ଅପରେସନ ପରେ ବି ବୟସ୍କଙ୍କ ଆଖିକୁ ଭଲ ଦିଶୁନି
by Argus News
Wed, Jul 24 | 7:41 a.m.

ଅର୍ଗସ ବ୍ୟୁରୋ:  ଅନୁଗୋଳରେ ମୋତିଆ ବିନ୍ଦୁ ଅପରେସନରେ ଚରମ ଅବହେଳାର ଫଳ ଭୋଗୁଛନ୍ତି ବୟସ୍କ ରୋଗୀ । କାହାକୁ ଠିକ୍‌ସେ ଦେଖାଯାଉନି ତ ଆଉ କାହା ଆଖିରେ ସମସ୍ୟା ଦେଖାଦେଇଛି । ସହରରେ ଥିବା ପ୍ରଧାନ ଆଇ କ୍ଲିନିକରେ ଆଖି ଅପରେଶନର ପରେ ରୋଗୀଙ୍କ ଆଖିକୁ ଆଉ ଦେଖା ଯାଇନଥିଲା I ଫଳରେ ଅନେକ ରୋଗୀ ଦୃଷ୍ଟି ଶକ୍ତି ଚାଲିଯିବା ଭୟରେ କଟକ ଓ ଭୁବନେଶ୍ବରରେ ଚିକିତ୍ସା କରାଇ ଆଂଶିକ ଦେଖିପାରିଥିଲେ I ଖବର ପ୍ରସାରଣ ପରେ ଜିଲ୍ଲାପାଳ ଏହାର୍ ତଦନ୍ତ କରିବାକୁ CDMOଙ୍କୁ ନିର୍ଦ୍ଦେଶ ଦେବାପରେ CDMO ଘରୋଇ କ୍ଲିନିକରେ ତଦନ୍ତ କରିବା ସହିତ କ୍ଲିନିକକୁ ସିଲ୍‌ କରିଥିଲେ  I ଏଠି ପ୍ରଶ୍ନ ଉଠୁଛି, ସହର ମଝିରେ ଏତେ ସଂଖ୍ୟାରେ ଘରୋଇ କ୍ଲିନିକ୍ ଆଉ ଲାବୋରୋଟୋରୀ ଖୋଲିଛି ହେଲେ ଏଥିପ୍ରତି ସ୍ବାସ୍ଥ୍ୟ ବିଭାଗର ନଜର ଅଛି ତ ।  ଘରୋଇ ନର୍ସିଂ ହୋମ୍‌ରେ ଆଖି ଅପରେସନ କରିବାକୁ ଅନୁମତି ଦେଲା କିଏ । ସେପଟେ ଘଟଣାକୁ ଅନେକ ଦିନ ବିତିଯାଇଥିଲେ ବି ଜିଲ୍ଲା ସ୍ବାସ୍ଥ୍ୟ ପ୍ରଶାସନ ତଦନ୍ତ ରିପୋର୍ଟ ରାଜ୍ୟକୁ ପଠାଇ ଚୁପ୍ ବସିଛି  I ଘଟଣାର ପୁନଃ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ I

ଗତ ଜୁନ୍ 20 ତାରିଖରେ ପ୍ରଧାନ ଆଇ କ୍ଲିନିକରେ 13 ଜଣ ରୋଗୀ ତାଙ୍କର ଆଖି ଅପରେସନ କରାଇଥିଲେ I ଆଇ କେୟାର ମାଲିକ ଡାକ୍ତର ଚନ୍ଦ୍ର ଶେଖର ପ୍ରଧାନ ଓ ଡାକ୍ତର ବିଶ୍ବଜିତ୍ ଦେଓ ଅପରେସନ କରାଇଥିଲେ । କିନ୍ତୁ ଅପରେସନର ଗୋଟିଏ ଦିନ ପରେ ରୋଗୀଙ୍କ ମୁଣ୍ଡ ବିନ୍ଧିବା ସହିତ ଆଖିରେ ଯନ୍ତ୍ରଣା ହୋଇଥିଲା । ପରେ ସେମାନଙ୍କୁ ବୁର୍ଲା ପଠାଇ ଦିଆଯାଇଥିଲା । ସେଠାରେ ବି ଉନ୍ନତ ଚିକିତ୍ସା ନ ମିଳିବାରୁ ଅନେକ ରୋଗୀ କଟକ ଆଉ ଭୁବନେଶ୍ବର ଯାଇ ଚିକିତ୍ସା କରାଇଛନ୍ତି  I ଘଟଣାରେ ପ୍ରଧାନ ଆଇ କ୍ଲିନିକର ମାଲିକ ମୁହଁ ଖୋଲି ନଥିବା ବେଳେ ଅପରେଶନର କରିଥିବା ଡାକ୍ତର ବିଶ୍ବଜିତ ଦେ ଆମ କ୍ୟାମେରା ଦେଖି ଲୁଚିବା ସହିତ କିଛି କହିବେ ନାହିଁ ବୋଲି କହିଛନ୍ତି ।

ଡାକ୍ତରଙ୍କ ଚରମ ଅବହେଳାରୁ ଦୃଷ୍ଟିଶକ୍ତି ହରାଇଥିବା ରୋଗୀ ପାଇଁ କିଏ ଦାୟୀ ରହିବ । ସେପଟେ ସହରରେ ଥିବା ଅନେକ ଘରୋଇ କ୍ଲିନିକ୍ ବିନା ପଞ୍ଜୀକରଣରେ ଚାଲୁଥିବା ବେଳେ ଏ ଦିଗରେ ସ୍ବାସ୍ଥ୍ୟ ବିଭାଗ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା