ପଡିଶା ରାଜ୍ୟରେ ଧର୍ମଘଟ, ଓଡିଶା ଆଳୁ ବଜାରରେ ଅନଟନ
by Argus News
Fri, Jul 26 | 7:31 p.m.

ଅର୍ଗସ ବ୍ୟୁରୋ: ପୁଣି ଚିନ୍ତା ବଢାଇଲା ଆଳୁ । ପଡୋଶୀ ପଶ୍ଚିମବଙ୍ଗ ରାଜ୍ୟରେ ଧର୍ମଘଟର ବଡ଼ ପ୍ରଭାବ ଓଡ଼ିଶାର ବଜାର ଉପରେ ପଡ଼ିଛି । ବିଶେଷ କରି ଓଡିଶା ସୀମାରୁ ପଶ୍ଚିମବଙ୍ଗ ସରକାର ଶହ ଶହ ଆଳୁ ବୋଝେଇ ଗାଡ଼ି ଫେରେଇ ନେବା ପରେ ଟେନସନ ଅଧିକ ବଢିଛି । ଯାହାକୁ ନେଇ ଆକ୍ସନ ମୋଡ଼ କୁ ଆସିଛନ୍ତି ରାଜ୍ୟ ସରକାର । ଜରୁରୀକାଳୀନ ବୈଠକ ଡାକି ସ୍ଥିତି ବିଷୟରେ ଆଲୋଚନା କରିଛନ୍ତି ଯୋଗାଣ ମନ୍ତ୍ରୀ । ବିଶେଷ ପରିସ୍ଥିତିରେ ଉତ୍ତରପ୍ରଦେଶରୁ ଆଳୁ ଆଣି ବଜାର ଅଭାବ ଦୂର ପାଇଁ ନିଆଯାଇଛି ନିଷ୍ପତ୍ତି । 

ସେପଟେ ଏଭଳି ସ୍ଥିତିରୁ ଫାଇଦା ହାତେଇବା ଲାଗି ରାଜ୍ୟରେ ସକ୍ରିୟ ହୋଇଥିବା ଅସାଧୁ ବ୍ୟବସାୟୀ, ମହଜୁଦକାରୀ ଓ କଳାବଜାରୀଙ୍କୁ ସାବାଡ଼ କରିବାକୁ ଅଣ୍ଟା ଭିଡ଼ିଛି ଯୋଗାଣ ବିଭାଗ । ଖୋଦ ଯୋଗାଣ ମନ୍ତ୍ରୀ ଅଧିକାରୀ ମାନଙ୍କୁ ସାଙ୍ଗରେ ଧରି ବିଭିନ୍ନ ଗୋଦାମ ଉପରେ ଚଢ଼ାଉ କରିଛନ୍ତି । ଗୋଦାମରେ ଆଳୁ ଦର ୨୭ ଟଙ୍କାଥିବାରୁ ବଜାର ଦର ୩୨ ଟଙ୍କାରୁ ଅଧିକ ନକରିବା ଲାଗି ବ୍ୟବସାୟୀଙ୍କୁ ଚେତାବନୀ ଦେଇଛନ୍ତି ମନ୍ତ୍ରୀ। ଯଦି କୌଣସି ବ୍ୟବସାୟୀ ନିୟମ ଉଲଘଂନ କରନ୍ତି ତୁରନ୍ତ ଆକ୍ସନ ନେବାକୁ ଦିଆଯାଇଛି ନିର୍ଦ୍ଦେଶ । 

ଅନ୍ୟପଟେ ବଜାରରେ ଆଳୁର ଦର ବୃଦ୍ଧି ଓ ଅଭାବକୁ ନେଇ ତେଜିଛି ରାଜନୀତି । ବିଜେଡି ସରକାର ସମୟରେ କରାଯାଇଥିବା ଆଳୁ ମିଶନ କୁଆଡେ ଗଲା ବୋଲି ଉଠିଛି ପ୍ରଶ୍ନ । ଓଡିଶାରେ ଯଥେଷ୍ଟ ଆଳୁ ଉତ୍ପାଦନ ହେଉଥିଲେ ବି ଶୀତଳ ଭଣ୍ଡାର ଅଭାବ ଓଡ଼ିଆ ଚାଷୀଙ୍କୁ ବାଧ୍ୟ କରୁଛି କମ ଟଙ୍କାରେ ବିକି ଅଧିକ ଟଙ୍କାରେ କିଣିବାକୁ । ୨୪ ବର୍ଷ ବିଜେଡି ସରକାର ସମୟରେ ୧୦୦ ରୁ ଅଧିକ ଶୀତଳ ଭଣ୍ଡାର ଅଚଳ ହୋଇଛି । କିନ୍ତୁ ନୂଆ ଶୀତଳ ଭଣ୍ଡାର ଖୋଲିବା କିମ୍ବା ଅଚଳକୁ ସଚଳ କରିବା ଲାଗି କୌଣସି ପଦକ୍ଷେପ ନେଇନଥିଲେ ତତ୍କାଳୀନ ସରକାର। ଯାହାର ଫଳ ଆଜି ଲୋକେ ଭୋଗୁଛନ୍ତି ବୋଲି କୁହାଯାଉଛି । 

ତେବେ ଏ ପରିସ୍ଥିତିର ଦୀର୍ଘ ମିଆଦି ସମାଧାନ ଓ ପଶ୍ଚିମବଙ୍ଗ ଉପରୁ ନିର୍ଭରଶୀଳତାକୁ କମାଇବା ଲାଗି ମୋହନ ସରକାର ପ୍ରାଥମିକ ସ୍ତରରେ ରାଜ୍ୟର ସମସ୍ତ ଉପଖଣ୍ଡ ଓ ପରବର୍ତ୍ତୀ ସମୟରେ ପ୍ରତି ବ୍ଲକ ରେ ଶୀତଳ ଭଣ୍ଡାର ନିର୍ମାଣ ସହ ଚାଷୀଙ୍କୁ ଆଳୁ ଚାଷ ଲାଗି ପ୍ରୋତ୍ସାହନ ଲାଗି ଯୋଜନା ହାତକୁ ନେଇଛନ୍ତି । 

ଆହୁରି ପଢନ୍ତୁ ଓଡିଶା ଖବର...

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା