ଅର୍ଗସ ବ୍ୟୁରୋ: ଜଳ ଜୀବନ ନା ଯନ୍ତ୍ରଣା ? ରାତି ପାହିଲେ ପାଣି ପାଇଁ ଚାଲେ ପ୍ରାଣମୂର୍ଚ୍ଚା ଉଦ୍ୟମ । ଆଜିବି ଟୋପେ ପାଣି ପାଇଁ ଆଉଟୁ ପାଉଟୁ ଲୋକେ । ଜୀବନକୁ ବାଜିରେ ଲଗାଇ ପାଣି ସଂଗ୍ରହ କରୁଛନ୍ତି ଭଇଁସମୁଣ୍ଡିବାସୀ। ସରତୀର ଧରି ଯାୁଛନ୍ତି ପାଣି ସଂଗ୍ରହ ପାଇଁ । ବସୁଧା ଯୋଜନାରେ ପ୍ରତ୍ୟେକ ଘରକୁ ଘର ଶୁଦ୍ଧ ପାନୀୟ ଜଳ ଦେବା ପାଇଁ ଯୋଜନା ରହିଥିବା ବେଳେ ବାସ୍ତବରେ ତାହା କେତେଦୂର ଲୋକଙ୍କ ପାଖରେ ପହଁଚି ପାରୁଛି ଏହି ଦୃଶ୍ୟକୁ ଦେଖିଲେ ଅନୁମାନ କରାଯାଇପାରିବ। ଏ ହେଉଛି ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଭଇଁସାଦାନୀ ପଞ୍ଚାୟତ ସୀମାନ୍ତ ଦୁର୍ଗମ ଭଇଁସମୁଣ୍ଡି ଗାଁ l ଚାରି ଆଡେ ଘଞ୍ଚ ଜଙ୍ଗଲ ପର୍ବତ। ଏହାରି ଭିତରେ ବହୁ ବର୍ଷ ଧରି ବାସବାସ କରି ଆସୁଛନ୍ତି ପହରିଆ ସମ୍ପ୍ରଦାୟ ଲୋକ l ତେବେ ଦୁଃଖର ବିସୟ ପାନୀୟ ଜଳ ପାଇଁ ଏଠାରେ କୌଣସି ପ୍ରକାର ସୁବିଧା ନାହିଁ l ଫଳରେ ବର୍ଷ ତମାମ ଜଙ୍ଗଲ ମଧ୍ୟରେ ଥିବା ନାଳ ପାଣି ଭରସାରେ ଦିନ କାଟନ୍ତି ଅଞ୍ଚଳବାସୀ l
ରାତି ପାହିଲେ ଗାଁର ମହିଳା ମାନେ ଏକଜୁଟ ହୋଇ ନାଳକୁ ଯାଇଥାନ୍ତି l ନାଳରୁ ବିପଦପୁର୍ଣ ଭାବେ ପାଣି କୁ ସଂଗ୍ରହ କରି ଘରକୁ ଆଣନ୍ତି ଭଇଁସମୁଣ୍ଡିବାସୀ। ଏହି ନାଳ ଯିବା ବାଟରେ ରହିଛି ବନ୍ୟଜନ୍ତୁଙ୍କ ଡର l ତେଣୁ ମହିଳା ମାନଙ୍କ ସାଙ୍ଗରେ ଗାଁର କେହି ପୁରୁଷ ସର ତୀର ନେଇ ଜଗିବାକୁ ଯାଆନ୍ତି l ଗାଁରେ ବର୍ଷ ବର୍ଷ ଧରି ପାନୀୟ ଜଳ ସୁବିଧା ଥିବା ବେଳେ ଏପର୍ଯ୍ୟନ୍ତ ଏହାର ସମାଧାନ ହୋଇ ପାରିନି ଫଳରେ ଜଳଯନ୍ତ୍ରଣା ଭୋଗୁଛନ୍ତି ଅଞ୍ଚଳବାସୀ। ପାନୀୟ ଜଳ ସୁବିଧା ନାଁରେ 25 ବର୍ଷ ଠକିଲେ ପୂର୍ବ ସରକାର l ମାତ୍ର ଏଠି ନା ଅଛି ବସୁଧା ନା ଅଛି ନଳକୂଅ, ନାଳ ପାଣିକୁ କପଡାରେ ଛାଣି ପିଉଛନ୍ତି ଦୁର୍ଗମବାସୀ l ତେବେ ପ୍ରଶ୍ନ ଉଠୁଛି ଏମିତି ଆଉ କେତେ ଦିନ.. କେତେଦିନ ଜୀବନକୁ ପାଣି ଛଡାଇ ପାଣି ଆଣିବେ ଭଇଁସମୁଣ୍ଡିବାସୀ। କାହିଁକି ପହରିଆ ସମ୍ପ୍ରଦାୟଙ୍କୁ ଅଣଦେଖା ।
ଅଧିକ ପଢ଼ନ୍ତୁ ଓଡିଶା ଖବର: