ଶିକ୍ଷା, ଦକ୍ଷତା ଓ ଗବେଷଣା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ତ୍ୱରିତ ହେବ - ଧର୍ମେନ୍ଦ୍ର ପ୍ରଧାନ
by Argus News
Thu, Oct 24 | 7:00 p.m.

ସିଡନୀ: ଅଷ୍ଟ୍ରେଲିଆ ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଆଜି ସିଡନୀ ଠାରେ ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀ ଜେସନ କ୍ଲେୟାର ଏବଂ ଦକ୍ଷତା ଓ ତାଲିମ ମନ୍ତ୍ରୀ ଏ. ଗିଲ୍ସଙ୍କ ସହ  ‘ଦ୍ୱିତୀୟ ଅଷ୍ଟ୍ରେଲିଆ-ଭାରତ ଶିକ୍ଷା ଏବଂ ଦକ୍ଷତା ପରିଷଦ ବୈଠକ’ (ଏଆଇଇଏସସି)ରେ ଯୋଗଦେଇଛନ୍ତି । ଶିକ୍ଷା, ଦକ୍ଷତା ଓ ଗବେଷଣା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ତ୍ୱରିତ କରିବା ନେଇ ବୈଠକରେ ଫଳପ୍ରଦ ଆଲୋଚନା ହୋଇଛି ।  

 

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଅଷ୍ଟ୍ରେଲିଆ-ଭାରତ ଶିକ୍ଷା ଏବଂ ଦକ୍ଷତା ପରିଷଦ ବୈଠକ ଦୁଇ ଦେଶ ମଧ୍ୟରେ ଜ୍ଞାନ ବ୍ୟବସ୍ଥାକୁ ସୁଦୃଢ କରିବା, ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ପାରସ୍ପରିକ ପ୍ରାଥମିକତାକୁ ଆଗକୁ ନେବା ତଥା ଏହି କ୍ଷେତ୍ରରେ ନୂତନ ଭିତ୍ତିଭୂମି ସୃଷ୍ଟି କରିବାର ଏକ ଭଲ ମାଧ୍ୟମ ହୋଇଛି । ଏହି ବୈଠକ ଉଭୟ ଅଷ୍ଟ୍ରେଲିଆ ଓ ଭାରତର ଉଜ୍ଜ୍ୱଳ ଭବିଷ୍ୟତର ପରିକଳ୍ପନାରେ ଏକ ପ୍ରମୁଖ ପ୍ଲାଟଫର୍ମ ଭାବେ ଉଭା ହୋଇଛି । ଶିକ୍ଷା ଏବଂ ଦକ୍ଷତା ଭାରତ ଓ ଅଷ୍ଟ୍ରେଲିଆର ଆର୍ଥିକ ସମୃଦ୍ଧିକୁ ମଜଭୂତ୍ କରିବ । ଉଭୟ ଦେଶର ଜନସାଧାରଣ ଏବଂ ଅନୁଷ୍ଠାନ ମଧ୍ୟରେ ସ୍ଥାୟୀ ସମ୍ପର୍କ ସ୍ଥାପନ ଦିଗରେ ଏହି ବୈଠକ ଏକ ଉତ୍ପେରକ ହେବ । 

ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀ ଏବଂ ଦକ୍ଷତା ଓ ତାଲିମ ମନ୍ତ୍ରୀ ଏଆଇଇଏସସି ବୈଠକରେ ନିଷ୍ପତି ହୋଇଥିବା କାର୍ଯ୍ୟକୁ ଆଗେଇ ନେବା ପାଇଁ ସମ୍ମତି ପ୍ରକାଶ କରିଥିଲେ । ଭବିଷ୍ୟତକୁ ଦୃଷ୍ଟିରେ ରଖି ଶିକ୍ଷାର ଆବଶ୍ୟକତା, ଶିକ୍ଷା ଓ ଦକ୍ଷତା ମାଧ୍ୟମରେ ସ୍କିଲ ଦୂରତାକୁ ହ୍ରାସ କରିବା ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକ ମଧ୍ୟରେ ଗବେଷଣାକୁ ସୁଦୃଢ କରିବା ଉପରେ ଆଲୋଚନା କରିଥିଲେ । ଏଆଇଇଏସସି ବୈଠକ ସ୍କୁଲ ଶିକ୍ଷା, ଦକ୍ଷତା ଏବଂ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ଭାଗିଦାରୀକୁ ମଜଭୂତ୍ କରିବ । ଦୁଇ ଦେଶର ସମ୍ପର୍କକୁ ନିବିଡ କରିବା ଏବଂ ୨୦୨୫ରେ ଭାରତରେ ପରବର୍ତ୍ତୀ ଏଆଇଇଏସସି ବୈଠକର ଯୋଜନା କରିବା ପାଇଁ ଉଭୟ ମନ୍ତ୍ରୀଙ୍କ ସହ ଫଳପ୍ରଦ ଆଲୋଚନା ହୋଇଥିବା ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି ।  

 

