24ବର୍ଷର ବିଜେଡି ଶାସନରେ ଗମନାଗମନର ସୁବିଧା ହୋଇ ପାରିଲାନାହିଁ 
by Argus News
Tue, Jul 16 | 6:22 p.m.

ବୌଦ୍ଧ:  ନାଳ ସାଜିଛି ଲୋକଙ୍କ ପାଇଁ କାଳ l 24ବର୍ଷର ବିଜେଡି ଶାସନରେ ଗମନାଗମନର ସୁବିଧା ହୋଇ ପାରିଲାନାହିଁ । ଆଜି ବି ଜୀବନକୁ ବାଜି ଲଗାଇ ନାଳ ପାର ହେଉଛନ୍ତି ଲୋକେ । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରୁ ଦେଖିବା ରିପୋର୍ଟ ।  କିଭଳି ଜୀବନକୁ ବାଜି ଲଗାଇ ନାଳ ପାର ହେଉଛନ୍ତି ଲୋକେ । ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ସଦରମହକୁମାଠାରୁ ମାତ୍ର ୩ କିମି ଦୂରରେ ଥିବା ଘୋଡାଡିଆଁ ଗାଁରେ ଲକ୍ଷ୍ମୀନାଳ ସାଜିଛି କାଳ । ଗାଁରେ ଅନେକ ଦିନ ହେବ ଏକ ପୋଲ ସହ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ଦାବି ହୋଇ ଆସୁଥିଲେ ମଧ୍ୟ ସବୁ କେବଳ ପ୍ରତିଶୃତିରେ ସିମିତି ରହିଛି । ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ୩ କିମି ଦୂରରେ ଥିଲେ ମଧ୍ୟ ଘୋଡାଡିଆଁ ଗାଁ ଉପରେ କୌଣସି ଅଧିକାରୀଙ୍କ ନଜର ପଡୁନଥିବା ଅଭିଯୋଗ ହୋଇଛି । ଖରା ଓ ଶୀତ ଦିନେ କଷ୍ଟେ ମଷ୍ଟେ ଲୋକେ ନାଳ ପାର ହେଉଥିବାବେଳେ ବର୍ଷା ଦିନ କଥା ନକହିଲେ ଭଲ । 

ଗାଁରେ ୩୦ ରୁ ଅଧିକ ପରିବାର ବସବାସ କରୁଛନ୍ତି ।  ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ କେହି ବି ସମସ୍ୟା ସମାଧାନ ଉପରେ ଗୁରୁତ୍ବ ଦେଉନଥିବା ଅଭିଯୋଗ ହୋଇଛି । କେବଳ ନାଳ କାହିଁକି ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି ଘୋଡାଡିଆଁ ଗାଁ ଲୋକେ । ସେପଟେ ନାଳ ଉପରେ ପୋଲ ନିର୍ମାଣ କାମ ଆରମ୍ଭ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ହରଭଙ୍ଗା ବ୍ଲକ ଉନ୍ନୟନ ଅଧିକାରୀ । 24 ବର୍ଷର ବିଜେଡି ସରକାର ଘୋଡାଡିଆଁ ଗାଁ ଲୋକଙ୍କ ସମସ୍ୟା ସମାଧାନ କରିପାରିଲାନାହିଁ । ଏବେ ନୂଆ ସରକାରରେ ଖୁବଶୀଘ୍ର ନାଳ ଉପରେ ପୋଲ ବନ୍ଧାଯିବ ବୋଲି ଆଶା ବାନ୍ଧିଛନ୍ତି ଘୋଡାଡିଆଁ ଗାଁଲୋକେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର
 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା