ପବିତ୍ର ଦୀପାବଳି; ଶ୍ରୀକ୍ଷେତ୍ରରେ ପୟା ଶ୍ରାଦ୍ଧ ଦେବା ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼
by Argus News
Thu, Oct 31 | 8:10 a.m.

ଅର୍ଗସ ବ୍ୟୁରୋ:  କେତେକ ସ୍ଥାନରେ ଆଜି ପାଳନ ହେଉଛି ଆଲୋକର ପର୍ବ ଦୀପାବଳି । ପିଣ୍ଡଦାନ ସହ ବଡବଡୁଆଙ୍କୁ ଡାକିବାର ରହିଛି ପରମ୍ପରା । ପବିତ୍ର ଦୀପାବଳି ଅବସରରେ ସକାଳୁ ସକାଳୁ ଶ୍ରୀକ୍ଷେତ୍ରରେ ପୟା ଶ୍ରାଦ୍ଧ ଦେବା ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି । ବାଇଶି ପାହାଚରେ ଶ୍ରାଦ୍ଧ ଦେବା ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଭକ୍ତ ପୁରୀକୁ ଆସିଛନ୍ତି । କାଉଁରିଆ ଜାଳିବା ସହ ଶ୍ରୀମନ୍ଦିର ସମ୍ମୁଖରେ ଶ୍ରଦ୍ଧାଳୁମାନେ ନିଜ ନିଜ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇଥାନ୍ତି । 

ସେପଟେ ଦିପାବଳୀ ଓ ପାୟାଶ୍ରାଦ୍ଧ ପାଳନକୁ ନେଇ ଦ୍ବନ୍ଦରେ ପଡିଛନ୍ତି ଲୋକେ । କାଳୀପୂଜା ପାଇଁ ବି ଉତ୍ସବ ମୁଖର ସାରା ରାଜ୍ୟ । ରାଜ୍ୟର ବିଭିନ୍ନ ସ୍ଥାନରେ ପୀଠ ଓ ମଣ୍ଡପରେ ପୂଜା ପାଇବେ ମାଆ । ମା'ଙ୍କ ସ୍ବାଗତ ପାଇଁ ବିଭିନ୍ନ ପୂଜା ମଣ୍ଡପ ସମେତ କାଳୀ ମନ୍ଦିର ଉତ୍ସବମୁଖର ହୋଇଛି । ସେହିପରି ଚଳିତ ବର୍ଷ ବିନା କଟକଣାରେ ବାଣ ଫୁଟାଇବାକୁ ମିଳିଛି ଅନୁମତି ।

ଆହୁରି ପଢନ୍ତୁ ଓଡିଶା ଖବର...

୫ରୁ ୧୦ବର୍ଷ
23m ago
୫ରୁ ୧୦ବର୍ଷ ହେବ ମୁଁ ମୋର ମୃତ୍ୟୁର ଗୁଜବ ଶୁଣି ଆସୁଛି
ଅର୍ଗସ ବ୍ୟୁରୋ: ଦ ଗ୍ରେଟ ଇଣ୍ଡିଆନ କପିଲ ସୋ’ରେ ଚଳିତ ଥର ସିନେମା ‘ଦୋ ପତ୍ତି’ର ଟିମ ସାମିଲ ହୋଇ ଖୁବ ଧୁମ ମଚାଇଛନ୍ତି। ଏହି ସୋ’ରେ କପିଲ କାଜୋଲଙ୍କ
ବାଘୁଣୀ ଜମୁନା
ଶିମିଳିପାଳରେ ଶିକାର କଲା ବାଘୁଣୀ ଜମୁନା
ମୟୂରଭଞ୍ଜ: ଶିମିଳିପାଳରେ ଶିକାର କଲା ବାଘୁଣୀ ଜମୁନା। ମହାରାଷ୍ଟ୍ର ତଡବା ଅନ୍ଧାରୀ ବ୍ୟାଘ୍ର ପ୍ରଳ୍ପରୁ ଶିମିଳିପାଳକୁ ଆସିଥିବା ବାଘୁଣୀ `ଜମୁନା' ଏବେ ଶିମିଳିପାଳ ପରିବେଶରେ ସ
ଶସ୍ୟ ଗୋଦାମ
ନିର୍ମାଣ ହେବ ବିଶ୍ବସ୍ତରୀୟ ଗୋଦାମଗୃହ, ସୁଦୃଢ଼ ହେବ ଭିତ୍ତିଭୂମି
ଅର୍ଗସ ବ୍ୟୁରୋ: ଖୋଲା ଆକାଶ ତଳେ ଭିଜିବନି ଚାଷୀର ବହୁମୂଲ୍ୟ ଶସ୍ୟ। ବୃହତ ଶସ୍ୟ ଗୋଦାମ ଯୋଜନାରେ ସାମିଲ ହୋଇଛି ରାଜ୍ୟର 58ଟି ପେକ୍ସ ଓ ଲ୍ୟାମ୍ପ୍ସ। ଏଥିପାଇଁ 107 କୋଟି ଟଙ୍କା