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଏହି ଗସ୍ତ କାଳରେ ଇନୋଭେଟିଭ୍ ରିସର୍ଚ୍ଚ ୟୁନିଭରସିଟିର ସଦସ୍ୟମାନଙ୍କ ସହ ସାକ୍ଷାତ୍ ହୋଇଥିଲେ । ସେ କହିଥିଲେ ଭାରତୀୟ ବିଶ୍ୱବିଦ୍ୟାଳୟ ଏବଂ ଅଷ୍ଟ୍ରେଲିଆର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକ ଇନୋଭେସନ ରିସର୍ଚ୍ଚ ୟୁନିଭର୍ସିଟି ମଧ୍ୟରେ ସହଯୋଗୀ ଆଭିମୁଖ୍ୟ ଉପରେ ଭଲ ବୁଝାମଣା ହାସଲ କରିଛି । ଏହାବ୍ୟତିତ ଶ୍ରୀ ପ୍ରଧାନ ହିନ୍ଦୁ କାଉନସିଲ ଅଫ୍ ଅଷ୍ଟ୍ରେଲିଆ ପକ୍ଷରୁ ଆୟୋଜିତ ରାତ୍ରୀ ଭୋଜନରେ ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀ ଏବଂ ଦକ୍ଷତା ଓ ତାଲିମ ମନ୍ତ୍ରୀଙ୍କ ସହ ସାମିଲ ହୋଇଥିଲେ । ଅଷ୍ଟ୍ରେଲିଆରେ ଭାରତୀୟ ପାରମ୍ପରିକ ଜ୍ଞାନ ଓ ସଂସ୍କୃତିକୁ ବଞ୍ଚାଇ ରଖି 'ବସୁଧୈବ କୁଟୁମ୍ବକମ୍'ର ବାର୍ତ୍ତା ପ୍ରଚାର କରିଥିବାରୁ ହିନ୍ଦୁ କାଉନସିଲ ଅଫ୍ ଅଷ୍ଟ୍ରେଲିଆର କାର୍ଯ୍ୟକୁ ଶ୍ରୀ ପ୍ରଧାନ ପ୍ରଶଂସା କରିଥିଲେ । 

ପ୍ରାରମ୍ଭିକ ଶିଶୁ ଶିକ୍ଷା କାର୍ଯ୍ୟବଳକୁ ଶିକ୍ଷିତ କରିବାରେ ଭାଗିଦାରୀର ସୁଯୋଗ ଅନ୍ୱେଷଣ ପାଇଁ ଶ୍ରୀ ପ୍ରଧାନ ସିଡନୀର ‘ଅବର୍ଣ୍ଣ ଲଙ୍ଗ ଡେ ଚାଇଲ୍ଡ କେୟାର ସେଣ୍ଟର’ ପରିଦର୍ଶନ କରିଥିଲେ ।

CYCLONE DANA
3m ago
ରାତି 3 ଟାରୁ ଭୋର୍ ମଧ୍ୟରେ ହୋଇଯିବ ଲ୍ୟାଣ୍ଡଫଲ୍
ଅର୍ଗସ ବ୍ୟୁରୋ: ଉପକୂଳ ଆଡକୁ ମାଡି ଆସୁଛି ବାତ୍ୟା ଦାନା । ଆଜି ରାତି ଘଡିସନ୍ଧି ମୁହୂର୍ତ୍ତ । ଧୀରେ ଧୀରେ ବଢୁଛି ବର୍ଷା ଓ ପବନ । ଅଶାନ୍ତ ହେଉଛି ସମୁଦ୍ର । ପାଣିପାଗ ବିଭାଗର ଆକଳ ଅନୁଯାୟ
ବାତ୍ୟା ମୁକାବିଲା ପାଇଁ
32m ago
ବାତ୍ୟା ମୁକାବିଲା ପାଇଁ ସରକାରଙ୍କ ବ୍ୟାପକ ପ୍ରସ୍ତୁତି
ଅର୍ଗସ ବ୍ୟୁରୋ: ସ୍ଥଳ ଭାଗ ମୁହାଁ ବାତ୍ୟା। ସଚିବାଳୟରେ ଘନ ଘନ ବୈଠକ । ସ୍ଥିତିର ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ । ବିଭିନ୍ନ ମନ୍ତ୍ରୀ ବିଭାଗୀୟ ସଚିବ ଓ ଜିଳ୍ଲପାଳ ଙ୍କ ସହ ଆଲୋଚନ
ଦାନା ମୁକାବିଲା
40m ago
ଦାନା ମୁକାବିଲା; ରାଜ୍ୟ ବିଜେପି କାର୍ଯ୍ୟାଳୟରେ 24 ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍
ଭୁବନେଶ୍ୱର: ଆମ ରାଜ୍ୟରେ ସାମ୍ପ୍ରତିକ ବାତ୍ୟା "ଦାନା"ର ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ଅବସ୍ଥା ତଥା ଏହାର ନିରାକରଣ ସଂକ୍ରାନ୍ତୀୟ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯା