ରଣବୀରଙ୍କୁ ମିଳିବନି ଶକ୍ତିମାନର ଭୂମିକା , ମନା କଲେ ମୁକେଶ ଖାନ୍ନା
by Argus News
Mon, Dec 16 | 3:52 p.m.

ଅର୍ଗସ ବ୍ୟୁରୋ : ରଣବୀରଙ୍କୁ ମିଳିବନି ଶକ୍ତିମାନର ଭୂମିକା । ସିଧାସିଧା ମନା କରିଦେଲେ ମୁକେଶ ଖାନ୍ନା । ଏପରି କିଛି ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପୂର୍ବରୁ ଶକ୍ତିମାନ ଧାରାବାହିକ ପ୍ରତ୍ୟେକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନରେ ରହିଛି । ଯେଉଁଥିରେ ନିଖୁଣ ଅଭିନୟ କରି ବେଶ ପ୍ରଶଂସା ସାଉଁଟିଥିଲେ ମୁକେଶ ଖାନ୍ନା । ଏବେ ସେହି ଶକ୍ତିମାନ ଭୂମିକା ଉପରେ ଏକ ଫିଲ୍ମ ତିଆରି ହେବାକୁ ଯାଉଛି । ଏହି ଫିଲ୍ମକୁ ୟଶରାଜ ଫିଲ୍ମ ପକ୍ଷରୁ କରାଯାଉଛି । ଯେଉଁଥିରେ ରଣବୀର ସିଂଙ୍କୁ ଶକ୍ତିମାନ ଭୂମିକାରେ ରଖିବା ପାଇଁ ମୁକେଶଙ୍କ ପାଖରୁ ପରାମର୍ଶ ଆଣିବାକୁ ଯାଇଥିଲେ । ହେଲେ ମୁକେଶ ସିଧାସିଧା ନା ବୋଲି କହିଛନ୍ତି ।

ମୁକେଶ ଖାନ୍ନା କହିଛନ୍ତି, ରଣବୀର ଏହି ଶକ୍ତିମାନ ଚରିତ୍ର ପାଇଁ ରଣବୀର ଉପଯୁକ୍ତ ନୁହନ୍ତି । ଏଥିପାଇଁ ତାଙ୍କୁ ଅଭିନୟ କରିବାକୁ ମୁଁ ଆଦୌ ଅଧିକାର ଦେଇପାରିବି ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି, "ଯଦି ଏହି ଫିଲ୍ମ ତିଆରି କରିବାକୁ ଚାହୁଁଛ, ତାହେଲେ ମୋ ସହିତ ହିଁ ତିଆରି କର । ନଚେତ ମୁଁ ଏହି ଫିଲ୍ମକୁ ଡିସ୍କୋ ଡ୍ରାମା କରିବାର ଅଧିକାର ତୁମକୁ ଦେବିନି ।"

ଅଧିକ ପଢନ୍ତୁ : ପଇସା ରୋଜଗାର କରିବା ମାଙ୍କଡମାନଙ୍କ କାର୍ଯ୍ୟ: ମୁକେଶ

ମୁକେଶ ଏହି ଚରିତ୍ର ପାଇଁ ଅଲ୍ଲୁ ଅର୍ଜୁନଙ୍କୁ ପସନ୍ଦ କରିଛନ୍ତି । ସେ କହିଛନ୍ତି, ଅଲ୍ଲୁ ଏହି ଚରିତ୍ର ପାଇଁ ଉପଯୁକ୍ତ ଅଭିନେତା ଅଟନ୍ତି । ଏହି ଚରିତ୍ରକୁ ନିଖୁଣ ଭାବରେ ନିଭାଇବାର କ୍ଷମତା ଅଲ୍ଲୁଙ୍କ ପାଖରେ ରହିଛି । ତେବେ ରଣବୀରଙ୍କୁ ନେଇ ସେ କହିଛନ୍ତି, ରଣବୀର ଜଣେ ଭଲ ଅଭିନେତା ହୋଇପାରନ୍ତି, କିନ୍ତୁ ଶକ୍ତିମାନ ଭୂମିକା ନିଭେଇବା ପାଇଁ କେବଳ ଭଲ ଅଭିନେତା ହେବା ଜରୁରୀ ନୁହେଁ, ଏଥିପାଇଁ ଚେହେରାର ମଧ୍ୟ ଆବଶ୍ୟକତା ରହିଛି । ଆଉ ରଣବୀରଙ୍କ ଚେହେରା ଏହି ଚରିତ୍ର ସହ ଆଦୌ ଖାପ ଖାଉନି । ତେବେ ଏହାକୁ ଫ୍ୟାନ୍ସମାନେ ରଣବୀରଙ୍କ ସପକ୍ଷରେ କହିଥିବା ବେଳେ ମୁକେଶ ଆହୁରି ମଧ୍ୟ କହିଛନ୍ତି, ସେ ଖିଲିଜି ଭୂମିକାରେ ଖୁବ ଭଲ ଅଭିନୟ କରିଥିଲେ । କିନ୍ତୁ ଶକ୍ତିମାନ ଚରିତ୍ର ପାଇଁ ଉପଯୁକ୍ତ ନୁହନ୍ତି । 

