ବିଜେପିର ପ୍ରଚାରକୁ ଭଣ୍ଡୁର କରିବାକୁ ଦୀପାଲିଙ୍କ ସମର୍ଥକଙ୍କ ଉଦ୍ୟମ
by Argus News
Tue, May 14 | 8:50 p.m.

ଝାରସୁଗୁଡା: ପୁଣି ଝାରସୁଗୁଡାରେ ଆତଙ୍କ ଖେଳାଇଛନ୍ତି ଦୀପାଲିଙ୍କ ବାଘ ବାହିନୀ । ନିଜକୁ ବାଘର ଝିଅ ବୋଲି କହି କହି ବୁଲୁଥିବା ଦୀପାଲିଙ୍କ ସମର୍ଥକ ମାନେ ବିରୋଧୀର ପ୍ରଚାରକୁ ଭଣ୍ଡୁର କରୁଛନ୍ତି । ମହିଳା ମାନେ ପ୍ରଚାର କରୁଥିବା ବେଳେ ପୁରୁଷ ମାନେ ଶୋଭାଯାତ୍ରାକୁ ଭଣ୍ଡୁର କରିବା ସହ ଅଶ୍ଳୀଳ ଗାଳି ଗୁଲଜ କରୁଥିବାର ପୁଣି ଆସିଛି ଅଭିଯୋଗ । ବୁଡାପଡା ପରେ ପୁଣିଥରେ ବୁରମାହାଲରେ ଦୀପାଲିଙ୍କ ଗୁଣ୍ଡାବାହିନୀ ବିଜେପିର ପ୍ରଚାରକୁ ଭଣ୍ଡୁର କରିବା ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିବାର ଅଭିଯୋଗ ଆଣିଛନ୍ତି ମହିଳାମୋର୍ଚ୍ଚାର ସଦସ୍ୟ ମାନେ । ଆଉ ସେମାନେ ପ୍ରଶ୍ନ କରିଛନ୍ତି । 

ବିଜେଡିର ମହିଳା ସମ୍ମାନର କଥା କେବଳ ଘୋଷଣାରେ ମାକୁ ସମ୍ମାନ ଦେବା କ'ଣ ଏମିତି । ହାରିବା ଭୟରେ ଦୀପାଲିଙ୍କ ନିର୍ଦ୍ଦେଶରେ ତାଙ୍କର ଗୁଣ୍ଡାବାହିନୀ କରୁଛନ୍ତି ଆତଙ୍କ ।

ସେପଟେ ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଥିବା ବେଳେ ଥାନାରେ ପହଁଞ୍ଚିଛି ମାମଲା । ପୋଲିସର ନୀରବତାକୁ ନେଇ ପ୍ରଶ୍ନ ଉଠାଇଛି ଦଳ । କାହିଁକି ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛି ମହିଳାମୋର୍ଚ୍ଚା ।

ଝାରସୁଗୁଡାରୁ ବିଜେଡିର ପ୍ରାର୍ଥୀ ହୋଇଥିବା ବିଧାୟିକା ଦୀପାଲି ଦାସ ନିଜକୁ ବାଘର ଝିଅ ବୋଲି କହିବା ସହ ତାଙ୍କ ବାପା ଶହୀଦ ହୋଇଥିବା କଥା କହି ଭୋଟ ମାଗୁଥିବା ବେଳେ ଏହାକୁ କଟାକ୍ଷ କରିଛନ୍ତି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ।

ଅଶାନ୍ତ ହେଉଛି ଝାରସୁଗୁଡା । ଆତଙ୍କ ଖେଳାଉଛନ୍ତି ଦୀପାଲିଙ୍କ ଗୁଣ୍ଡା ବାହିନୀ । ହେଲେ ଥାନାରେ ଅଭିଯୋଗ ପରେ ପୋଲିସ ଚୁପ୍ ହୋଇ ବସିବାକୁ ନେଇ ସାଧାରଣରେ ଉଠିଛି ଅନେକ ପ୍ରଶ୍ନ । 

ଆହୁରି ପଢନ୍ତୁ ଓଡିଶା ଖବର...

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା