳରେ ବିଗିଡିଯିବ ଜୈବ ବିଭିଧତା ବୋଲି କହିଛନ୍ତି ପରିବେଶବିତ୍ ।

ନିୟମନୁଯାୟୀ, ଯେଉଁମାନେ ନିଷିଦ୍ଧାଞ୍ଚଳରେ ମାଛ ଧରିବେ କି ଯନ୍ତ୍ରଚାଳିତ ବୋଟ୍‌ କି ଟ୍ରଲର୍ ଚଳାଚଳ କରାଇବେ, ସେମାନେ ଓଡ଼ିଶା ମେରାଇନ୍‌ ଫିସିଂ ରେଗୁସେନ୍‌ ଆଇନ-୧୯୮୨ ଓ ବନ୍ୟଜନ୍ତୁ ସୁରକ୍ଷା ଆଇନ-୧୯୭୨ ଅନୁଯାୟୀ ଦଣ୍ଡିତ ହେବେ । ଏଥିସହ ଜବତ ଟ୍ରଲରରୁ ମାଛ ନିଲାମ କରିବ ମତ୍ସ୍ୟ ସଂପଦ ବିଭାଗ । ଆଉ ନିଲାମ ଦର ଯେତିକି ହେବ, ତାର ୫ ଗୁଣା ଜରିମାନା ଆଦାୟ ହେବ । ହେଲେ ଅସ୍ତରଙ୍ଗରେ ଜବତ ହେଉଥିବା ଟ୍ରଲରଠୁ ନିଲାମ ଜାଲିଆତି ସହ କମ୍ ଜରିମାନା ଆଦାୟ କରି ଖସାଇ ଦିଆଯାଉଥିବାର ଅଭିଯୋଗ କରିଛନ୍ତି ପୁରୀ ଜିଲା ପାରମ୍ପରିକ ମତ୍ସ୍ୟଜୀବୀ ସଙ୍ଘ ।

ତେବେ ଏଯାବତ୍ ୭ରୁ ଅଧିକ ଟ୍ରଲର୍ ଜବତ କରି ସାରିଲାଣି ମତ୍ସ୍ୟ ବିଭାଗ । ଅନ୍ୟପଟେ ନିୟମ ଉଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଛନ୍ତି ପୁରୀ ଜିଲ୍ଲାପାଳ ।

TOURISM CONCLAVE
7m ago
ଫୋକର୍ସରେ ପର୍ଯ୍ୟଟନ କ୍ଷେତ୍ର, ଅର୍ଗସ ପକ୍ଷରୁ ଆୟୋଜତ ହେଉଛି ଟୁରିଜିମ କନକ୍ଲେଭ..
ଅର୍ଗସ ବ୍ୟୁରୋ: ଭାରତର ଏକ ସଂସ୍କୃତିର ରଙ୍ଗ, ବିଶ୍ୱାସ, ରୋଷେଇ, ପର୍ବପର୍ବାଣୀ ଏବଂ ଭାସ୍କର୍ଯ୍ୟର ଦେଶ । ଭାରତ ଗନ୍ତବ୍ୟସ୍ଥଳଠାରୁ ଖୁବ ଅଧିକ । ଏହାର ଏକ ସ୍ଥାନ ଯେଉଁଠାର
ଜିଓଲୋଜିକାଲ୍ ସର୍ଭେ
କେନ୍ଦୁଝରର ଏହି ଗାଁରେ ସୁନାଖଣି !
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ତରମାକାନ୍ତ ପଞ୍ଚାୟତର ଗୋପପୁର । ଦୁର୍ଗମର ଏହି ଗାଁ ନିକଟରେ ରହିଛି ଜଙ୍ଗଲ । ଏଥିପାଇଁ ଏଠାରେ ଭାରତୀୟ ଭୂ-ବୈଗାଁନିକ ସଂସ୍ଥା ତଥ
ମୁଖ୍ୟମନ୍ତ୍ରୀ
ଆସନ୍ତାକାଲିଠୁ ୩ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ: ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ମୁଖ୍ୟମନ୍ତ୍ରୀଙ୍କର ୩ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ । ୧୮ ତାରିଖ ସନ୍ଧ୍ୟା ୭ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୋନାସିକ
PURI TEMPLE
ଶ୍ରୀମନ୍ଦିର ଭିତରେ ସେବକ ସେବକ ମଧ୍ୟରେ ମାଡପିଟ୍
ପୁରୀ: ପୁଣି ପୁରୀ ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା। ଦୁଇ ସେବାୟତଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ । ଜଣେ ସେବାୟତଙ୍କ ଆକ୍ରମଣରେ ଆଉ ଜଣେ ସେବାୟତ ଗୁରୁତର ଆହତ । ଗୁରୁତର ଆହତ ସେବାୟତ ଜଣକ ହେଲ
ବାୟୋଗ୍ୟାସ୍ ପ୍ଲାଣ୍ଟ୍
ଦୁର୍ଗନ୍ଧରୁ ମିଳିବ ମୁକ୍ତି, ରାଜଧାନୀରେ ପ୍ରତିଷ୍ଠା ହେବ ବାୟୋଗ୍ୟାସ୍ ପ୍ଲାଣ୍ଟ୍
ଅର୍ଗସ ବ୍ୟୁରୋ : ସ୍ମାର୍ଟ୍ ସିଟି ଭୁବନେଶ୍ଵର ଦୁର୍ଗନ୍ଧ ମୁକ୍ତ । ଆଉ ଅଳିଆ ଆବର୍ଜନା ଗନ୍ଧରେ ଫାଟି ପଡିବନି ଭୁବନେଶ୍ବରିଆଙ୍କ ନାକ । କାରଣ ଖୁବଶୀଘ୍ର ନିର୍ମାଣ ହେବାକୁ ଯାଉଛ