ସୁଭଦ୍ରା ଯୋଜନା
2m ago
ସୁଭଦ୍ରାରେ ୧ କୋଟିରୁ ଅଧିକ ମହିଳାଙ୍କୁ ଯୋଡ଼ିବା ଲକ୍ଷ୍ୟରେ ବିଜେପି ସରକାର
ଅର୍ଗସ ବ୍ୟୁରୋ: ଅଧାରେ ଅଟକି ଯାଇଛି କି ଆପଣଙ୍କ ସୁଭଦ୍ରା ଆବେଦନ ? ୱେବସାଇଟରେ ଦେଖାଉଛି କି ଅଣ୍ଡର ପ୍ରୋସେସ ? କଣ କରିବେ ? କାହା ପାଖକୁ ଯିବେ ? କେମିତି ପାଇବ
TOURISM CONCLAVE
15m ago
ଫୋକର୍ସରେ ପର୍ଯ୍ୟଟନ କ୍ଷେତ୍ର, ଅର୍ଗସ ପକ୍ଷରୁ ଆୟୋଜତ ହେଉଛି ଟୁରିଜିମ କନକ୍ଲେଭ..
ଅର୍ଗସ ବ୍ୟୁରୋ: ଭାରତର ଏକ ସଂସ୍କୃତିର ରଙ୍ଗ, ବିଶ୍ୱାସ, ରୋଷେଇ, ପର୍ବପର୍ବାଣୀ ଏବଂ ଭାସ୍କର୍ଯ୍ୟର ଦେଶ । ଭାରତ ଗନ୍ତବ୍ୟସ୍ଥଳଠାରୁ ଖୁବ ଅଧିକ । ଏହାର ଏକ ସ୍ଥାନ ଯେଉଁଠାର
ଜିଓଲୋଜିକାଲ୍ ସର୍ଭେ
କେନ୍ଦୁଝରର ଏହି ଗାଁରେ ସୁନାଖଣି !
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ତରମାକାନ୍ତ ପଞ୍ଚାୟତର ଗୋପପୁର । ଦୁର୍ଗମର ଏହି ଗାଁ ନିକଟରେ ରହିଛି ଜଙ୍ଗଲ । ଏଥିପାଇଁ ଏଠାରେ ଭାରତୀୟ ଭୂ-ବୈଗାଁନିକ ସଂସ୍ଥା ତଥ
ମୁଖ୍ୟମନ୍ତ୍ରୀ
ଆସନ୍ତାକାଲିଠୁ ୩ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ: ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ମୁଖ୍ୟମନ୍ତ୍ରୀଙ୍କର ୩ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ । ୧୮ ତାରିଖ ସନ୍ଧ୍ୟା ୭ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୋନାସିକ
PURI TEMPLE
ଶ୍ରୀମନ୍ଦିର ଭିତରେ ସେବକ ସେବକ ମଧ୍ୟରେ ମାଡପିଟ୍
ପୁରୀ: ପୁଣି ପୁରୀ ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା। ଦୁଇ ସେବାୟତଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ । ଜଣେ ସେବାୟତଙ୍କ ଆକ୍ରମଣରେ ଆଉ ଜଣେ ସେବାୟତ ଗୁରୁତର ଆହତ । ଗୁରୁତର ଆହତ ସେବାୟତ ଜଣକ ହେଲ