ହୃଦ ରୋଗୀମାନେ ଅଧିକ ପାଣି ପିଇବା ଉଚିତ୍ ନୁହେଁ କାହିଁକି ?
by Argus News
Mon, Jul 08 | 5:41 p.m.

ଅର୍ଗସ ବ୍ୟୁରୋ:  ଅଧିକ ପାଣି ପିଉଛନ୍ତି କି। ଏହା ହୋଇପାରେ ଆପଣଙ୍କ ଶରୀର ପାଇଁ କ୍ଷତିକାରକ। ଆଜିକାଲି ହୃଦରୋଗୀଙ୍କ ସଂଖ୍ୟା ବହୁତ ଅଧିକ ଦେଖାଯାଉଛି । ଆପଣମାନେ ଜାଣି ରଖିବା ଉଚିତ ହୃଦ ରୋଗୀମାନେ ଅଧିକ ପାଣି ପିଇବା ଉଚିତ୍ ନୁହେଁ । ହୃଦରୋଗୀଙ୍କ ପାଇଁ ସୋଡିୟମ୍, ପୋଟାସିୟମ୍, ମିନେରାଲ୍ସ ଏବଂ ଇଲେକ୍ଟ୍ରୋଲାଇଟର ସନ୍ତୁଳନ ବଜାୟ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ତେଣୁ ହୃଦରୋଗୀ ଅତ୍ୟଧିକ ପାଣି ପିଇବା ଦ୍ୱାରା ଇଲେକ୍ଟ୍ରୋଲାଇଟ୍ ସନ୍ତୁଳନ ନଷ୍ଟ ହୋଇପାରେ, ଯାହା ଶରୀରର ବିଭିନ୍ନ ସମସ୍ୟାକୁ ବଢାଇଥାଏ । ଆପଣ ନିଶ୍ଚିତ ଭାବରେ ଡାକ୍ତରଙ୍କଠାରୁ ଏହା ଶୁଣିଥିବେ କି ହୃଦରୋଗୀ ଅଧିକା ପାଣି ପିଇବା ଠିକ ନୁହେଁ। କିନ୍ତୁ ଆପଣ କେବେ ଭାବିଛନ୍ତି କି ଡାକ୍ତରମାନେ କାହିଁକି ଏପରି କୁହନ୍ତି।

ଜଣେ ସୁସ୍ଥ ବ୍ୟକ୍ତିଙ୍କୁ ଦିନକୁ ୩-୪ ଲିଟର କିମ୍ବା ୭-୮ ଗ୍ଲାସ୍ ପାଣି ପିଇବାକୁ ପରାମର୍ଶ ଦିଆଯାଇଛି। ଅଧିକ ପାଣି ପିଇବା ଦ୍ୱାରା ହୃଦ୍ ରୋଗୀଙ୍କ ଅବସ୍ଥା ଖରାପ ହୋଇପାରେ। କେବଳ ଏତିକି ନୁହେଁ, ଅଧିକ ପାଣି ପିଇବା ଦ୍ୱାରା କିଡନୀ ଉପରେ ଚାପ ପଡିପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଅତ୍ୟଧିକ ପାଣି ପିଇବା ଦ୍ୱାରା ହୃଦଘାତ ଜନିତ କେଉଁ ସମସ୍ୟା ହେବାର ଆଶଙ୍କା ବହୁତ ଥାଏ । ଜଣେ ସୁସ୍ଥ ବ୍ୟକ୍ତିଙ୍କ ପାଇଁ ପାଣି ପିଇବା ଜରୁରୀ ହୋଇଥାଏ । କିନ୍ତୁ ଏହା ହୃଦୟ ରୋଗୀଙ୍କ ପାଇଁ ସାଂଘାତିକ ହୋଇପାରେ। ଅତ୍ୟଧିକ ପାଣି ପିଇବା ଦ୍ୱାରା ହୃତପିଣ୍ଡରେ ବ୍ୟାଘାତ, ଧମନୀର ଦୁର୍ବଳତା, ଦ୍ରୁତ ଭାବରେ ହୃଦସ୍ପନ୍ଦନ ବଢିବା ସହିତ ହୃଦଘାତ ହେବାର ଆଶଙ୍କା ଅଧିକ ହୋଇଥାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଥାନ୍ତି । ତେଣୁ ଅଧିକ ପାଣି ପିିବା ଠିକ ନୁହେଁ ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:

 

ଆକ୍ସନ୍
26m ago
ଭବାନୀପାଟଣା ଫରେଷ୍ଟର୍ ସଞ୍ଜୟ ନାୟକ ଆତ୍ମହତ୍ୟା ମାମଲାରେ ଆକ୍ସନ୍
କଳାହାଣ୍ଡି: ଚାରା ଦୁର୍ନୀତି କରୁଥିଲେ, ପିସି କାରବାର ପାଇଁ ଅଧନସ୍ଥ କର୍ମଚାରୀଙ୍କ ଉପରେ ମାନସିକ ଚାପ ପକାଉଥିଲେ। ଶେଷରେ ଅତିଷ୍ଠ ହୋଇ ଆତ୍ମହତ୍ୟା କଲେ କଳାହାଣ୍ଡି ଜାରିଙ୍ଗି ହାଇଟେକ
ଗାଜା
30m ago
ଗାଜାରେ ପୁଣି ଆତଙ୍କୀ ଖୋଜ୍ ରେ ଆଡିଏଫ୍
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଭୟଙ୍କର ହେଉଛି ଯୁଦ୍ଧ ସ୍ଥିତି। ପାଲେଷ୍ଟାଇନ୍, ଲେବାନନ୍, ଇରାନ୍ ସବୁଆଡ଼େ ଆକ୍ରମଣ କରୁଛି ଇସ୍ରାଏଲ୍। ତେବେ ଇସ୍ରାଏଲକୁ କଡ଼ା ଚେତାବନୀ ଦେଇଛନ୍ତ
ସୁଭଦ୍ରା ଯୋଜନା
32m ago
ଖୁବଶୀଘ୍ର ଆକାଉଣ୍ଟ ଚେକ୍ ପାଇଁ ୧ ଟଙ୍କା ପଠାଇବେ ସରକାର
ଅର୍ଗସ ବ୍ୟୁରୋ: ବାରିପଦାରେ ଅକ୍ଟୋବର ୯ ତାରିଖରେ ଦିଆଯିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା । ସୁଭଦ୍ରା କ୍ଷେତ୍ରରୁ ଦଶହରା ଭେଟି ଭାବେ ସୁଭଦ୍ରା ଅର୍